ନୂଆଦିଲ୍ଲୀ,୩।୧୦: ପାକିସ୍ତାନ ଅଧିକୃତ କଶ୍ମୀର(PoK)ରେ ସେନା-ଜନତା ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସେନାର ଗୁଳିମାଡ଼ରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ବିକ୍ଷୋଭ ପ୍ରଦର୍ଶନ ବେଳେ ସ୍ଥିତି ଅଣାୟତ୍ତ ହେବାରୁ ପାକ୍ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା। ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ଦେଖା ଦେଇଛି।
ମୁଜାଫରାବାଦ, ରାୱଲକୋଟ, ନୀଲମ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି। ବିଭିନ୍ନ ଦାବି ପୂରଣ ନେଇ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ହେଲେ ପାକିସ୍ତାନ ସେନାର ବର୍ବରତାକୁ ଭାରତ କଡ଼ା ନିନ୍ଦା କରାଯାଇଛି।


