Posted inଜାତୀୟ

ସଦନରେ ଉପଯୁକ୍ତ ଆଚାର-ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ…

ନୂଆଦିଲ୍ଲୀ,୧୭।୧୧: ପାର୍ଲାମେଣ୍ଟ ହେଉ ଅବା ବିଧାନସଭା ସବୁଠାରେ ସଦନରେ ଉପଯୁକ୍ତ ଆଚାର ଏବଂ ବ୍ୟବହାର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ। ସଦନର ମର୍ଯ୍ୟାଦା ଉଲ୍ଲଂଘନ ପରି କାର୍ଯ୍ୟ ଠିକ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୨ ତମ ଅଖିଳ ଭାରତୀୟ ପୀଠାସୀନ ଅଧିକାରୀ ସମ୍ମିଳନୀ ( ଅଲ୍‌ ଇଣ୍ଡିଆ ପ୍ରିଜାଇଡ଼ିଂ ଅଫିସର କନଫରେନ୍ସ) ରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏଭଳି କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ଅସାଧାରଣ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ଆଗାମୀ ଦିନରେ ଦେଶକୁ ବିକାଶର ନୂତନ ଶିଖରକୁ ନେବାକୁ ପଡିବ। ଏହି ସଂକଳ୍ପଗୁଡିକ କେବଳ ’ସମସ୍ତ ପ୍ରୟାସ’ ଦ୍ୱାରା ପୂରଣ ହେବ। ଭାରତୀୟ ଲୋକତନ୍ତ୍ରରେ ଆମେ ସମସ୍ତଙ୍କର ପ୍ରୟାସ ଉପରେ ଗୁରୂତ୍ୱାରୋପ କରିଥାଉ। ଏପରିସ୍ଥଳେ ସମସ୍ତ ରାଜ୍ୟର ଭୂମିକା ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ମିଳନୀ ପ୍ରତିବର୍ଷ କିଛି ନୂତନ ଆଲୋଚନା ଏବଂ ନୂତନ ସଂକଳ୍ପ ସହ ଆୟୋଜିତ ହୋଇଥାଏ।

୧୯୨୧ରେ ଶିମଲା ଠାରେ ଆରମ୍ଭ ହୋଇଥିବା ଅଲ୍‌ ଇଣ୍ଡିଆ ପ୍ରିଜାଇଡ଼ିଂ ଅଫିସର କନଫରେନ୍ସ ପରମ୍ପରା ଇତିମଧ୍ୟରେ ୧୦୦ବର୍ଷ ପୂରଣ କରିଛି। ଏହା ଭାରତର ଗଣତାନ୍ତ୍ରିକ ବିସ୍ତାରର ପ୍ରତୀକ ଭାବେ ଉଭା ହୋଇଛି। ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। ଏହା ହଜାର ହଜାର ବର୍ଷର ବିକାଶ ଯାତ୍ରା ଅତିକ୍ରମ କରିଛି। ଆମେ ଏହି ସତ୍ୟକୁ ଗ୍ରହଣ କରିଛୁ ଯେ ବିବିଧତା ମଧ୍ୟରେ ମଧ୍ୟ ଏକତାର ଏକ ମହାନ ଏବଂ ଐଶ୍ୱରୀୟ ଅବିସ୍ମରଣୀୟ ପ୍ରବାହ ପ୍ରବାହିତ ହେଉଛି। ଏକତାର ଏହି ଅବିସ୍ମରଣୀୟ ସ୍ରୋତ, ଆମର ବିବିଧତାକୁ ସମ୍ମାନ କରେ ଏବଂ ଏହାକୁ ସଂରକ୍ଷଣ କରି ସୁରକ୍ଷା ପ୍ରଦାନ କରେ।

ସଦନରେ ହେଉଥିବା ବିତର୍କରେ, ସମ୍ମାନ, ଗମ୍ଭୀରତାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସଦନରେ ଗୋଟିଏ ବର୍ଷରେ ୩-୪ ଦିନ ଏଭଳି ରଖାଯିବା ଆବଶ୍ୟକ, ଯେଉଁ ସମୟରେ ଜନସାଧାରଣ ଏବଂ ସମାଜ ପାଇଁ କିଛି ଭଲ କାମ କରୁଥିବା ପ୍ରତିନିଧୀମାନେ ସେମାନଙ୍କ ଅଭିଜ୍ଞତ ବଖାଣି ପାରିବେ। ଏହା ଦ୍ୱାରା ଅନ୍ୟ ଜନପ୍ରତିନିଧିଙ୍କ ଉତ୍ସାହ ବୃଦ୍ଧି ପାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri