Posted inଜାତୀୟ

ଜମ୍ମୁ-କଶ୍ମୀରରୁ ହଟିବେ ସୈନ୍ୟ, ବିଚାର କରୁଛନ୍ତି ସରକାର…

ଶ୍ରୀନଗର,୨୦।୨ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବାର ପ୍ରାୟ ସାଢ଼େ ତିନି ବର୍ଷ ପରେ କେନ୍ଦ୍ର ସରକାର ବର୍ତ୍ତମାନ ଏଠାରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ହଟାଇବାକୁ ଚିନ୍ତା କରୁଛନ୍ତି। ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ଏଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଏଥିସହ ଖବର ଆସିଛି ଯେ ବର୍ତ୍ତମାନ ଉପତ୍ୟକାର ଭିତର ଭାଗରୁ ଭାରତୀୟ ସେନାକୁ ଧୀରେ ଧୀରେ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଯଦି ଏହା ଘଟେ, ତେବେ ଭାରତୀୟ ସେନାର ଉପସ୍ଥିତି କେବଳ ନିୟନ୍ତ୍ରଣ ରେଖା ମଧ୍ୟରେ ସୀମିତ ରହିବ ।
ସୁରକ୍ଷା ବାହିନୀର ଅଧିକାରୀଙ୍କ ଅନୁସାରେ ଜମ୍ମୁ-କଶ୍ମୀରର ଆଭ୍ୟନ୍ତରୀଣ ଅଞ୍ଚଳରୁ ସେନା ହଟାଇବା ପ୍ରସ୍ତାବ ଉପରେ ଦୁଇ ବର୍ଷ ଧରି ଆଲୋଚନା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସୁରକ୍ଷା ବାହିନୀ ଏବଂ ଜମ୍ମୁ-କଶ୍ମୀର ପୋଲିସର ଯୋଗଦାନ ସହିତ ଏହି ବାର୍ତ୍ତାଳାପ ଗତିଶୀଳ ହୋଇଛି। ଉପତ୍ୟକାରେ ଆଇନ ଶୃଙ୍ଖଳା ତଥା ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ଭାରତୀୟ ସେନା ସହିତ ନିୟୋଜିତ ସିଆରପିଏଫ ପ୍ରତ୍ୟାହାର କରାଯାଇପାରେ।

ରିପୋର୍ଟ ଅନୁଯାୟୀ, ସେନା ଅଧିକାରୀ କହିଛନ୍ତି ଯେ ମନ୍ତ୍ରଣାଳୟ ସ୍ତରରେ ଏହି ବିଷୟରେ ଆଲୋଚନା ହେଉଛି ଏବଂ ଏନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଇପାରେ।
ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ସେନା ଜମ୍ମୁ-କଶ୍ମୀରରେ ପ୍ରାୟ ଲକ୍ଷେ ୩୦ ହଜାର ସୈନିକ ମୁତୟନ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୮୦ ହଜାର ଭାରତ ସୀମାରେ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସର ପ୍ରାୟ ୪୦ ରୁ ୪୫ ହଜାର ସୈନିକ ଆଭ୍ୟନ୍ତରୀଣ ଅଞ୍ଚଳରେ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥି ସହିତ, ସିଆରପିଏଫର ପ୍ରାୟ ୬୦ ହଜାର ଯବାନ ମୁତୟନ ରହିଛନ୍ତି। ସେଥିମଧ୍ୟରୁ ୪୫ ହଜାର କଶ୍ମୀର ଉପତ୍ୟକାରେ ନିୟୋଜିତ ଅଛନ୍ତି। ଜମ୍ମୁ-କଶ୍ମୀର ପୋଲିସର ୮୩ ହଜାର ଯବାନ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏହା ସହିତ ସିଏପିଏଫର କିଛି କମ୍ପାନୀ ମଧ୍ୟ ଉପତ୍ୟକାରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri