ଭାରତରେ ଉତ୍ପାଦନ ବଢ଼ାଇବ ଆପଲ୍‌

ନୂଆଦିଲ୍ଲୀ,୨୬।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍‌ ନିର୍ମାତା ଆପଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍‌ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ନିକଟରେ କମ୍ପାନୀ ଭାରତୀୟ ବଜାରରେ ଆପଲର ଏକ୍ସକ୍ଲୁସିଭ ଆଉଟଲେଟ ଜରିଆରେ ଗ୍ରାହକଙ୍କୁ ଆଇଫୋନର ସମସ୍ତ ଉତ୍ପାଦ ଯୋଗାଉଛି। ଏପରିକି ଭାରତୀୟ ବଜାରରେ ଆପଲ ବ୍ରାଣ୍ଡ୍‌ର ଚାହିଦା ପୂର୍ବପେକ୍ଷା ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ମଧ୍ୟରେ ଆଇଫୋନ୍‌ ଉତ୍ପାଦନ ପୂର୍ବପେକ୍ଷା ୨ରୁ ୩ ଗୁଣା ବଢାଇବାକୁ ଯୋଜନା କରୁଛି। ଅପରପକ୍ଷରେ ଭାରତରୁ ସର୍ବାଧିକ ଫୋନ୍‌ ରପ୍ତାନି କରୁଥିବା ସଂସ୍ଥା ଭାବେ ଆପଲ୍‌ ପ୍ରଥମ ସ୍ଥାନ ଅଧିକାର କରିଛି। ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନ ସାମ୍‌ସଙ୍ଗ ନିକଟରେ ରହିଥିବାବେଳେ ବର୍ତ୍ତମାନ ଆପଲ ସେହି ସ୍ଥାନ ଗ୍ରହଣ କରିଛି। ସେହିଭଳି ଆଗାମୀ ଦିନରେ ଆଇଫୋନ ସିରିଜର ଉତ୍ପାଦନକୁ ବ୍ୟାପକ କରିବା ସହିତ ଆଇଫୋନ୍‌ ବ୍ୟତୀତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ କମ୍ପାନୀ ଭାରତରେ ତିଆରି କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆପଲର ସ୍ବୀକୃତିପ୍ରାପ୍ତ ତଥା ତିନି ଭାରତୀୟ ଚୁକ୍ତିଭିତ୍ତିକ ଉତ୍ପାଦନକାରୀ ଫକ୍ସକନ୍‌, ୱଷ୍ଟ୍ରନ୍‌ ଓ ପେଗାଟ୍ରନ୍‌ ଭାରତରେ ଆଇଫୋନ୍‌ ତିଆରି କରୁଛନ୍ତି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରୁ ଉକ୍ତ ଉତ୍ପାଦନକାରୀ ସଂସ୍ଥାଗୁଡିକ ଭାରତରେ ଆଇପଡ୍‌ ଉତ୍ପାଦନ ଆରମ୍ଭ କରିବେ ବୋଲି ଆପଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,୨୦୨୨ରେ ଆପଲ୍‌ ସାରା ବିଶ୍ବରେ ୧୯,୧୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍‌ ଏବଂ ୩୮୩୬କୋଟି ଡଲାରର ଅନ୍ୟାନ୍ୟ ଆପଲ ଉତ୍ପାଦ ବିକ୍ରି କରିଥିଲା। ଏପରିକି ନିକଟରେ କମ୍ପାନୀ ଆଇଫୋନ୍‌ ୧୫ ସରିଜିର ୪ଟି ଏକ୍ସକ୍ଲୁସିଭ ମଡେଲକୁ କମ୍ପାନୀ ଅନ୍ତଃରାଷ୍ଟ୍ରୀୟସ୍ତରରେ ଉନ୍ମୋଚନ କରିଥିଲା। ବିଶେଷ କରି ଉକ୍ତ ମଡେଲ୍‌ ମଧ୍ୟରୁ କିଛି ମଡେଲ ଭାରତ ବଜାରରେ ତିଆରି କରାଯାଉଛି। ସେହିପରି ପ୍ରଥମ ଥର ପାଇଁ ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ ଭାରତୀୟ ବଜାରରେ ପ୍ରଥମ ଦିନରୁ ବିକ୍ରି ହୋଇଛି। ଅପରପକ୍ଷରେ ରେଟିଂ ଏଜେନ୍ସି ମର୍ଗାନ୍‌ ଷ୍ଟାନଲିର ଆକଳନ ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଆପଲ୍‌ ପାଇଁ ଭାରତ ଏକ ପ୍ରମୁଖ ବଜାରରେ ପରିଣତ ହେବ। ଆପଲ ଆଇଫୋନ୍‌ ୧୫କୁ ନେଇ ସାରା ବିଶ୍ବରେ ଉତ୍ସାହ ଲାଗିରହିଛି, ସେଥି ମଧ୍ୟରୁ ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କ ବି ବାଦ ପଡ଼ିନାହାନ୍ତି। ମସ୍କ ମଧ୍ୟ ଏକ ଆଇଫୋନ୍‌ ୧୫ କିଣିବି ବୋଲି କହିଛନ୍ତି। ଏହା ପଛର କାରଣ ବିଷୟରେ ମଧ୍ୟ ସେ ତାଙ୍କ ଏକ୍ସରେ ବର୍ଣ୍ଣନା କରିଛନ୍ତି। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଆପଲ ସିଇଓ ଟିମ୍‌ କୁକ୍‌ ଆଇଫୋନ୍‌ ୧୫ ଜରିଆରେ ଉଠାଯାଇଥିବା ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ଉକ୍ତ ଫୋନର ଫଟୋ ଓ ଭିଡିଓ ଉତ୍ତୋଳନ କ୍ଷମତା ମସ୍କଙ୍କୁ ବେଶ ପ୍ରଭାବିତ କରିଛି, ସେଥିପାଇଁ ସେ ଆଇଫୋନ୍‌ ୧୫ କିଣିବେ ବୋଲି ଏକ୍ସ ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?