ଆବଶ୍ୟକତାକୁ ଦେଖି ବ୍ୟବସ୍ଥା

ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଉଦ୍ୟମରେ ସହରବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ପ୍ରିୟଦର୍ଶିନୀର ପରିକଳ୍ପନା କରାଯାଇଥିଲା। ୧୯୮୯ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ସ୍ବଦେଶୀ ଗାର୍ମେଣ୍ଟ ବ୍ୟବସାୟକୁ ଏକ ନୂଆ ଦିଶା ଦେଖାଇଥିବା ଧରିତ୍ରୀକୁ ସାକ୍ଷାତ୍‌କାର ବେଳେ କହିଛନ୍ତି ପ୍ରିୟଦର୍ଶିନୀ ମ୍ୟାନେଜିଂ ପାର୍ଟନର ଲଲାଟେନ୍ଦୁ ମହାନ୍ତି।

 

ପ୍ରିୟଦର୍ଶିନୀର ପରିକଳ୍ପନା ଓ ଯାତ୍ରା କିପରି ରହିଛି?
ପ୍ରିୟଦର୍ଶିନୀର ପରିକଳ୍ପନା ଅନେକ କାରଣରୁ ହୋଇଥିଲା। ହସ୍ତକଳା ପୋଷାକର ପ୍ରଚାର ପ୍ରସାର ସାଙ୍ଗକୁ ବୁଣାକାର ଓ ବିଦେଶୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହ ସ୍ଥାନୀୟ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହାର ଆରମ୍ଭ କରାଯାଇଥିଲା। ଗ୍ରାହକଙ୍କ ଆବଶ୍ୟକତା ଓ ବୁଣାକାରମାନଙ୍କ ସହଯୋଗ ମିଳୁଥିବାରୁ ବ୍ୟବସାୟ ଆଶା ଅନୁରୂପ ରହିଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆମେ ଆଶାବାଦୀ।
ପ୍ରିୟଦର୍ଶିନୀର ସ୍ବତନ୍ତ୍ରତା କ’ଣ ରହିଛି, ଗ୍ରାହକ ଏହାର ଉତ୍ପାଦକୁ କାହିଁକି ପସନ୍ଦ କରିଥାନ୍ତି?
ପ୍ରିୟଦର୍ଶିନୀ ହସ୍ତକଳା ପୋଷାକର ଏକ ବ୍ରାଣ୍ଡ ହୋଇଯାଇଛି। କାରଣ ଏହାର ଉତ୍ପାଦ ଓ ରଙ୍ଗବେରଙ୍ଗର ପୋଷାକ ସବୁ ବର୍ଗର ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏଠାରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ନୟାଗଡ଼, କଟକ ଓ କଳାହାଣ୍ଡି ଭଳି ଜିଲାର ସ୍ଥାନୀୟ ଲୋକକଳା ତଥା ସଂସ୍କୃତି ଅନୁଯାୟୀ ହସ୍ତତନ୍ତ ସାମଗ୍ରୀ ଉପଲବ୍ଧ। ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ପ୍ରୟାସ ଜାରି ରହିଛି। ଏଭଳି ଅନେକ ବ୍ୟବସ୍ଥା ଓ ଗ୍ରାହକକୈନ୍ଦ୍ରିକ ପରିଚାଳନା ଯୋଗୁ ସଂସ୍ଥା ଉପଭୋକ୍ତାଙ୍କ ପ୍ରିୟ ପୋଷାକର ପ୍ରତିଷ୍ଠାନ ହୋଇପାରିଛି।
ଆପଣଙ୍କ ଟାର୍ଗେଟ କଷ୍ଟମର କେଉଁମାନେ?
ପ୍ରିୟଦର୍ଶିନୀ ପ୍ରଥମରୁ ହିଁ ଗ୍ରାହକଙ୍କ ପସନ୍ଦ। କାରଣ ସହରରେ ଯେଉଁ ବ୍ୟବସାୟର ଆବଶ୍ୟକତା ରହିଥିଲା, ପ୍ରିୟଦର୍ଶିନୀରୁ ଗ୍ରାହକମାନେ ତାହା ପାଇଛନ୍ତି। ବିଶେଷକରି ମଧ୍ୟମ ବୟସର ଝିଅ ଓ ବିବାହିତା ମହିଳାମାନେ ଏହାର ପ୍ରମୁଖ ଗ୍ରାହକ। ସେମାନଙ୍କ ଡିମାଣ୍ଡ ଅଧିକ ରହୁଥିଲେ ମଧ୍ୟ ସବୁ ବୟସ ଓ ବର୍ଗଙ୍କର ପସନ୍ଦ ସମ ପରିମାଣରେ ରହିଛି। ଆମେ ଲୋକ ସମ୍ପର୍କ ଓ ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ବ୍ୟବସ୍ଥା କରୁ। ଏଥିଯୋଗୁ ସବୁବର୍ଗର ଉପଭୋକ୍ତା ପ୍ରିୟଦର୍ଶିନୀ ପ୍ରତି ଅଧିକ ଆକର୍ଷିତ ହୋଇଥାଆନ୍ତି। ଗୁଣାତ୍ମକ ସାମଗ୍ରୀ ପ୍ରଦାନ ଓ ବ୍ୟବସାୟ ପ୍ରତି ସାଧୁତା ଅବଲମ୍ବନ ଉପରେ ଆମେ ଗୁରୁତ୍ୱ ଦେଉ।
ବ୍ୟବସାୟ ସମ୍ପ୍ରସାରଣ ଦିଗରେ କ’ଣ ସବୁ ଯୋଜନା ରହିଛି?
ଓଡ଼ିଶାର ଦୁଇ ବଡ଼ ପର୍ଯ୍ୟଟନ ସହର ଭୁବନେଶ୍ୱର ଓ ପୁରୀରେ ଏହାର ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। କୋଭିଡ୍‌ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲେ ବି ସମାଧାନ ପାଇଁ ପ୍ରୟାସ କରୁଛୁ। ଉତ୍ପାଦନ କ୍ଷମତା ହ୍ରାସ ଯୋଗୁଁ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍‌ ସ୍ଥିତିକୁ ଧ୍ୟାନଦେଇ ଆଗାମୀ ଯୋଜନା କରାଯାଇଛି। ସବୁ ଠିକ୍‌ ରହିଲେ ବ୍ୟବସାୟ ସମ୍ପ୍ରସାରଣ କରାଯିବ। ବିଦେଶୀ ପର୍ଯ୍ୟଟକ ଓ ଗ୍ରାହକଙ୍କୁ ରାଜ୍ୟ ତଥା ଦେଶର କିଛି ପ୍ରମୁଖ ସ୍ଥାନ ଓ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା ରହିଛି।
ବ୍ୟବସାୟ ଉପରେ କୋଭିଡ୍‌ର
ପ୍ରଭାବ କିଭଳି ରହିଛି?
ହସ୍ତତନ୍ତ ପୋଷାକର ଡିମାଣ୍ଡ ରହିଛି। ହେଲେ ଆଗରୁ ଏହାର ବ୍ୟବସାୟ ଯେଭଳି ରହିଥିଲା, କୋଭିଡ ମଧ୍ୟରେ ଏହି ବ୍ୟବସାୟ ପ୍ରାୟ ୧୫% ହ୍ରାସ ପାଇଛି। ବିଶେଷକରି ୨ ବର୍ଷ ହେଲା କୋଭିଡ୍‌ କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକ ଆସିଲେ ନାହିଁ। ଏହାର ପ୍ରଭାବ ବଜାର ଓ ବ୍ୟବସାୟ ଉପରେ ପଡ଼ିଛି। ହସ୍ତତନ୍ତ ପୋଷାକ ପ୍ରସ୍ତୁତ କରୁଥିବା ବୁଣାକାର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଇଥିଲା।
ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି?
ଭୁବନେଶ୍ୱର ପିଲା ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ରହିଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ବନ୍ଧୁ ଓ ସହଯୋଗୀ ଅଛନ୍ତି। ବ୍ୟବସାୟରେ ବ୍ୟସ୍ତଥିବାରୁ କମ୍‌ ଅବସର ସମୟ ମିଳିଥାଏ। ତେବେ ସାମାଜିକ ସଂଗଠନ, ପରିବାର ଓ ବନ୍ଧୁଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ। ପରିବାର ଲୋକଙ୍କ ସହ ଅଧିକ ସମୟ ଦେବା ପାଇଁ ଚେଷ୍ଟା କରିଥାଏ। ମଝିରେ ମଝିରେ ବାହାରକୁ ଯିବାକୁ ପଡ଼ିଥାଏ।
ହସ୍ତତନ୍ତ ବସ୍ତ୍ରର ବିକାଶ ପାଇଁ ସରକାର କି ପଦକ୍ଷେପ ନେବା ଉଚିତ ?
ଓଡ଼ିଶାର ବିଭିନ୍ନ ଜିଲାରେ ଭିନ୍ନ ଭିନ୍ନ ପ୍ରକାର ହସ୍ତତନ୍ତ ପୋଷାକର ଉତ୍ପାଦନ ହେଉଛି। ସରକାର ସେସବୁର ପ୍ରଚାର ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ। କିଛି ନୂତନ ଭିତ୍ତିଭୂମିର ବିକାଶ ସହ ସ୍ଥାନୀୟ ପ୍ରଶାସନ ଓ ବୁଣାକାରଙ୍କ ମଧ୍ୟରେ ସମନ୍ବୟ ରହିବା ଦରକାର। ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ସୁବିଧା ଆଦି ବୁଣାକାରଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ। ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀରେ ସାମଗ୍ରୀ ପ୍ରଦର୍ଶନ ଲାଗି ପ୍ରୋତ୍ସାହନ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri