ଇଡି ହାତରେ ଅର୍ଚ୍ଚନାଙ୍କ ଦୁଇ ଡାଏରୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡ ଅବଧି ସମୟରେ ଅର୍ଚ୍ଚନା ଇଡି ଆଗରେ ତାଙ୍କ କଳା ସାମ୍ରାଜ୍ୟର ବଡ଼ ଗୁମର ସମ୍ପର୍କରେ କିଛି ବି ମୁହଁ ଖୋଲି ନ ଥିଲେ। ଏବେ ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା ସମୟରେ ବି ଉଭୟ ଚୁପ୍‌ ରହୁଛନ୍ତି। ଏପରି ସ୍ଥିତିରେ ଇଡି ଅଧିକାରୀମାନେ ଶୁକ୍ରବାର ଖଣ୍ଡଗିରି ଥାନାକୁ ଯାଇ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୨ଟି ଡାଏରୀ ଜବତ କରିଥିବା ସୂଚନା ମିଳିଛି। ଏସବୁରେ ହନିଟ୍ରାପ୍‌, ବ୍ଲାକ୍‌ମେଲ୍‌ ଓ ବେଆଇନ ଆର୍ଥିକ କାରବାରର ଗୁମର ରହିଥିବା ଇଡି ଆଶା କରୁଛି। ଏପରିକି ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଉକ୍ତ ୨ ଡାଏରୀରେ ଅନେକ ତଥ୍ୟ ଥିବା କୁହାଯାଉଛି। ତେବେ ଆଗାମୀ ଦିନରେ ଏଥିରୁ ଇଡି କି ପ୍ରମାଣ ପାଉଛି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅପରପକ୍ଷରେ ଗିରଫବେଳେ ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌ ଓ ଗୋଟିଏ ପେନ୍‌ଡ୍ରାଇଭ୍‌ ଜବତ କରିଥିଲା କମିଶନରେଟ ପୋଲିସ। ପରବର୍ତ୍ତୀ ସମୟରେ ପୋଲିସ ସେସବୁରୁ ପ୍ରମାଣ ପାଇବାକୁ ରାଜ୍ୟ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ଉକ୍ତ ଡିଜିଟାଲ ଦସ୍ତାବିଜ୍‌ଗୁଡ଼ିକୁ ଦେବାକୁ ଫୋରେନ୍‌ସିକ୍‌ ଲାବକୁ ୨ଥର ଚିଠି ଲେଖିଲାଣି ଇଡି। ଏପରି କି ଉକ୍ତ ପ୍ରମାଣ ଇଡିକୁ ଦେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଫୋରେନସିକ୍‌ ଲାବ ପକ୍ଷରୁ ଉକ୍ତ ଡିଜିଟାଲ ପ୍ରମାଣପତ୍ର ଇଡିକୁ ଦିଆଯାଉନାହିଁି। ତେଣୁ ଶୁକ୍ରବାର ଇଡିର ଅଧିକାରୀମାନେ ରସୁଲଗଡ଼ ଛକସ୍ଥିତ ଉକ୍ତ ଲାବକୁ ଯାଇ ଏହା ବିଷୟରେ ପଚାରି ବୁଝିଥିଲେ। ହେଲେ ଏଥର ବି ଇଡି ଖାଲି ହାତରେ ଫେରିଛି। ଉକ୍ତ ଡିଜିଟାଲ ପ୍ରମାଣପତ୍ରରେ ଆର୍ଥିକ କାରବାର ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା କୁହାଯାଉଥିଲା। ତେବେ ବାରମ୍ବାର ଚିଠି ଓ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇଡିକୁ ଉକ୍ତ ପ୍ରମାଣପତ୍ର ନ ମିଳିବା ଘଟଣାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଫୋରେନ୍‌ସିକ୍‌ ଲାବ୍‌ର ଏପରି ଅସହଯୋଗକୁ ନେଇ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାମଲାରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବାରୁ ରାଜ୍ୟ ପୋଲିସ ପକ୍ଷରୁ ଏହି ତଥ୍ୟ ଦେବା ପାଇଁ ବିଳମ୍ବ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟକୁ କିପରି ଭେଦିବ ତାହା ବର୍ତ୍ତମାନ ଇଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଇଡି ମଙ୍ଗଳବାରଠାରୁ ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୬ ଦିନ ଓ ଜଗବନ୍ଧୁଙ୍କୁ ପ୍ରଥମ ପର୍ଯ୍ୟାୟରେ ବୁଧବାରଠାରୁ ୯ଦିନ ପାଇଁ ରିମାଣ୍ଡରେ ଆଣିଛି। ହେଲେ ଦିନ ସରୁଥିଲେ ମଧ୍ୟ ଇଡି ରାଜ୍ୟର ଏହି ବଡ଼ ବ୍ୟାକ୍‌ମେଲିଂ ମାମଲାର ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ପ୍ରଥମେ କମିଶନରେଟ ପୋଲିସ, ଏବେ ରାଜ୍ୟ ପୋଲିସ ଅଧୀନରେ ଥିବା ଫୋରେନ୍‌ସିକ୍‌ ଲାବ୍‌ର ଅସହଯୋଗ ଏପରି ଆଶଙ୍କାକୁ ଆହୁରି ଦୃଢ଼ୀଭୂତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri