ଦ୍ୱିତୀୟ ସ୍ତ୍ରୀଙ୍କ ସହ ହନିମୁନ୍‌ରେ ବାହାରିଲେ ଅରବାଜ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ମେକଅପ୍‌ କଳାକାର ଶୌରା ଖାନ୍‌ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍‌ ପାଇଁ ବାହାରିଛନ୍ତି। ଶନିବାର ତାଙ୍କୁ ସ୍ତ୍ରୀଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ଦମ୍ପତି ବିମାନବନ୍ଦରରେ ଫଟୋ ପାଇଁ ମଧ୍ୟ ପୋଜ ଦେଇଥିଲେ। ଏହି ସମୟ ମଧ୍ୟରେ ଦୁହେଁ ବହୁତ ଖୁସି ଦେଖାଯାଉଥିଲେ। ଯାହାର ଭିଡିଓ ଆଜି ସାମ୍ନାକୁ ଆସିଛି। ଦମ୍ପତି କାଜୁଆଲ ଲୁକ୍‌ରେ ବିମାନବନ୍ଦରରେ ନଜର ଆସିଥିଲେ।

ନୀଳ ଜିନ୍ସ ଏବଂ କଳା ଟି-ଶର୍ଟରେ ଅରବାଜଙ୍କୁ ଦେଖିବାକୁ ମିଳିଥିବା ବେଳେ ଶୌରା ଏକ ଧୂସର ରଙ୍ଗର କୋ-ଅର୍ଡ ସେଟ୍‌ ପିନ୍ଧିଥିଲେ। ସେ ଏକ କଳା ବ୍ୟାଗ୍‌, କଳା କ୍ୟାପ୍‌ ପିନ୍ଧିଛନ୍ତି।

ଡିସେମ୍ବର ୨୪ରେ ଅଭିନେତାଙ୍କ ଭଉଣୀ ଅର୍ପିତା ଖାନ୍‌ ଶର୍ମାଙ୍କ ଘରେ ଅରବାଜ ଏବଂ ଶୌରାଙ୍କ ବିବାହ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ଦମ୍ପତିଙ୍କ ନିକଟତର ଲୋକମାନେ ଯୋଗ ଦେଇଥିଲେ। ବିବାହ ପରେ ଅରବାଜ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାହ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।

ଅରବାଜ ତାଙ୍କ ପରିବାର ସହ ବିବାହ ଫଟୋ ଶେୟାର କରିଥିଲେ। ଯେଉଁଥିରେ ସଲମାନ ଖାନ, ସୋହେଲ ଖାନ, ଅର୍ପିତା ଖାନ, ଅଲଭିରା ଖାନ ଅଗ୍ନିହୋତ୍ରୀ, ଆୟୁଷ ଶର୍ମା ଏବଂ ଅରହାନ ଖାନ ରହିଥିଲେ। ଫଟୋରେ କ୍ୟାପଶନ ଲେଖାଥିଲା, ମୋର ପ୍ରିୟ ଲୋକଙ୍କ ଉପସ୍ଥିତିରେ, ମୋର ପ୍ରେମ ଏବଂ ମୁଁ ଆଜିଠାରୁ ଜୀବନ ପାଇଁ ଏକାଠି ହେଲୁ। ତୁମର ସମସ୍ତ ଆଶୀର୍ବାଦ ଏବଂ ଶୁଭେଚ୍ଛା ଦରକାର।

ଅରବାଜଙ୍କ ପ୍ରଥମ ବିବାହ ମଲାଇକା ଆରୋରାଙ୍କ ସହ ହୋଇଥିଲା। ସେମାନେ ୨୦୧୬ରେ ଅଲଗା ହୋଇଥିଲେ ଏବଂ ୨୦୧୭ରେ ସେମାନଙ୍କର ଆନୁଷ୍ଠାନିକ ଭାବରେ ଛାଡ଼ପତ୍ର ହୋଇଥିଲା। ସେମାନଙ୍କର ଏକ ପୁଅ ଅରହାନ ଅଛି। ଅରବାଜ ମଧ୍ୟ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ୍‌ କରିଥିଲେ। କିନ୍ତୁ ସେମାନେ ଗତ ବର୍ଷ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri