Posted inଫୁରସତ

ନୌସେନାରେ ଚାକିରି ଚାହୁଁଥିଲେ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା…

କେବଳ ଜେଇଇ ମେନ୍‌ ମାଧ୍ୟମରେ ଆଇଆଇଟିରେ ଆଡ୍‌ମିଶନ ପାଇବେ ତାହା ନୁହେଁ, ଜଣେ ନୌସେନାରେ ମଧ୍ୟ ଅଧିକାରୀ ହୋଇପାରିବେ। ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ…

ଯୁକ୍ତ ଦୁଇ ପାସ୍‌ ପରେ ଇଞ୍ଜିନିୟରିଂ ପଢୁଥିବା ଛାତ୍ରୀଛାତ୍ର ଜେଇଇ ମେନ୍‌ ପରୀକ୍ଷା ଦେଇଥାନ୍ତି। ଯାହାଦ୍ୱାରା ସେମାନେ ଆଇଆଇଟିରେ ଆଡମିଶନ ପାଇପାରିବେ। କିନ୍ତୁ ଜେଇଇ ମେନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆପଣଙ୍କୁ କେବଳ ଆଇଆଇଟିରେ ଆଡମିଶନ ଦେଇ ନ ଥାଏ ବରଂ ଆପଣଙ୍କୁ ଭାରତୀୟ ନୌସେନାରେ ଜଣେ ଅଧିକାରୀ ଭାବରେ ଚାକିରି ମଧ୍ୟ ଦେଇଥାଏ। ନୌସେନାରେ ଏହି ନିଯୁକ୍ତି ୧୦ ଯୁକ୍ତ ୨ (ବି.ଟେକ୍‌) କ୍ୟାଡେଟ୍‌ ପ୍ରବେଶ ଯୋଜନା ଅଧୀନରେ ୪ ବର୍ଷର ବି-ଟେକ୍‌ ଡିଗ୍ରୀ କାର୍ଯ୍ୟକ୍ରମ ପାଇଁ ଯେଉଁ ପ୍ରାର୍ଥୀମାନେ ଏହାକୁ ସମାପ୍ତ କରନ୍ତି,  ନୌସେନାର ଅଧିକାରୀ ହୋଇପାରନ୍ତି।

ନୌସେନାର ଏହି ନିଯୁକ୍ତି ପାଇଁ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନେ ଅବିବାହିତ ହେବା ଉଚିତ। ଏହି ପାଠ୍ୟକ୍ରମ ସମାପ୍ତ କରିବା ପରେ, ପ୍ରାର୍ଥୀମାନେ କାର୍ଯ୍ୟନିର୍ବାହୀ ଏବଂ ବୈଷୟିକ ଶାଖା ପାଇଁ ଅଧିକାରୀ ପଦରେ ନିଯୁକ୍ତି ପାଇଥାନ୍ତି। ମନୋନୀତ ପ୍ରାର୍ଥୀମାନେ ସୌସେନାର ଆବଶ୍ୟକତା ଅନୁଯାୟୀ, ଆପ୍ଲାଏଡ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ କିମ୍ବା ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ ୪ ବର୍ଷର ବି.ଟେକ୍‌ ପାଠ୍ୟକ୍ରମ ପାଇଁ କ୍ୟାଡେଟ ଭାବରେ ଅନ୍ତର୍ଭୁକ୍ତ ଅଟନ୍ତି। ଏହି ପାଠ୍ୟକ୍ରମ ଶେଷ ହେବା ପରେ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ବି.ଟେକ ଡିଗ୍ରୀ ହାସଲ କରିବାକୁ ପଡ଼ିବ।

ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ (PCM) ରେ ଅତି କମ୍‌ରେ ୭୦% ମାର୍କ ଏବଂ କୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ଇଂରାଜୀରେ ଅତି କମ୍‌ରେ ୫୦% ମାର୍କ ରଖି ଦଶମ, ଦ୍ୱାଦଶ ଶ୍ରେଣୀରେ ପାସ କରିଥିବା ଆବଶ୍ୟକ। ଏହା ସହିତ, ପ୍ରାର୍ଥୀ JEE (Main) – ୨୦୨୩ ପରୀକ୍ଷା (B.E./B.Tech) କରିଥିବା ଜରୁରୀ। ସର୍ଭିସେସ ସିଲେକସନ ବୋର୍ଡ ପାଇଁ କଲ JTA (Main) ଅଲ୍‌ ଇଣ୍ଡିଆ କମନ ର଼୍ୟାଙ୍କ ତାଲିକା (CRL) – ୨୦୨୩ ଆଧାରରେ ଜାରି କରାଯିବ।

ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ଇ-ମେଲ ଏବଂ ଏସ୍‌ଏମ୍‌ ମାଧ୍ୟମରେ ଏସ୍‌ଏସ୍‌ବି ସାକ୍ଷାତକାର ପାଇଁ ସେମାନଙ୍କ ଚୟନ ବିଷୟରେ ସୂଚନା ଦିଆଯିବ। ଏସ୍‌ଏସ୍‌ବି ମାର୍କ ଆଧାରରେ ମେରିଟ ତାଲିକା ପ୍ରସ୍ତୁତ ହେବ। ଡାକ୍ତରୀ ପରୀକ୍ଷାରେ ଫିଟ୍‌ ଘୋଷିତ ପ୍ରାର୍ଥୀଙ୍କ ପାଇଁ ପୋଲିସ ଯାଞ୍ଚ ଏବଂ ଚରିତ୍ର ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri