ଭାଲେଣ୍ଟାଇନ୍ ଡେ’ରେ ବିବାହ କରିବେ ଧନୁଷ-ମୃଣାଳ ଠାକୁର! ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୁଣାଯାଉଥିବା ବେଳେ, ଏବେ ସେମାନେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ଫେବୃଆରୀ ୧୪ ଅର୍ଥାତ୍ ‘ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏହି ଯୋଡ଼ି ଏକ ଗୋପନୀୟ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

ଅନେକ ସମୟରେ ଧନୁଷ ଓ ମୃଣାଳଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଅଜୟ ଦେବଗନଙ୍କ ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର-୨’ର ସ୍କ୍ରିନିଂରେ ଧନୁଷଙ୍କ ଉପସ୍ଥିତି ଏହି ଗୁଜବକୁ ଆହୁରି ବଢ଼ାଇ ଦେଇଥିଲା। ମୃଣାଳ ସୋସିଆଲ ମିଡିଆରେ ଧନୁଷଙ୍କ ଭଉଣୀମାନଙ୍କୁ ଫଲୋ କରିବା ପରେ, ପ୍ରଶଂସକମାନେ ଏହାକୁ ସେମାନଙ୍କ ସମ୍ପର୍କର ସବୁଠାରୁ ବଡ଼ ସଙ୍କେତ ବୋଲି ମନେ କରୁଛନ୍ତି।

ହାଯାଉଛି ଯେ, ମୃଣାଳଙ୍କ ଦକ୍ଷିଣ ଭାରତୀୟ ସିନେମା ପ୍ରତି ଆଗ୍ରହ ଏବଂ କାର୍ଯ୍ୟ ତାଙ୍କୁ ଧନୁଷଙ୍କ ନିକଟତର କରିଛି। ତେବେ ଏହି ବିବାହ ଚର୍ଚ୍ଚା ଉପରେ ମୃଣାଳ ପୂର୍ବରୁ କହିଥିଲେ ଯେ, ଧନୁଷଙ୍କ ସହ ତାଙ୍କର କୌଣସି ପ୍ରେମ ସମ୍ପର୍କ ନାହିଁ। ସେ ଧନୁଷଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି ଦର୍ଶାଇଥିଲେ। ସ୍କ୍ରିନିଂ ଇଭେଣ୍ଟକୁ ନେଇ ସେ ସ୍ପଷ୍ଟ କରିଥିଲେ ଯେ ଧନୁଷଙ୍କୁ ଅଜୟ ଦେବଗନ ନିମନ୍ତ୍ରଣ କରିଥିଲେ।

ସୂଚନାଯୋଗ୍ୟ ଯେ, ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ୧୮ ବର୍ଷର ବୈବାହିକ ଜୀବନ ପରେ ୨୦୨୨ ମସିହାରେ ସେମାନେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବ ଦେଖିବାକୁ ଯାଇଥିବା ବେଳେ ଯୋଡାରେ ମହିଳାଙ୍କୁ ଗଣବଳାତ୍କାର, ଦୁଇଜଣଙ୍କୁ ବାନ୍ଧିଲା ପୋଲିସ

ଯୋଡ଼ା,୪।୩(ମାନସ ମହାନ୍ତି) : କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ମାଘେ ପର୍ଵ ସମୟ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର…

ଖାମେନେଇଙ୍କ ସମର୍ଥନରେ ଟ୍ରମ୍ପ-ନେତାନ୍ୟାହୁଙ୍କ ପୋଷ୍ଟର ଜାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ,୪।୩: ଭାରତରେ ଅନେକ ମୁସଲିମ ସଂଗଠନ ଏବଂ ରାଜନୈତିକ ଦଳ ଇରାନ ଉପରେ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣର ପ୍ରତିବାଦ କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ…

ହୋଲିରେ ଅଘଟଣ, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ….

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭଷ୍ମା ଥାନା ଅନ୍ତର୍ଗତ ଶରଧାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…

ହୁତୁହୁତୁ ହେଇ ଜଳୁଛି କୋରାପୁଟର ମାଉଣ୍ଟେନ ପାହାଡ଼

କୋରାପୁଟ,୪।୩(ଅମିତାଭ ବେହେରା ): ବୁଧବାର ଅପରାହ୍ନରେ କୋରାପୁଟ ସହରର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ । ହୁତୁହୁତୁ ହୋଇ ଜଳୁଥିବା ବେଳେ କେହି ନିଆଁ ଲଗାଇ…

ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତାଙ୍କୁ ଇସ୍ରାଏଲର ହତ୍ୟା ଧମକ, ପଦ ସମ୍ଭାଳିବା ପୂର୍ବରୁ ଟାର୍ଗେଟ

ନୂଆଦିଲ୍ଲୀ,୪।୩:ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବାକୁ ଯାଉଛନ୍ତି। ତେବେ ଏହା ପରେ ବର୍ତ୍ତମାନ ତାଙ୍କୁ ହତ୍ୟା…

ସେମିଫାଇନାଲ୍‌ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣ ପଶିଲେ ଭାରତୀୟ ଖେଳାଳି

ମୁମ୍ବାଇ,୪।୩: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ପୂର୍ବରୁ, ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଆଶୀର୍ବାଦ ନେବାକୁ ଯାଇଥିଲେ। ମାର୍ଚ୍ଚ…

ଇରାନର ଧମକ ପରେ ଟ୍ରମ୍ପଙ୍କ ପାଲଟା ଆକ୍ରମଣ, ହୋର୍ମୁଜକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ହୋର୍ମୁଜ୍ ଷ୍ଟ୍ରେଟକୁ ବନ୍ଦ କରିବାର ଧମକ ସମ୍ପର୍କରେ ଏକ…

ଜଳିଲା କାଏମା ପାହାଡ: ନିଆଁ ଲଗାଇ ଚାଲିଗଲେ ଦୃର୍ବୁତ୍ତ ବନ ବିଭାଗର ଦାୟିତ୍ୱ ଉପରେ ଉଠିଲା ପ୍ରଶ

ଧର୍ମଶାଳା,୪।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକର ଐତିହାସିକ କାଏମା ପାହାଡରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେବା ଫଳରେ ଦୀର୍ଘ ସମୟ ଧରି ପାହାଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri