ଗିରଫ ଆଇଆଇସି ସୁଶାନ୍ତଙ୍କର ବିଜେଡି ଲିଙ୍କ୍‌ ରହିଛି: ଭାଜପା

ଭୁବନେଶ୍ୱର, ୩୦।୧୧(ସୁନିତ୍‌ ମିଶ୍ର): ୩୭ ଲକ୍ଷ ଟଙ୍କାର ନଗଦ କଳା ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ବିଜେଡି ଲିଙ୍କ୍‌ ରହିଛି। ଜବତ ହୋଇଥିବା ଏତେ ପରିମାଣର ଟଙ୍କା ସହ ଗଞ୍ଜେଇ ଚୋରାଚାଲାଣ ବେପାରର ସମ୍ପର୍କ ରହିଥିବା ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନିଲ କହିଛନ୍ତି, ସେହି ଗଞ୍ଜେଇ ଚୋରା ଚାଲାଣରେ ୨ଜଣ ନେତାଙ୍କ ସମ୍ପୃକ୍ତି ରହିଛି। କେବଳ ସେତିକି ନୁହେଁ, ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଏସ୍‌ଏସ୍‌ସିର ପୂର୍ବତନ କର୍ମଚାରୀ ବିରଞ୍ଚି ସାହୁଙ୍କ ସହିତ ସୁଶାନ୍ତଙ୍କ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଥିଲା। ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଅନେକ ବଡବଡିଆଙ୍କ ସମ୍ପୃକ୍ତି ଥିଲା। ବିଜେଡିର ଜଣେ ଏମ୍‌ପିଙ୍କ ଅଭିନୀତ ଏକ ଚଳଚ୍ଚିତ୍ରରେ ସୁଶାନ୍ତ ଅଭିନୟ କରିବା ସହ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଥିବା ଅନିଲ କହିଛନ୍ତି।

Share
Tags: dharitriIIC