ଏରିଅଲର ନୂତନ ଅଭିଯାନ ‘ହୋମ୍‌ ଟାଇମ୍ସ ଶେୟାର ଦି ଲୋଡ୍‌’

ଭୁବନେଶ୍ୱର,୧୪।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଫ୍ୟାବ୍ରିକ କେୟାର ବ୍ରାଣ୍ଡ୍‌ ଏରିଅଲର ନୂତନ ଅଭିଯାନ ‘ହୋମ୍‌ ଟାଇମ୍ସ ଶେୟାର ଦି ଲୋଡ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏରିଅଲର ନୂତନ ଅଭିଯାନ ତଥା ସଦ୍ୟତମ ଚଳଚ୍ଚିତ୍ର ‘ହୋମ୍‌ ଟାଇମ୍ସ ଶେୟାର ଦି ଲୋଡ୍‌’ ଜରିଆରେ ପରିବାର ମଧ୍ୟରେ ଏକ ଦଳ ଗତିଶୀଳ ହେବା ଓ ଘରୋଇ କାର୍ଯ୍ୟକୁ ଏକ ସାମୂହିକ ଦାୟିତ୍ୱ ଭାବେ ଦୋହରାଇବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଶେଷକରି ଏହା ଆୟଶାଙ୍କ କାହାଣୀ ମାଧ୍ୟମରେ ପୁରୁଷମାନଙ୍କ ଲାଗି ଏକ ଗରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରିଛି। ଏହା ଏକତ୍ର ବୃହତ୍‌ ଲକ୍ଷ୍ୟ ହାସଲ କରିବା ସମ୍ଭାବନାକୁ ଗୁରୁତ୍ୱ ଦେଇଥାଏ ଓ ଉଭୟ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ କ୍ଷେତ୍ରରେ ଦଳଗତ କାର୍ଯ୍ୟର ଗଭୀର ପ୍ରଭାବକୁ ଆଲୋକିତ କରିଥାଏ। ଚଳଚ୍ଚିତ୍ରଟି ଏହା ସୂଚୀତ କରେ ଯେ ଛୋଟ ମୁହୂର୍ତ୍ତଗୁଡ଼ିକ କିପରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ। ସେହିପରି ଉକ୍ତ ଅଭିଯାନର ଉନ୍ମୋଚନ କାର୍ଯ୍ୟକ୍ରମରେ ଅନୀଲ କପୁର ବିକାଶଶୀଳ ଗତିଶୀଳତା ଓ ସମ୍ପର୍କ ମଧ୍ୟରେ ପ୍ରକୃତ ସହଭାଗିତାର ମହତ୍ତ୍ୱ ଉପରେ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଛନ୍ତି। ଏ ନେଇ ଫ୍ୟାବ୍ରିକ କେୟାରର ଉପାଧ୍ୟକ୍ଷ ଜି ମୁକ୍ତା ମାହେଶ୍ୱରୀ କହିଛନ୍ତି, ଆମେ ଘରେ ଏକ ଇକୋ ସିଷ୍ଟମ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ଆମର ଉଦ୍ଦେଶ୍ୟ ଉନ୍ନତ ସଫେଇ ସାମଗ୍ରୀ ଯୋଗାଇବା ସହ ପରିବାର ମଧ୍ୟରେ ଉତ୍ତମ ସହଭାଗିତା ଓ ସମାନତା ବୃଦ୍ଧି ଲକ୍ଷ୍ୟ ରଖିଛୁ।

ଉଲ୍ଲେଖଯୋଗ୍ୟ, ଗତ ୨ବର୍ଷ ମଧ୍ୟରେ ଏରିଏଲ ଇଣ୍ଡିଆ କ୍ରମାଗତ ଭାବେ ଘରୋଇ ଚାହିଦା ବୃଦ୍ଧି କରିବାରେ ଲାଗିଛି। ସମାଜ ଅଗ୍ରଗତି କଲାବେଳେ ପୁରୁଷମାନେ ନିଜ ଜୀବନସାଥୀଙ୍କୁ ସମାନ ଭାବେ ସମର୍ଥନ କରିବାର ଗୁରୁତ୍ୱକୁ ଅଧିକ ସ୍ବୀକୃତି ଦେଉଛନ୍ତି। ଯେହେତୁ ଆମେ ୨୦୧୫ରେ ଯାତ୍ରା ଆରମ୍ଭ କରିଥିଲୁ ଆଜି ପ୍ରତ୍ୟେକଙ୍କ ଘରେ ଏରିଏଲର ବିଶ୍ୱାସ ସହ ଅଗ୍ରଗତିର ଆବଶ୍ୟକତାକୁ ବିଚାରକରି ଏହା ନିଶ୍ଚିତ କରେ ଯେ ଏରିଏଲ ଘର ଭିତରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଘର କାମର ଉତ୍ତରଦାୟିତ୍ୱ ଓ ସଂସ୍କୃତି ପ୍ରତିପାଦନ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri