କାର୍‌ଗିଲ ବିଜୟ ଦିବସରେ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି: ଭୁବନେଶ୍ବରରେ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ଦାବି

ଭୁବନେଶ୍ୱର,୨୬ା୭: ଭାରତୀୟ ସାମରିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିଜୟ ଭାବେ କାର୍‌ଗିଲ ବିଜୟ ପରିଗଣିତ। ୧୯୯୯ରେ ଏହି ଯୁଦ୍ଧର ବିଜୟକୁ ସ୍ମରଣୀୟ କରାଇବା ଲାଗି ପ୍ରତିବର୍ଷ ଜୁଲାଇ ୨୬ରେ ପାଳିତ ହେଉଛି କାର୍‌ଗିଲ ବିଜୟ ଦିବସ। ଏହି ଦିବସଟି ଭାରତୀୟ ସୈନିକଙ୍କ ଅତୁଳନୀୟ ସାହସ ଏବଂ ବଳିଦାନ ପ୍ରତି ଏକ ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ବିଙ୍ଗ୍‌ ଇଣ୍ଡିଆନ ଫାଉଣ୍ଡେସନ ଓ ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ୨୬ତମ କାରଗିଲ ବିଜୟ ଦିବସ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ମେଜର ଜେନେରାଲ ଡ଼. ପ୍ରଦୀପ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାରଗିଲ ବିଜୟରେ ଭାରତୀୟ ସେନାର ସାହାସ, ପରାକ୍ରମ, ବଳୀଦାନ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ ସେବା, ଦେଶପ୍ରେମ ଓ ଦାୟିତ୍ୱ ଭାବନା ଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇ.ଜି. ଡ୍ରୋନ୍ସର ପ୍ରତିଷ୍ଠାତା ବୋଧୂସତ୍ତ୍ୱ ସଂଘପ୍ରିୟ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଓ ଦେଶର ସେନା ଶକ୍ତି ବୃଦ୍ଧିରେ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓଡ଼ିଶାର ଡ୍ରୋନ ଅପରେଶନ ସିନ୍ଦୂର ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତୀୟ ସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେହିପରି ପୂର୍ବତନ ରଣଜୀ ଖେଳାଳି ସତ୍ୟରଞ୍ଜନ ଶତପଥୀ କହିଛନ୍ତି, ଦେଶ ଓ ସମାଜ ନିର୍ମାଣରେ କ୍ରୀଡ଼ାର ବହୁ ଭୂମିକା ରହିଛି। କ୍ରୀଡ଼ା ମାଧ୍ୟମରେ ସାରା ବିଶ୍ୱରେ ଭାରତର ଗୌରବ ବଢ଼ାଇବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ।
ବିଙ୍ଗ୍‌ ଇଣ୍ଡିଆନ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ମୃତିରଞ୍ଜନ ବିଶ୍ୱାଳ ଅତିଥିମାନଙ୍କୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲର ଅଧ୍ୟକ୍ଷ ଦେବବ୍ରତ ମହାରଣା ଯୁବପିଢ଼ିଙ୍କ ମନରେ ସମାଜ ଓ ଦେଶସେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଭୁବନେଶ୍ୱରରେ ଏକ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ହେଉ ବୋଲି ବିଙ୍ଗ୍‌ ଇଣ୍ଡିଆନ ଫାଉଣ୍ଡେସନ ଓ ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲ ତରଫରୁ ସମସ୍ତ ଜନସାଧାରଣଙ୍କୁ ଆହ୍ବାନ କରାଯାଇ ଦସ୍ତଖତ ଅଭିଯାନ କରାଯାଇଥିଲା। କାରଗୀଲ ବିଜୟଠାରୁ ଅପରେଶନ ସିନ୍ଦୂର ପର୍ଯ୍ୟନ୍ତ ସମସ୍ତ ବୀରଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri