ନିଆରା ଢଙ୍ଗରେ କାର୍ତ୍ତିକ ବ୍ରତ: ଦହି ହାଣ୍ଡିଭାଙ୍ଗି କୃଷ୍ଣଲୀଳା ପ୍ରଦର୍ଶନ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): ଦାରିଙ୍ଗବାଡିର ଶତାଧିକ ମହିଳା କାର୍ତ୍ତିକ ବ୍ରତ ନିଆରା ଢଙ୍ଗରେ ପାଳନ କରିଛନ୍ତି।
ପ୍ରକାଶ ଯେ, ପ୍ରତିବର୍ଷ ଭଳି କାର୍ତ୍ତିକ ମାସରେ ବ୍ରତ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି। ଏହି ଅବସରରେ ମାସ ତମାମ ଏବଂ ପଞ୍ଚୁଜ ପାଞ୍ଚଦିନ ଭୋରରୁ ଉଠି ଶିବମନ୍ଦିର ପ୍ରାଙ୍ଗଣରେ ରହିଥିବା ବୃନ୍ଦାବତୀଙ୍କ ଠାରେ ଏକତ୍ରିତ ହୋଇ କାର୍ତ୍ତିକ ବ୍ରତ ପଠନ କରୁଛନ୍ତି। ସେହିପରି ରବିବାର ଭୋର ସମୟରେ ବୃନ୍ଦାବତୀଙ୍କ ପୀଠରେ ଦୀପଦାନ ସହ ପୂଜାର୍ଚ୍ଚନା ରାଯାଇଥିଲା। ହରିନାମ ଜପ ଓ ହରେକୃଷ୍ଣ ନାମ ସଂକୀର୍ତ୍ତନ ସହ ଶିବମନ୍ଦିର ବେଢା ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ସମୟରେ ଭାଗବତ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଏବଂ ଶିବ ମନ୍ଦିରରେ ଦହି ହାଣ୍ଡି ଭାଙ୍ଗିବା ସହ କୃଷ୍ଣଲୀଳା, ରାଧାକୃଷ୍ଣଙ୍କ ପୂଜାର୍ଚନା, ରାଧାକୃଷ୍ଣ ଏବଂ ଧର୍ମ ଡଙ୍ଗା ଧାରୀବେଶରେ ମହିଳା ମାନେ ସହର ପରିକ୍ରମା କରିଥିଲେ। ରାଧାକୃଷ୍ଣଙ୍କ ପ୍ରେମରେ ଆମେ ମାଜିଯାଇଛୁ ବୋଲି ମହିଳା ମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ଏହାକୁ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ ଦାରିଙ୍ଗବାଡି ଅଞ୍ଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦହି ହାଣ୍ଡିକୁ ଭାଙ୍ଗିବା ଦୃଶ୍ୟକୁ ସମସ୍ତେ ଉପଭୋଗ କରିବା ସହ ଠାକୁର ଦର୍ଶନ ଓ ଭୋଗ ସେବନ ଆଦି ନିଆରା ଢଙ୍ଗରେ ପାଳିତ ହୋଇଥିଲା। ଏଲ୍  ଉଷା. କିରଣ ସାହୁଙ୍କ ସମେତ ମୌସମୀ ସାହୁ, ଗୀତାଞ୍ଜଳି ସାହୁ,ରଜନୀ ସାହୁ,ଗୀତାଞ୍ଜଳି ସାହୁ,ବନିତା ସାହୁ,ରଂଜିତା ସାହୁ, ପାର୍ବତୀ ବେହେରା,ରୀନା ସାହୁ,ପ୍ରତୀମା ସାହୁ,ପଦ୍ମିନୀ ସାହୁ,କନକ ମହାରଣା,ମମତା ସାହୁ,ପୁଷ୍ପଲତା ସାହୁଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ବ୍ରତ ପାଳନ କରିଆସୁଛନ୍ତି।
Dharitri – Odisha’s No.1 Odia Daily