ଭାରତରୁ ଆମେରିକାକୁ ଆଇଫୋନ୍‌ ସପ୍ଲାଏ କରିବ ଆପଲ୍‌, ଲାଗିବ ୯୦୦ ମିଲିୟନ୍‌ ଡଲାର୍‌ ଟାରିଫ୍

ନୂଆଦିଲ୍ଲୀ, ୨।୫: ଆପଲ୍‌ ଗୁରୁବାର ପ୍ରଥମ ତ୍ରୈମାସିକରେ ଆଶାଠାରୁ ଅଧିକ ଲାଭ ଘୋଷଣା କରିଛି, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଶୁଳ୍କ ନୀତି ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହେବା ସହ ଏହାର ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେଉଥିବା ଚେତାବନୀ ପାଇଛି।

ଆପଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍‌ କୁକ୍‌ କହିଛନ୍ତି ଯେ, ଚଳିତ ତ୍ରୈମାସିକରେ ଆମେରିକାର ଶୁଳ୍କ ଯୋଗୁଁ ୯୦୦ ମିଲିୟନ୍‌ ଡଲାର୍‌ କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି, ଯଦିଓ ଏହାର ପ୍ରଭାବ ବର୍ଷ ଆରମ୍ଭରେ “ସୀମିତ” ଥିଲା।

କୁକ୍‌ କହିଛନ୍ତି, “ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆଇଫୋନ୍‌ର ଉତ୍ପତ୍ତି ଦେଶ ଭାରତ ହେବ,” ଏବଂ ଆପଲ୍‌ର ଉତ୍ପାଦଗୁଡ଼ିକ ବର୍ତ୍ତମାନ ଟ୍ରମ୍ପଙ୍କ ସବୁଠାରୁ କଠୋର ପ୍ରତିଶୋଧମୂଳକ ଶୁଳ୍କରୁ ମୁକ୍ତ ରହିଛି।

ସେ ଆହୁରି କହିଛନ୍ତି, “ଆମେ ଶୁଳ୍କର ପ୍ରଭାବକୁ ସଠିକ୍‌ ଭାବେ ଆକଳନ କରିପାରୁନାହୁଁ, କାରଣ ତ୍ରୈମାସିକ ଶେଷ ହେବା ପୂର୍ବରୁ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଅନିଶ୍ଚିତତା ରହିଛି। ବର୍ତ୍ତମାନର ବିଶ୍ୱ ଶୁଳ୍କ ହାର, ନୀତି ଏବଂ ପ୍ରୟୋଗ ଅପରିବର୍ତ୍ତିତ ରହିଲେ ଏବଂ ନୂଆ ଶୁଳ୍କ ଯୋଡ଼ା ନଗଲେ, ଆମେ ଆକଳନ କରୁଛୁ ଯେ ଏହା ଆମର ଖର୍ଚ୍ଚରେ ୯୦୦ ମିଲିୟନ୍‌ ଡଲାର୍‌ ଯୋଡ଼ିବ।”

ପାଲଟା ଶୁଳ୍କ ବିନିମୟ ଯୋଗୁଁ ଚାଇନା ଉପରେ ଯୁକ୍ତରାଷ୍ଟ୍ର ଭାରୀ ଶୁଳ୍କ ଲାଗୁ କରିଛି, ଏବଂ ବେଜିଂ ଯୁକ୍ତରାଷ୍ଟ୍ରର ଆମଦାନୀ ଉପରେ ପ୍ରତିଶୋଧମୂଳକ ପ୍ରତିବନ୍ଧକ ଲଗାଇଛି।

ସ୍ମାର୍ଟଫୋନ୍‌, ସେମିକଣ୍ଡକ୍ଟର ଏବଂ କମ୍ପ୍ୟୁଟର ଭଳି ଉଚ୍ଚମାନର ଟେକ୍‌ ଉତ୍ପାଦଗୁଡ଼ିକ ଯୁକ୍ତରାଷ୍ଟ୍ରର ଶୁଳ୍କରୁ ଅସ୍ଥାୟୀ ମୁକ୍ତି ପାଇଛି।

କାନାଲିସ୍‌ ରିସର୍ଚ୍ଚ ମ୍ୟାନେଜର ଲେ ଜୁଆନ୍‌ ଚିୟୁ କହିଛନ୍ତି, “ଆପଲ୍‌ ଆଗୁଆ ଶୁଳ୍କ ନୀତିକୁ ଦୃଷ୍ଟିରେ ରଖି ଅନେକ ଗୁଡିଏ ଉତ୍ପାଦ ମହଜୁଦ କରିଥିଲା। ପାଲଟା ଶୁଳ୍କ ନୀତିରେ ଚାଲୁଥିବା ଅସ୍ଥିରତା ମଧ୍ୟରେ, ଆପଲ୍‌ ଭବିଷ୍ୟତ ଚାପ ହ୍ରାସ କରିବା ପାଇଁ ଯୁକ୍ତରାଷ୍ଟ୍ର ଅଭିମୁଖୀ ଉତ୍ପାଦନକୁ ଭାରତକୁ ଆହୁରି ସ୍ଥାନାନ୍ତର କରିବାର ସମ୍ଭାବନା ରହିଛି।”

କାନାଲିସ୍‌ ଅନୁଯାୟୀ, ଚାଇନାରେ ଉତ୍ପାଦିତ ଆଇଫୋନ୍‌ ଏବେ ମଧ୍ୟ ଯୁକ୍ତରାଷ୍ଟ୍ର ପାଇଁ ଅଧିକାଂଶ ଯୋଗାଣରେ ରହିଥିଲେ ହେଁ, ତ୍ରୈମାସିକର ଶେଷ ଆଡ଼କୁ ଭାରତରେ ଉତ୍ପାଦନ ବୃଦ୍ଧି ପାଇଛି।

କୁକ୍‌ କହିଛନ୍ତି, ଯୁକ୍ତରାଷ୍ଟ୍ରରେ ବିକ୍ରି ହେଉଥିବା ପ୍ରାୟ ସମସ୍ତ ଆଇପ୍ୟାଡ୍‌, ମ୍ୟାକ୍‌, ଆପଲ୍‌ ୱାଚ୍‌ ଏବଂ ଏୟାରପଡ୍‌ ଉତ୍ପାଦର ଉତ୍ପତ୍ତି ଦେଶ ଭିଏତନାମ ହେବ।

ସେ ଜୋର ଦେଇ କହିଛନ୍ତି ଯେ, ଆମେରିକା ବାହାରେ ବିକ୍ରି ପାଇଁ ଅଧିକାଂଶ ଆପଲ୍‌ ଉତ୍ପାଦ ଚାଇନାରେ ନିର୍ମାଣ ହେବ।
ଆୟ ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ଶେଷ ହୋଇଥିବା ତ୍ରୈମାସିକରେ ଆପଲ୍‌ର ୯୫.୪ ବିଲିୟନ୍‌ ଡଲାର୍‌ ରାଜସ୍ୱ ଆଇଫୋନ୍‌ ବିକ୍ରି ଦ୍ୱାରା ହୋଇଥିଲା, ଯେଉଁଥିରେ କମ୍ପାନୀ ଚାଇନା ବଜାରରୁ ୧୭ ବିଲିୟନ୍‌ ଡଲାର୍‌ ଆୟ କରିଛି। ତ୍ରୈମାସିକରେ ଲାଭ ଥିଲା ୨୪.୮ ବିଲିୟନ୍‌ ଡଲାର୍‌।

ତେବେ ଆପଲ୍‌ର ଉତ୍ପାଦନକୁ ଭାରତକୁ ସ୍ଥାନାନ୍ତର କରିବା ଯୋଜନା “କାର୍ଯ୍ୟନିର୍ବାହ ସମୟସୀମା, କ୍ଷମତା ସୀମା ଏବଂ ଅନିବାର୍ଯ ଖର୍ଚ୍ଚ ବୃଦ୍ଧି ସମ୍ପର୍କିତ ଜରୁରୀ ପ୍ରଶ୍ନ ଉଠାଉଛି, ଯାହା ମାର୍ଜିନ୍‌ ହ୍ରାସ କରିପାରେ, ଗ୍ରାହକଙ୍କୁ ହସ୍ତାନ୍ତର ହୋଇପାରେ କିମ୍ବା ମିଶ୍ରିତ ପରିଣାମ ଆଣିପାରେ,” ବୋର୍ନ୍‌ ଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri