କର୍ଲାମୁଣ୍ଡା,୭ା୭(ପ୍ରଦୀପ ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜର ଜାନିପଡ଼ା ପିଚୁ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ମାସ ତଳେ କର୍ଲାମୁଣ୍ଡା ବ୍ଲକ ସଦର ରିଞ୍ଜଛକଠାରୁ ଜାନୀପଡା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଜରିଆରେ ନୂତନ ପିଚୁ କାମ ହୋଇଥିଲା। ତେବେ ଜାନିପଡ଼ା ଠାରେ ଗୋଟିଏ ସ୍ଥାନରେ ପ୍ରାୟ ୫୦ ମିଟର କୋଣସି କାରଣ ବଶତଃ ପିଚୁ କାମ ହୋଇ ପାରି ନ ଥିଲା। ଏଣୁ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ସାମାନ୍ୟ ବର୍ଷା ହେଲେ ଫୁଟେ ପାଣି ଜମି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ସୋସାନ କୁଣ୍ଡୁଲୁଙ୍କୁ ପଚାରିବାରୁ ପିଚୁ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।