ପୋଲିସକୁ ସୁରକ୍ଷା ମାଗିଲେ ଅପରାଜିତା

ଭୁବନେଶ୍ବର,୨୭।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପରେ ସେ ତାଙ୍କ ଘରକୁ ଫେରିଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ମା’ ଅପରାଜିତା ମହାନ୍ତି କମିଶନରେଟ ପୋଲିସ ସହ କଥା ହୋଇ ସୁରକ୍ଷା ମାଗିଥିବା ଜଣାପଡ଼ିଛି।
ସେ କହିଛନ୍ତି, ବାବୁସାନ ପହଁଚିବା ପରେ ଘର ଆଗରେ ପ୍ରବଳ ଭିଡ ଲାଗିରହିଛି । ଏପିରିକି ଗଣମାଧ୍ୟମ ସହ କିଛି ଅଚିହ୍ନା ଲୋକ ଥିବା ଜଣାପଡିଛି । ତେଣୁ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଅପରାଜିତ ପୋଲିସକୁ କହିଛନ୍ତି । ଗୁରୁବାର ବାବୁସାନଙ୍କୁ ପୋଲିସ ପଚରାଉଚରା କରିପାରେ।