ମାର୍କେଟ୍‌ରେ ଫ୍ରୁଟ୍‌ଜୁସ୍‌ ପିଉଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍‌…

ବାହାରକୁ ବୁଲିଯିବା ବେଳେ ବିଶେଷକରି ଖରାଦିନେ ଅନେକେ ଥଣ୍ଡା ପାନୀୟ ପିଇବାକୁ ଭଲ ପାଆନ୍ତି, ଯେଉଁଥିରେ ଥଣ୍ଡା ଥଣ୍ଡା ଫ୍ରୁଟ୍‌ଜୁସ୍‌ର ଡିମାଣ୍ଡ ସର୍ବାଧିକ। ହେଲେ ରାସ୍ତା କଡ଼ରେ ଅସ୍ଥାୟୀ ଭାବେ ଖୋଲିଥିବା ସମସ୍ତ ସିଜନାଲ୍‌ ଷ୍ଟଲ୍‌ରୁ ଜୁସ୍‌ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇ ନ ପାରେ। ତେଣୁ ବାହାରକୁ ଯାଉଥିଲେ ବିଶେଷକରି ପିଲାଙ୍କୁ ସାଙ୍ଗରେ ନେଉଥିଲେ ବାହାରେ ଜୁସ୍‌ ପିଇବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନଦେବା ଆବଶ୍ୟକ…

– ବାହାରେ ଜୁସ୍‌ ପିଉଥିଲେ ପ୍ରଥମେ ଉକ୍ତ ଦୋକାନର ଫୁଡ୍‌ ଲାଇସେନ୍ସ ଅଛି ନା ନାହିଁ ଦେଖନ୍ତୁ। ସେଠାରେ ବ୍ୟବହୃତ ପାଣି ପରିଷ୍କାର କି ନାହିଁ ଏବଂ ଫଳ ତାଜା କି ନାହିଁ ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ହାଇଦ୍ରାବାଦରେ ଥିବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁଟ୍ରିଶନ୍‌ ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ ରାସ୍ତାକଡ଼ରେ ଖରାଦିନେ ଅସ୍ଥାୟୀ ଭାବେ ହୋଇଥିବା ଅଧିକାଂଶ ଫ୍ରୁଟ୍‌ଜୁସ୍‌ ଦୋକାନରେ ମିଳୁଥିବା ଜୁସ୍‌ ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ। ସେଠାରେ ବ୍ୟବହୃତ ଅପରିଷ୍କାର ପାଣି ଦ୍ୱାରା ଶରୀରକୁ ବିଭିନ୍ନ ରୋଗ ଜୀବାଣୁ ଯାଇ ଝାଡ଼ା, ବାନ୍ତି ଭଳି ଅନେକ ରୋଗର କାରଣ ସାଜିଥାଏ।
– ଏ ଦିନେ ଫ୍ରୁଟ୍‌ଜୁସ୍‌ ଷ୍ଟଲ୍‌ ମଧ୍ୟରୁ ଅନେକେ ଅଧିକ ଟଙ୍କା ପାଇବା ଲୋଭରେ ଅଳ୍ପ ଟଙ୍କାରେ ପଚା କିମ୍ବା ବେଶି ଦିନ ରହିଯାଇଥିତ୍ବା ଫଳ କିଣି ଆଣି ଗ୍ରାହକଙ୍କୁ ଜୁସ୍‌ କରିଦିଅନ୍ତି। ହେଲେ ଏହାକୁ ପିଇବା ଦ୍ୱାରା ପେଟ ଖରାପ ହେବା ସହ ଅନ୍ୟାନ୍ୟ ରୋଗ ଦେଖାଦେବା ଆଶଙ୍କା ରହିଛି।
– ଜୁସ୍‌ ପାଇଁ ବ୍ୟବହୃତ ପାଣି କିମ୍ବା ବରଫ ଅପରିଷ୍କାର ହୋଇଥିଲେ ସେଥିରେ ଥିବା ବ୍ୟାକ୍ଟେଟିଆ କଲେରା, ଟାଇଫଏଡ୍‌, ଜଣ୍ଡିସ୍‌ ଭଳି ଜଳଜନିତ ରୋଗର କାରଣ ସାଜିପାରେ।
– ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୋକାନୀ ଜୁସ୍‌ରେ ସାକାରିନ୍‌ ଭଳି କେତେକ ଆର୍ଟିଫିସିଆଲ୍‌ ସୁଗାର ବ୍ୟବହାର କରୁଥିଲେ ଏହାକୁ ପିଇବା ଦ୍ୱାରା ମେଦବହୁଳତା, ବ୍ରେନ୍‌ ଟ୍ୟୁମର, ବ୍ଲାଡର କ୍ୟାନ୍‌ସର ଭଳି ଅନେକ ସମସ୍ୟା ଉପୁଜିପାରେ। ତେଣୁ ଏଥିପ୍ରତି ଧ୍ୟାନଦେବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri