Posted inଖେଳ

ଅର୍ଜୁନ ତେନ୍ଦୁଲକର Net Worth କେତେ? ବାପାଙ୍କ ସମ୍ପତ୍ତି ଛାଡ଼ି କେଉଁଠୁ ସେ କରନ୍ତି କେତେ ରୋଜଗାର

ନୂଆଦିଲ୍ଲୀ,୧୪।୮: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ନିର୍ବନ୍ଧ କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ସେ ମୁମ୍ବାଇର ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ରବି ଘାଇ ହସ୍ପିଟାଲିଟି ଓ ଖାଦ୍ୟ କ୍ଷେତ୍ରରେ ଏକ ବଡ଼ ନାମ। ଏଯାଏ ଉଭୟ ପରିବାର ତରଫରୁ କୌଣସି ଆଧିକାରିକ ବୟାନ ଆସିନାହିଁ, କିନ୍ତୁ ଏହି ନିର୍ବନ୍ଧ ଉତ୍ସବରେ ଉଭୟ ପରିବାରର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି।

ଅର୍ଜୁନ ତେନ୍ଦୁଲକରଙ୍କ କ୍ୟାରିୟର
ଅର୍ଜୁନ ତେନ୍ଦୁଲକର ଭାରତୀୟ ଘରୋଇ କ୍ରିକେଟରେ ଭାଗ ନେଇଛନ୍ତି ଏବଂ ତାଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ମଧ୍ୟ ଚୁକ୍ତି ମିଳିଛି। ତେବେ ପ୍ରଶ୍ନ ଉଠୁଛି, ଅର୍ଜୁନ ତେନ୍ଦୁଲକରଙ୍କ ନେଟଓ୍ବର୍ଥ(ମୋଟ ସମ୍ପତ୍ତି) କେତେ? ତାଙ୍କ ଆୟର ମୁଖ୍ୟ ଉତ୍ସ କ’ଣ?

ଅର୍ଜୁନଙ୍କ ନେଟଓ୍ବର୍ଥ
ରିପୋର୍ଟ ଅନୁଯାୟୀ, ଅର୍ଜୁନ ତେନ୍ଦୁଲକରଙ୍କ ମୋଟ ନେଟଓ୍ବର୍ଥ ପ୍ରାୟ ୨୨ କୋଟି ଟଙ୍କା। ସେ ଭାରତୀୟ ଘରୋଇ କ୍ରିକେଟ ଏବଂ IPL ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାର ବେସ ମୂଲ୍ୟରେ କିଣିଥିଲା। ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ ପୁନର୍ବାର କିଣିିଥିଲା। ଗତ ୫ ବର୍ଷରେ ସେ IPL ରୁ ପ୍ରାୟ ୧.୪୦ କୋଟି ଟଙ୍କା ରୋଜଗାର କରିଛନ୍ତି। IPL ୨୦୨୫ ପାଇଁ ମଧ୍ୟ ତାଙ୍କୁ ୩୦ ଲକ୍ଷ ଟଙ୍କା ମିଳିଥିଲା।

ଘରୋଇ କ୍ରିକେଟରୁ ଆୟ
ଘରୋଇ କ୍ରିକେଟରେ ଅର୍ଜୁନ ଗୋଆ ପକ୍ଷରୁ ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁଶ୍ତାକ ଅଲୀ ଟ୍ରଫିରେ ଭାଗ ନେଇଛନ୍ତି। ଘରୋଇ କ୍ରିକେଟରୁ ସେ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ରୋଜଗାର କରନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୫୦ ଲକ୍ଷ ଟଙ୍କା, ଯେଉଁଥିରୁ ୭୫-୮୦% IPL ରୁ ଏବଂ ବାକି ୨୦-୨୫% ଘରୋଇ କ୍ରିକେଟରୁ ଆସେ। ଏହା ବ୍ୟତୀତ, ବ୍ରାଣ୍ଡ ଏବଂ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ମଧ୍ୟ ଅର୍ଜୁନ ତେନ୍ଦୁଲକର ନିଶ୍ଚିତ ରୋଜଗାର କରନ୍ତି।

ଅର୍ଜୁନଙ୍କ ବିଳାସମୟ ଜୀବନଶୈଳୀ
ଅର୍ଜୁନ ତାଙ୍କ ପିତା ସଚିନ ତେନ୍ଦୁଲକରଙ୍କ ସହ ମୁମ୍ବାଇର ଏକ ପୋଷ ଅଞ୍ଚଳରେ ୬୦୦୦ ବର୍ଗଫୁଟରେ ନିର୍ମିତ ଏକ ବିଳାସମୟ ବଙ୍ଗଳାରେ ରହନ୍ତି। ଏହି ଘରେ ଅନେକ ମହଲା, ଦୁଇଟି ବେସମେଣ୍ଟ, ଏକ ଛାତ, ସବୁଜ ବଗିଚା, ଆଧୁନିକ ଲିଭିଂ ରୁମ ଏବଂ ଡାଇନିଂ ଏରିଆ ରହିଛି। ସଚିନ ୨୦୦୭ରେ ଏହି ଘରଟି ୩୯ କୋଟି ଟଙ୍କାରେ କିଣିଥିଲେ, ଯାହାର ଆଜିର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା। ଏହା ବ୍ୟତୀତ, ସଚିନଙ୍କର ଲଣ୍ଡନରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ନିକଟରେ ଏକ ଆଲିଶାନ ଆପାର୍ଟମେଣ୍ଟ ମଧ୍ୟ ରହିଛି, ଯେଉଁଠାରେ ତାଙ୍କ ପରିବାର ପ୍ରାୟତଃ ଛୁଟି କାଟିବାକୁ ଯାଇଥାନ୍ତି। ଏହି ଅଞ୍ଚଳରେ ସଚିନଙ୍କର ଏକ କ୍ରିକେଟ ଏକାଡେମୀ ମଧ୍ୟ ରହିଛି, ଯେଉଁଠାରେ ଅର୍ଜୁନ ଅଭ୍ୟାସ କରନ୍ତି।

କାର ସଉକ
ଅର୍ଜୁନ ତେନ୍ଦୁଲକରଙ୍କୁ କାର ପ୍ରତି ବେଶ ସଉକ ଅଛି। ତାଙ୍କ ଏବଂ ପିତା ସଚିନଙ୍କ ସଂଗ୍ରହରେ କିଆ କାରେନ୍ସ, ପୋର୍ସ କାୟେନ, BMW i୮, ନିସାନ GTR, ଫେରାରୀ ୩୬୦ ମୋଡେନା, ମର୍ସିଡିଜ-ଏଏମଜି C୩୬ ଭଳି ଅନେକ କାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri