ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର, ଗୋଦ୍‌ରେଜ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍‌ରେଜ ୍‌ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ ଏ ନେଇ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଜାତୀୟସ୍ତର (ପାନ୍‌ ଇଣ୍ଡିଆ)ରେ ଶିଳ୍ପ ଭାଗୀଦାରି ୮୦,୦୦୦ କୋଟି ଟଙ୍କା ରହିଥିଲାବେଳେ ଏୟାର କଣ୍ଡିଶନର ଓ ରେଫ୍ରିଜରେଟର ବଜାର ଅଂଶ ସର୍ବାଧିକ ରହିଛି।

ସେହିଭଳି ଚଳିତ ବର୍ଷର ଗ୍ରୀଷ୍ମଋତୁ (ସମର ସିଜନ)ରେ ବଜାର ଅଂଶ ବିଗତ ବର୍ଷଗୁଡିକଠାରୁ ବେଶ ୍‌ ଉତ୍ସାହଜନକ ଏବଂ ଅଭିବୃଦ୍ଧି ଭିତ୍ତିକ ହୋଇଥିଲାବେଳେ କୁଲିଂ ପ୍ରଡକ୍ଟସର ବଜାର ଅଂଶ ୨୫ରୁ ୩୦% ବୃଦ୍ଧି ଘଟିଛି। ବିଶେଷକରି ବ୍ରାଣ୍ଡ୍‌ର ଚାହିଦା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକ କମ୍ପାନୀର ବଜାର ଅଂଶକୁ ବୃଦ୍ଧି କରାଇବା ସହ ମାକେର୍ଟ ଲିଡର କରାଇପାରିଛି। ଅପରପକ୍ଷରେ ଓଡ଼ିଶା ବଜାରର ଚାହିଦା ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ପୂର୍ବ ଭାରତର ବଜାର ଅଂଶରେ ଓଡ଼ିଶାର ଅଂଶ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଓଡ଼ିଶା ବଜାରକୁ ଅଗ୍ରଣୀ ବଜାର ଭାବେ ବିବେଚିତ କରିବା ସହ ନୂତନ ଉତ୍ପାଦ ଓ ଆଉଟ୍‌ଲେଟ ସମ୍ପ୍ରସାରଣରେ କାରବାର ବୃଦ୍ଧିକୁ ଗୁରୁତ୍ୱ ଦେଉଛି।

ଗୋଦ୍‌ରେଜ୍‌ ଆଣ୍ଡ ବଏସ୍‌ର ପ୍ରମୁଖ କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଣ୍ଡ୍‌ର ଲୋକପ୍ରିୟ ‘ଭୋଗ୍‌ ସିରିଜ’ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ପାତ୍ର ଇଲେକ୍ଟ୍ରୋନିକ୍ସର ସିଡିଏ ସେକ୍ଟର-୮ କଟକ ଆଉଟ୍‌ଲେଟ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୋଦ୍‌ରେଜ୍‌ ଆପ୍ଲାଏନସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଦ୍‌ରେଜ୍‌ ଆପ୍ଲାଏନସେସ୍‌ର ଜାତୀୟ ବିକ୍ରି ମୁଖ୍ୟ ସଞ୍ଜୀବ ଜୈନ, ଆଞ୍ଚଳିକ ବାଣିଜ୍ୟ ମୁଖ୍ୟ ସୌଗତ ଦତ୍ତ, ଓଡ଼ିଶା ବିଜ୍‌ନେସ୍‌ ହେଡ୍‌ ନୀଳମାଧବ ଜେନା ଏବଂ ଓଡ଼ିଶା ମାର୍କେଟିଂ ମ୍ୟାନେଜର ପ୍ରେମାଂଶୁ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri