ଜମ୍ମୁରେ ଫସି ରହିଛନ୍ତି କି ଛାତ୍ରୀଛାତ୍ର? ଏହି ନମ୍ବରେ କରୁନ୍ତୁ କଲ୍‌ 

ଭୁବନେଶ୍ୱର,୧୦।୫: ଜମ୍ମୁରେ ଫସିରହିଥିବା ୧୧୪ ଓଡ଼ିଆ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା ହୋଇଛି।  ଓଡ଼ିଶା ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି ହୋଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର (-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧) ରହିଛି।
ଅନ୍ୟପକ୍ଷେ ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର (-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)  ରହିଛି।
ଏହି ନମ୍ବରରେ ଛାତ୍ରଛାତ୍ରୀ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷେ, ଓଡ଼ିଶାର ୫ କୃଷି ବିଜ୍ଞାନ ଛାତ୍ରୀଛାତ୍ର ଶ୍ରୀନଗରରେ ଫସିରହିଛନ୍ତି। ସେମାନେ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେଇଯିବାବାକୁ ଗୁହାରି କରିଛନ୍ତି। ସୋନେ କହିଛନ୍ତି, ଦିଲ୍ଲୀ ଓଡ଼ିଶା ଭବନ ସହିତ ଯୋଗାଯୋଗ କରିଛୁ।
ଶ୍ରୀନଗରରେ ଡ୍ରୋନ ଆଟାକ୍‌ ଶଦ୍ଦ ଶୁଣିବାକୁ ପାଇଛୁ। ଆଜି ନ ଗଲେ କାଲି ଆହୁରି ଅଧିକ ସମସ୍ୟା ହୋଇପାରେ। ଅନ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଲେଣି, ଆମକୁ ନିଅନ୍ତୁ ବୋଲି ଛାତ୍ରୀଛାତ୍ର ନିବେଦନ କରିଛନ୍ତି।