ଆପ୍ଟି ପ୍ଲସ୍‌ର ଓଏଏସ୍‌ ଫାଉଣ୍ଡେଶନ କୋର୍ସ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆପ୍ଟି ପ୍ଲସ୍‌ ଏକାଡେମୀର ବହୁ ପ୍ରତୀକ୍ଷିତ ‘ଓଏଏସ୍‌ ଫାଉଣ୍ଡେଶନ କୋର୍ସ’ ପାଠ୍ୟକ୍ରମ (କାର୍ଯ୍ୟକ୍ରମ) ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚରୁ ଫାଉଣ୍ଡେଶନ କୋର୍ସର ପ୍ରଥମ ବ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ବିଶେଷକରି ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ୍‌ (ଓଏଏସ୍‌)ର ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଆପ୍ଟି ପ୍ଲସ୍‌ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନ (ଓପିଏସ୍‌ସି) କଟକଙ୍କ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌-୨୪) ପରୀକ୍ଷା ପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଓପିଏସ୍‌ସି ପକ୍ଷରୁ ପ୍ରାୟ ୩୯୯ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ପ୍ରକାଶିତ ହୋଇଯାଇଛି। ଏପରିକି ଓସିଏସ୍‌-୨୪ ପାଇଁ ଅନ୍‌ଲାଇନ ମାଧ୍ୟମରେ ଆବେଦନ ନିକଟରେ ଶେଷ ହୋଇଛି। ଅପରପକ୍ଷରେ ଉକ୍ତ ପରୀକ୍ଷା ଉପଲକ୍ଷେ ଆପ୍ଟି ପ୍ଲସ୍‌ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ଆଶାୟୀ ଛାତ୍ରୀଛାତ୍ରଙ୍କୁ ଫାଉଣ୍ଡେଶନ କୋର୍ସ ଜରିଆରେ ଓଏଏସ୍‌-୨୪ର ସ୍ବତନ୍ତ୍ର ପ୍ରସ୍ତୁତି ପାଇଁ ବିଶେଷ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମର ଆରମ୍ଭ କରିଛି। ବର୍ତ୍ତମାନର ଓପିଏସ୍‌ସି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ପରିବର୍ତ୍ତିତ ଶୈଳୀରେ ଆହୁରି ଉନ୍ନତ ମାନର ପ୍ରସ୍ତୁତି କରିବାକୁ ଆପ୍ଟି ପ୍ଲସ୍‌ ପ୍ରୟାସ ଆରମ୍ଭ କରିଛି। ଏହି ପରିବର୍ତ୍ତିତ ଶୈଳୀକୁ ନେଇ ଆପ୍ଟି ପ୍ଲସ୍‌ ଏକାଡେମୀ ପକ୍ଷରୁ ନୂତନ ପାଠ୍ୟ ଖସଡ଼ା ଅନୁଯାୟୀ ନୂତନ ପାଠ୍ୟକ୍ରମ ଛାତ୍ରୀଛାତ୍ରମାନଙ୍କୁ ଯୋଗାଇ ଦିଆଯିବ। ଏଥିପାଇଁ ଆପ୍ଟି ପ୍ଲସ୍‌ର ସାମ୍ପ୍ରତିକ ଘଟଣାବଳୀ ପାଇଁ ଓଏଏସ୍‌ ଗ୍ୟାଜେଟ୍‌ ସହ ଉଭୟ ପ୍ରିଲିମ୍‌ ଏବଂ ମେନ୍‌ ପରୀକ୍ଷା ପାଇଁ ମଧ୍ୟ ପୁସ୍ତକମାନ ପ୍ରକାଶ କରାଯାଉଛି। ସେହିଭଳି ଆପ୍ଟି ପ୍ଲସ୍‌ ଏକାଡେମୀରେ ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଦ୍ୱାରା ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି। ଏପରିକି ଆବଶ୍ୟକ ସମସ୍ତ ପାଠ୍ୟପୁସ୍ତକ ମଧ୍ୟ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଛି। ଆପ୍ଟି ପ୍ଲସ୍‌ର ଛାତ୍ରୀଛାତ୍ରାଙ୍କ ପାଇଁ ଟେଷ୍ଟ ସିରିଜଠାରୁ ଆରମ୍ଭକରି କ୍ଲାସ୍‌ରୁମ୍‌ (ଶ୍ରେଣୀ ଗୃହ) ପାଠ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଶେଷକରି ଆପ୍ଟି ପ୍ଲସ୍‌ ଲାଇବ୍ରେରିର ବ୍ୟାପକ ବ୍ୟବସ୍ଥା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?