ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

କୋରାପୁଟ,୨୬ା୧୧(ସ୍ବ.ପ୍ର.): କୋରାପୁଟ ବ୍ଲକର ସୁକୁ ପଞ୍ଚାୟତରେ ଏକ ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଶନିବାର ଜଣେ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍‌ଆଇ) ଜୟପୁର ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ପଡ଼ି କୋର୍ଟଚାଲାଣ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, କୋରାପୁଟ ତହସିଲର ସୁକୁ ଏଆର୍‌ଆଇ ଅମିତ ବେହେରା ପୈତୃକ ସମ୍ପତ୍ତିକୁ ୨ ଭାଇଙ୍କ ମଧ୍ୟରେ ଭାଗବଣ୍ଟା କରି ଜମି ପଟ୍ଟା କରାଇ ଦେବା ପାଇଁ ଶନିବାର ଜୟପୁରଠାରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି। ଜୟପୁର ଭିଜିଲାନ୍ସ ଏକ ଟିମ୍‌ କୋରାପୁଟ ବାସଭବନରେ ଚଢ଼ାଉ କରୁଥିବା ଜଣାପଡ଼ିଛି। ଜୟପୁର ବ୍ଲକର ମହାଳିଆପୁଟ ଗ୍ରାମର ନନ୍ଦୁ ଖରା ବାପାଙ୍କ ନାମରେ କୋରାପୁଟ ତହସିଲର ସୁକୁ ଗ୍ରାମରେ ଥିବା କିଛି ଜମି ରହିଥିଲା। ବାପାଙ୍କ ମୃତ୍ୟୁ ପରେ ନନ୍ଦୁ ଖରା ସେହି ଜମିକୁ ନିଜ ୨ ଭାଇଙ୍କ ମଧ୍ୟରେ ଭାଗ ବଣ୍ଟା କରି ଜମି ପଟ୍ଟା କରାଇ ଦେବା ପାଇଁ ପୂର୍ବରୁ ଏଆର୍‌ଆଇ ୨୦ହଜାର ଟଙ୍କା ମାଗିଥିବାବେଳେ ନନ୍ଦୁ ୧୦ ହଜାର ଟଙ୍କା ସୁକୁ ଏଆର୍‌ଆଇ କାର୍ଯ୍ୟାଳୟକୁ ଯାଇ ଦେଇଥିଲେ। ବଳକା ୧୦ ହଜାର ଟଙ୍କା ଏଆର୍‌ଆଇ ଅମିତ ବାରମ୍ବାର ମାଗିବାରୁ ନନ୍ଦୁ ଏସମ୍ପର୍କରେ ଜୟପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଶନିବାର ବଳକା ଟଙ୍କା ଦେବା ପାଇଁ ଅମିତ ନନ୍ଦୁଙ୍କୁ ଜୟପୁରର ପାରାବେଡ଼ା ଛକ ଆସିବା ପାଇଁ କହିବାରୁ ନନ୍ଦୁ ଭିଜିଲାନ୍ସ ପକ୍ଷରୁ ରଙ୍ଗବୋଳା ଦିଆଯାଇଥିବା ୬ ହଜାର ଟଙ୍କା ଧରି ପାରାବେଡା ଛକଠାରେ ଆସି ଅମିତକୁ ଦେବା ସମୟରେ ପୂର୍ବରୁ ଯୋଜନା ମୁତାବକ ଜୟପୁର ଭିଜିଲାନ୍ସ ଟିମ୍‌ ଅମିତଙ୍କୁ ମାଡ଼ି ବସିଥିଲେ। ବର୍ତ୍ତମାନ ଅଭିଯୁକ୍ତ ଏଆର୍‌ଆଇକୁ ଗିରଫ କରାଯାଇଥିବାବେଳେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ଭିଜିଲାନ୍ସର ଅନ୍ୟ ଦୁଇଟି ଟିମ୍‌ ସୁକୁସ୍ଥିତ ଏଆର୍‌ଆଇ କାର୍ଯ୍ୟାଳୟ ଓ କୋରାପୁଟ କୋଲାବ କଲୋନୀଠାରେ ଥିବା ତାଙ୍କ ବାସଭବନରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri