Posted inଜାତୀୟ

ଜମ୍ମୁ-କଶ୍ମୀରରୁ ହଟିବେ ସୈନ୍ୟ, ବିଚାର କରୁଛନ୍ତି ସରକାର…

ଶ୍ରୀନଗର,୨୦।୨ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବାର ପ୍ରାୟ ସାଢ଼େ ତିନି ବର୍ଷ ପରେ କେନ୍ଦ୍ର ସରକାର ବର୍ତ୍ତମାନ ଏଠାରେ ମୁତୟନ ହୋଇଥିବା ସୈନ୍ୟଙ୍କୁ ହଟାଇବାକୁ ଚିନ୍ତା କରୁଛନ୍ତି। ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ଏଠାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଏଥିସହ ଖବର ଆସିଛି ଯେ ବର୍ତ୍ତମାନ ଉପତ୍ୟକାର ଭିତର ଭାଗରୁ ଭାରତୀୟ ସେନାକୁ ଧୀରେ ଧୀରେ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଯଦି ଏହା ଘଟେ, ତେବେ ଭାରତୀୟ ସେନାର ଉପସ୍ଥିତି କେବଳ ନିୟନ୍ତ୍ରଣ ରେଖା ମଧ୍ୟରେ ସୀମିତ ରହିବ ।
ସୁରକ୍ଷା ବାହିନୀର ଅଧିକାରୀଙ୍କ ଅନୁସାରେ ଜମ୍ମୁ-କଶ୍ମୀରର ଆଭ୍ୟନ୍ତରୀଣ ଅଞ୍ଚଳରୁ ସେନା ହଟାଇବା ପ୍ରସ୍ତାବ ଉପରେ ଦୁଇ ବର୍ଷ ଧରି ଆଲୋଚନା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସୁରକ୍ଷା ବାହିନୀ ଏବଂ ଜମ୍ମୁ-କଶ୍ମୀର ପୋଲିସର ଯୋଗଦାନ ସହିତ ଏହି ବାର୍ତ୍ତାଳାପ ଗତିଶୀଳ ହୋଇଛି। ଉପତ୍ୟକାରେ ଆଇନ ଶୃଙ୍ଖଳା ତଥା ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ଭାରତୀୟ ସେନା ସହିତ ନିୟୋଜିତ ସିଆରପିଏଫ ପ୍ରତ୍ୟାହାର କରାଯାଇପାରେ।

ରିପୋର୍ଟ ଅନୁଯାୟୀ, ସେନା ଅଧିକାରୀ କହିଛନ୍ତି ଯେ ମନ୍ତ୍ରଣାଳୟ ସ୍ତରରେ ଏହି ବିଷୟରେ ଆଲୋଚନା ହେଉଛି ଏବଂ ଏନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଇପାରେ।
ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ସେନା ଜମ୍ମୁ-କଶ୍ମୀରରେ ପ୍ରାୟ ଲକ୍ଷେ ୩୦ ହଜାର ସୈନିକ ମୁତୟନ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୮୦ ହଜାର ଭାରତ ସୀମାରେ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସର ପ୍ରାୟ ୪୦ ରୁ ୪୫ ହଜାର ସୈନିକ ଆଭ୍ୟନ୍ତରୀଣ ଅଞ୍ଚଳରେ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥି ସହିତ, ସିଆରପିଏଫର ପ୍ରାୟ ୬୦ ହଜାର ଯବାନ ମୁତୟନ ରହିଛନ୍ତି। ସେଥିମଧ୍ୟରୁ ୪୫ ହଜାର କଶ୍ମୀର ଉପତ୍ୟକାରେ ନିୟୋଜିତ ଅଛନ୍ତି। ଜମ୍ମୁ-କଶ୍ମୀର ପୋଲିସର ୮୩ ହଜାର ଯବାନ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏହା ସହିତ ସିଏପିଏଫର କିଛି କମ୍ପାନୀ ମଧ୍ୟ ଉପତ୍ୟକାରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri