ଆବଶ୍ୟକତାକୁ ଦେଖି ବ୍ୟବସ୍ଥା

ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଉଦ୍ୟମରେ ସହରବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ପ୍ରିୟଦର୍ଶିନୀର ପରିକଳ୍ପନା କରାଯାଇଥିଲା। ୧୯୮୯ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ସ୍ବଦେଶୀ ଗାର୍ମେଣ୍ଟ ବ୍ୟବସାୟକୁ ଏକ ନୂଆ ଦିଶା ଦେଖାଇଥିବା ଧରିତ୍ରୀକୁ ସାକ୍ଷାତ୍‌କାର ବେଳେ କହିଛନ୍ତି ପ୍ରିୟଦର୍ଶିନୀ ମ୍ୟାନେଜିଂ ପାର୍ଟନର ଲଲାଟେନ୍ଦୁ ମହାନ୍ତି।

 

ପ୍ରିୟଦର୍ଶିନୀର ପରିକଳ୍ପନା ଓ ଯାତ୍ରା କିପରି ରହିଛି?
ପ୍ରିୟଦର୍ଶିନୀର ପରିକଳ୍ପନା ଅନେକ କାରଣରୁ ହୋଇଥିଲା। ହସ୍ତକଳା ପୋଷାକର ପ୍ରଚାର ପ୍ରସାର ସାଙ୍ଗକୁ ବୁଣାକାର ଓ ବିଦେଶୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହ ସ୍ଥାନୀୟ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହାର ଆରମ୍ଭ କରାଯାଇଥିଲା। ଗ୍ରାହକଙ୍କ ଆବଶ୍ୟକତା ଓ ବୁଣାକାରମାନଙ୍କ ସହଯୋଗ ମିଳୁଥିବାରୁ ବ୍ୟବସାୟ ଆଶା ଅନୁରୂପ ରହିଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆମେ ଆଶାବାଦୀ।
ପ୍ରିୟଦର୍ଶିନୀର ସ୍ବତନ୍ତ୍ରତା କ’ଣ ରହିଛି, ଗ୍ରାହକ ଏହାର ଉତ୍ପାଦକୁ କାହିଁକି ପସନ୍ଦ କରିଥାନ୍ତି?
ପ୍ରିୟଦର୍ଶିନୀ ହସ୍ତକଳା ପୋଷାକର ଏକ ବ୍ରାଣ୍ଡ ହୋଇଯାଇଛି। କାରଣ ଏହାର ଉତ୍ପାଦ ଓ ରଙ୍ଗବେରଙ୍ଗର ପୋଷାକ ସବୁ ବର୍ଗର ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏଠାରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ନୟାଗଡ଼, କଟକ ଓ କଳାହାଣ୍ଡି ଭଳି ଜିଲାର ସ୍ଥାନୀୟ ଲୋକକଳା ତଥା ସଂସ୍କୃତି ଅନୁଯାୟୀ ହସ୍ତତନ୍ତ ସାମଗ୍ରୀ ଉପଲବ୍ଧ। ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ପ୍ରୟାସ ଜାରି ରହିଛି। ଏଭଳି ଅନେକ ବ୍ୟବସ୍ଥା ଓ ଗ୍ରାହକକୈନ୍ଦ୍ରିକ ପରିଚାଳନା ଯୋଗୁ ସଂସ୍ଥା ଉପଭୋକ୍ତାଙ୍କ ପ୍ରିୟ ପୋଷାକର ପ୍ରତିଷ୍ଠାନ ହୋଇପାରିଛି।
ଆପଣଙ୍କ ଟାର୍ଗେଟ କଷ୍ଟମର କେଉଁମାନେ?
ପ୍ରିୟଦର୍ଶିନୀ ପ୍ରଥମରୁ ହିଁ ଗ୍ରାହକଙ୍କ ପସନ୍ଦ। କାରଣ ସହରରେ ଯେଉଁ ବ୍ୟବସାୟର ଆବଶ୍ୟକତା ରହିଥିଲା, ପ୍ରିୟଦର୍ଶିନୀରୁ ଗ୍ରାହକମାନେ ତାହା ପାଇଛନ୍ତି। ବିଶେଷକରି ମଧ୍ୟମ ବୟସର ଝିଅ ଓ ବିବାହିତା ମହିଳାମାନେ ଏହାର ପ୍ରମୁଖ ଗ୍ରାହକ। ସେମାନଙ୍କ ଡିମାଣ୍ଡ ଅଧିକ ରହୁଥିଲେ ମଧ୍ୟ ସବୁ ବୟସ ଓ ବର୍ଗଙ୍କର ପସନ୍ଦ ସମ ପରିମାଣରେ ରହିଛି। ଆମେ ଲୋକ ସମ୍ପର୍କ ଓ ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ବ୍ୟବସ୍ଥା କରୁ। ଏଥିଯୋଗୁ ସବୁବର୍ଗର ଉପଭୋକ୍ତା ପ୍ରିୟଦର୍ଶିନୀ ପ୍ରତି ଅଧିକ ଆକର୍ଷିତ ହୋଇଥାଆନ୍ତି। ଗୁଣାତ୍ମକ ସାମଗ୍ରୀ ପ୍ରଦାନ ଓ ବ୍ୟବସାୟ ପ୍ରତି ସାଧୁତା ଅବଲମ୍ବନ ଉପରେ ଆମେ ଗୁରୁତ୍ୱ ଦେଉ।
ବ୍ୟବସାୟ ସମ୍ପ୍ରସାରଣ ଦିଗରେ କ’ଣ ସବୁ ଯୋଜନା ରହିଛି?
ଓଡ଼ିଶାର ଦୁଇ ବଡ଼ ପର୍ଯ୍ୟଟନ ସହର ଭୁବନେଶ୍ୱର ଓ ପୁରୀରେ ଏହାର ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। କୋଭିଡ୍‌ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲେ ବି ସମାଧାନ ପାଇଁ ପ୍ରୟାସ କରୁଛୁ। ଉତ୍ପାଦନ କ୍ଷମତା ହ୍ରାସ ଯୋଗୁଁ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍‌ ସ୍ଥିତିକୁ ଧ୍ୟାନଦେଇ ଆଗାମୀ ଯୋଜନା କରାଯାଇଛି। ସବୁ ଠିକ୍‌ ରହିଲେ ବ୍ୟବସାୟ ସମ୍ପ୍ରସାରଣ କରାଯିବ। ବିଦେଶୀ ପର୍ଯ୍ୟଟକ ଓ ଗ୍ରାହକଙ୍କୁ ରାଜ୍ୟ ତଥା ଦେଶର କିଛି ପ୍ରମୁଖ ସ୍ଥାନ ଓ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା ରହିଛି।
ବ୍ୟବସାୟ ଉପରେ କୋଭିଡ୍‌ର
ପ୍ରଭାବ କିଭଳି ରହିଛି?
ହସ୍ତତନ୍ତ ପୋଷାକର ଡିମାଣ୍ଡ ରହିଛି। ହେଲେ ଆଗରୁ ଏହାର ବ୍ୟବସାୟ ଯେଭଳି ରହିଥିଲା, କୋଭିଡ ମଧ୍ୟରେ ଏହି ବ୍ୟବସାୟ ପ୍ରାୟ ୧୫% ହ୍ରାସ ପାଇଛି। ବିଶେଷକରି ୨ ବର୍ଷ ହେଲା କୋଭିଡ୍‌ କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକ ଆସିଲେ ନାହିଁ। ଏହାର ପ୍ରଭାବ ବଜାର ଓ ବ୍ୟବସାୟ ଉପରେ ପଡ଼ିଛି। ହସ୍ତତନ୍ତ ପୋଷାକ ପ୍ରସ୍ତୁତ କରୁଥିବା ବୁଣାକାର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଇଥିଲା।
ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି?
ଭୁବନେଶ୍ୱର ପିଲା ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ରହିଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ବନ୍ଧୁ ଓ ସହଯୋଗୀ ଅଛନ୍ତି। ବ୍ୟବସାୟରେ ବ୍ୟସ୍ତଥିବାରୁ କମ୍‌ ଅବସର ସମୟ ମିଳିଥାଏ। ତେବେ ସାମାଜିକ ସଂଗଠନ, ପରିବାର ଓ ବନ୍ଧୁଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ। ପରିବାର ଲୋକଙ୍କ ସହ ଅଧିକ ସମୟ ଦେବା ପାଇଁ ଚେଷ୍ଟା କରିଥାଏ। ମଝିରେ ମଝିରେ ବାହାରକୁ ଯିବାକୁ ପଡ଼ିଥାଏ।
ହସ୍ତତନ୍ତ ବସ୍ତ୍ରର ବିକାଶ ପାଇଁ ସରକାର କି ପଦକ୍ଷେପ ନେବା ଉଚିତ ?
ଓଡ଼ିଶାର ବିଭିନ୍ନ ଜିଲାରେ ଭିନ୍ନ ଭିନ୍ନ ପ୍ରକାର ହସ୍ତତନ୍ତ ପୋଷାକର ଉତ୍ପାଦନ ହେଉଛି। ସରକାର ସେସବୁର ପ୍ରଚାର ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ। କିଛି ନୂତନ ଭିତ୍ତିଭୂମିର ବିକାଶ ସହ ସ୍ଥାନୀୟ ପ୍ରଶାସନ ଓ ବୁଣାକାରଙ୍କ ମଧ୍ୟରେ ସମନ୍ବୟ ରହିବା ଦରକାର। ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ସୁବିଧା ଆଦି ବୁଣାକାରଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ। ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀରେ ସାମଗ୍ରୀ ପ୍ରଦର୍ଶନ ଲାଗି ପ୍ରୋତ୍ସାହନ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?