Posted inଜାତୀୟ

ସୁରକ୍ଷିତ ରହିବେ ଯବାନ: ଟି-୯୦ ଟ୍ୟାଙ୍କ ପାଇଁ କିଣାହେବ ନୂଆ ସରଞ୍ଜାମ

ନୂଆଦିଲ୍ଲୀ, ୨୧।୭: ଭାରତୀୟ ଯବାନଙ୍କ ସୁରକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ସେନା ବ୍ୟବହାର କରୁଥିବା ଟ୍ୟାଙ୍କରେ ନୂତନ ବିକଶିତ ସରଞ୍ଜାବ ଲଗାଯିବ। ଏହା ଅର୍ନ୍ତଗତ ଟି-୯୦ ଟ୍ୟାଙ୍କ ଲାଗି ୧,୫୧୨ଟି ମାଇନ୍‌ ପ୍ଲାଓ କିଣାଯିବ। ଏହାଦ୍ୱାରା ଲ୍ୟାଣ୍ଡ ମାଇନ୍‌ରୁ ଟ୍ୟାଙ୍କ ତଥା ଯବାନଙ୍କୁ ସୁରକ୍ଷିତ ରଖାଯାଇପାରିବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ୫୫୭ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ୨୦୨୭ ସୁଦ୍ଧା ଏହି ସୁବିଧା ଭାରତୀୟ ସେନାଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ମାଇନ୍‌ ପ୍ଲାଓରେଥିବା ଲଙ୍ଗଳ ପରି ଆକୃତି ମାଟିତଳେ ପୋତା ଯାଇଥିବା ଲ୍ୟାଣ୍ଡ ମାଇନ୍‌କୁ ବାହାର କରିବାକୁ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଶ୍ରୀରାମ’ ନ କହିବାରୁ ମୁସ୍‌ଲିମ ଡ୍ରାଇଭରଙ୍କୁ ମାଡ଼

ଠାଣେ,୨୮।୬: ମହାରାଷ୍ଟ୍ରରେ ଜଣେ ମୁସଲ୍‌ମାନ ଗାଡ଼ିଚାଳକଙ୍କୁ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହି ସ୍ଥାନୀୟ ଯୁବକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ...

ଲୋଙ୍ଗେଓ୍ବାଲା ସୀମାରେ ମୋଦି

ଜୈସେଲମର,୧୪।୧୧: ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜସ୍ଥାନର ଜୈସେଲମରର ଲୋଙ୍ଗେଓ୍ବାଲାଠାରେ ପହଞ୍ଚିଛନ୍ତି। ଦୀପାବଳି ଅବସରରେ ସେ ଯବାନମାନଙ୍କୁ ଅଭିନନ୍ଦନ...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା...

ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତରେ ସବୁଠୁ ଅଧିକ ଆବଶ୍ୟକ ହେବ ବିଜୁଳି

ନୂଆଦିଲ୍ଲୀ,୧୧।୨: ଭାରତରେ ଆସନ୍ତା ୨୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବିଜୁଳି ଆବଶ୍ୟକ ହେବ। ଏହି ଚାହିଦା ସହିତ ୟୁରୋପୀୟ ସଂଘକୁ ପଛରେ ପକାଇ ଭାରତ...

ଭୋଟର ପରିଚୟପତ୍ରରେ ସଂଯୋଗ ହେବ ଆଧାର: ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ା୧(ଆଇଏଏନ୍‌ଏସ୍‌): ଭୋଟର ପରିଚୟପତ୍ର ସହ ଆଧାର ନମ୍ବରକୁ ସଂଯୋଗ କରାଯିବ। ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନୂଆ ଆଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଅନେକେ ଏକାଧିକ...

ଇଟାଓ୍ବା ଜେଲରେ କରୋନା ଆତଙ୍କ: ୩୦ କଏଦୀ ଆକ୍ରାନ୍ତ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଜେଲ୍‌ରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଜେଲ୍‌ର ୩୦ ଜଣ କଏଦୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌...

କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

ପିଓକେ ଉପରେ ଆକ୍ରମଣ ନେଇ ନରାଓ୍ବଣେଙ୍କ ମନ୍ତବ୍ୟ: ଚିନ୍ତା କରାଯିବ କହିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି ଯେ,...

Advertisement


Archives

Model This Week