ଦ୍ୱିତୀୟ ସ୍ତ୍ରୀଙ୍କ ସହ ହନିମୁନ୍‌ରେ ବାହାରିଲେ ଅରବାଜ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ମେକଅପ୍‌ କଳାକାର ଶୌରା ଖାନ୍‌ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍‌ ପାଇଁ ବାହାରିଛନ୍ତି। ଶନିବାର ତାଙ୍କୁ ସ୍ତ୍ରୀଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ଦମ୍ପତି ବିମାନବନ୍ଦରରେ ଫଟୋ ପାଇଁ ମଧ୍ୟ ପୋଜ ଦେଇଥିଲେ। ଏହି ସମୟ ମଧ୍ୟରେ ଦୁହେଁ ବହୁତ ଖୁସି ଦେଖାଯାଉଥିଲେ। ଯାହାର ଭିଡିଓ ଆଜି ସାମ୍ନାକୁ ଆସିଛି। ଦମ୍ପତି କାଜୁଆଲ ଲୁକ୍‌ରେ ବିମାନବନ୍ଦରରେ ନଜର ଆସିଥିଲେ।

ନୀଳ ଜିନ୍ସ ଏବଂ କଳା ଟି-ଶର୍ଟରେ ଅରବାଜଙ୍କୁ ଦେଖିବାକୁ ମିଳିଥିବା ବେଳେ ଶୌରା ଏକ ଧୂସର ରଙ୍ଗର କୋ-ଅର୍ଡ ସେଟ୍‌ ପିନ୍ଧିଥିଲେ। ସେ ଏକ କଳା ବ୍ୟାଗ୍‌, କଳା କ୍ୟାପ୍‌ ପିନ୍ଧିଛନ୍ତି।

ଡିସେମ୍ବର ୨୪ରେ ଅଭିନେତାଙ୍କ ଭଉଣୀ ଅର୍ପିତା ଖାନ୍‌ ଶର୍ମାଙ୍କ ଘରେ ଅରବାଜ ଏବଂ ଶୌରାଙ୍କ ବିବାହ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ଦମ୍ପତିଙ୍କ ନିକଟତର ଲୋକମାନେ ଯୋଗ ଦେଇଥିଲେ। ବିବାହ ପରେ ଅରବାଜ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାହ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।

ଅରବାଜ ତାଙ୍କ ପରିବାର ସହ ବିବାହ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସଲମାନ ଖାନ, ସୋହେଲ ଖାନ, ଅର୍ପିତା ଖାନ, ଅଲଭିରା ଖାନ ଅଗ୍ନିହୋତ୍ରୀ, ଆୟୁଷ ଶର୍ମା ଏବଂ ଅରହାନ ଖାନ ରହିଥିଲେ। ଫଟୋରେ କ୍ୟାପଶନ ଲେଖାଥିଲା, ମୋର ପ୍ରିୟ ଲୋକଙ୍କ ଉପସ୍ଥିତିରେ, ମୋର ପ୍ରେମ ଏବଂ ମୁଁ ଆଜିଠାରୁ ଜୀବନ ପାଇଁ ଏକାଠି ହେଲୁ। ତୁମର ସମସ୍ତ ଆଶୀର୍ବାଦ ଏବଂ ଶୁଭେଚ୍ଛା ଦରକାର।

ଅରବାଜଙ୍କ ପ୍ରଥମ ବିବାହ ମଲାଇକା ଆରୋରାଙ୍କ ସହ ହୋଇଥିଲା। ସେମାନେ ୨୦୧୬ରେ ଅଲଗା ହୋଇଥିଲେ ଏବଂ ୨୦୧୭ରେ ସେମାନଙ୍କର ଆନୁଷ୍ଠାନିକ ଭାବରେ ଛାଡ଼ପତ୍ର ହୋଇଥିଲା। ସେମାନଙ୍କର ଏକ ପୁଅ ଅରହାନ ଅଛି। ଅରବାଜ ମଧ୍ୟ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ୍‌ କରିଥିଲେ। କିନ୍ତୁ ସେମାନେ ଗତ ବର୍ଷ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri