ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି କିଭଳି ରହିବ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ବୈବାହିକ ଜୀବନ ଆଦି ବିଷୟରେ…

ଆସୁଛି ନୂଆବର୍ଷ ୨୦୨୫। ଏହା ମେଷ ରାଶିର ଜାତକଧାରୀଙ୍କ ଲାଗି କିଭଳି ରହିବ ତାହା ଆଜିର ଆଲୋଚନାରେ ଜାଣିବା। ତେବେ ବୈଦିକ ଜ୍ୟୋତିଷ ଅନୁଯାୟୀ ମେଷ ରାଶିର ସ୍ବାମୀ ମଙ୍ଗଳ। ସେ ସାହସ ଏବଂ ପରାକ୍ରମର କାରକ।

ନୂଆ ବର୍ଷରେ ମେଷ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ବେଶ ଭଲ ରହିବ। ଶନି, ଶୁକ୍ର ଏବଂ ଗୁରୁଙ୍କ ସ୍ଥିତି ଗୋଚର ସ୍ଥାନରେ ଭଲ ଥିବାରୁ ଧନ ସଞ୍ଚୟ କରିବେ। ଜାନୁଆରୀରେ ଆପଣ କୌଣସି ବାହନ ନଚେତ ଜମି କିଣିପାରିବେ।

କାମ ଏବଂ କ୍ୟାରିୟର ଦୃଷ୍ଟିରେ ମେଷ ରାଶିର ବ୍ୟକ୍ତିଙ୍କ ଲାଗି ଏହି ବର୍ଷ ଭଲ ରହିବ। ମାର୍ଚ୍ଚ ମାସ ପେରେ ଆପଣ ଚାକିରି ପରିବର୍ତ୍ତନ କରିପାରିବେ। ସେହିଭଳି ଚାକିରି, ବ୍ୟବସାୟ ଦୃଷ୍ଟିରୁ ଏହି ବର୍ଷ ଭଲ ରହିବ।

ଛାତ୍ରମାନଙ୍କ ଲାଗି ନୂଆବର୍ଷ ଶୁଭ ସାବ୍ୟସ୍ତ ହେବ। ବିଦେଶରେ ପାଠପଢ଼ାର ସୁଯୋଗ ମିଳିପାରେ। ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ବୈବାହିକ ଜୀବନ ଏବଂ ଲଭ୍‌ ଲାଇଫ୍‌କୁ ନେଇ ୨୦୨୫ ଭଲ ରହିବ। ଏହି ବର୍ଷ ଆରମ୍ଭରେ ଶନି ଏବଂ ଶୁକ୍ରଙ୍କ ଚଳନକୁ ନେଇ ବୈବାହିକ ଜୀବନ ଏବଂ ଲଭ ଲାଇଫ ଭଲ ରହିବ। ସେହିଭଳି ଗୁରୁ ବୃହସ୍ପତିଙ୍କ ସ୍ଥିତି ଯୋଗୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ଭଲ ରହିବ। ଯେଉଁମାନେ ଅବିବାହିତ ସେମାନେ ଫେବୃଆରୀ ପରେ ବିବାହ ଯୋଗ ରହିଛି। ଯେଉଁମାନେ ସନ୍ତାନ ଚାହୁଁଛନ୍ତି, ସେମାନଙ୍କ ଆଶା ପୂରଣ ହୋଇପାରେ।

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି ୨୦୨୫ରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବଡ଼ ସମସ୍ୟା ରହିବ ନାହିଁ। କେବଳ ଜାନୁଆରୀରୁ ମେ’ ମାସ ଯାଏ ସ୍ବାସ୍ଥ୍ୟର ଧ୍ୟାନ ରଖିବେ। କଫ, ତଣ୍ଟି ଏବଂ ଛାତି ସମ୍ବନ୍ଧୀୟ ରୋଗ ହୋଇପାରେ। ସେହିଭଳି ପାଦ ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ମେଷ ରାଶିର ବ୍ୟକ୍ତିବିଶେଷ ପ୍ରତି ମଙ୍ଗଳବାର ଏବଂ ଶନିବାର ହନୁମାନ ଚାଳିଶା ପାଠ କରନ୍ତୁ। ଏହାଛଡ଼ା ଶନିଦେବଙ୍କ ଆରାଧନା କରନ୍ତୁ। ଦୀପ ଜାଳନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri