ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ ଆର୍ଆଇ ରିପୋର୍ଟ ପାଇଁ ୨ ଶହ ଟଙ୍କା ଲାଞ୍ଚ ନେବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଘଟଣାକୁ ନେଇ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ତୁରନ୍ତ ବାସୁଦେବପୁର ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ନିରୀକ୍ଷକ ଯୋଗେନ୍ଦ୍ର ମାଝୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ବେସରକାରୀ ଭାବରେ କାର୍ଯ୍ୟରତ ପିଅନ କାଳିଆ ବେହେରାଙ୍କୁ ଚାକିରିରୁ ବିଦା କରାଯାଇଛି।
Dharitri – Odisha’s No.1 Odia Daily


