ରିଲାଏନ୍ସ ଡିଜିଟାଲରେ ଆପଲ ପ୍ରଡକ୍ଟ ପ୍ରିବୁକିଂ

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଆପ୍‌ଲର ବିଭିନ୍ନ ପ୍ରଡକ୍ଟ ପ୍ରିବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଆପଲର ନୂଆ ଓ୍ବାଚ୍‌ ସିରିଜ ୬, ଆପଲ ଓ୍ବାଚ୍‌ ଏସ୍‌ଇ, ଆଇପ୍ୟାଡ ୮ ଜେନ୍‌ ଏହା ମଧ୍ୟରେ ସାମିଲ ରହିଛି। ଏହାବାଦ ମାଇଁ ଜିଓ ଷ୍ଟୋର ଏବଂ ରିଲାଏନ୍ସ ଡିଜିଟାଲ ଡଟ୍‌ ଇନ୍‌କୁ ଯାଇ ମଧ୍ୟ ଏହାର ପ୍ରିବୁକିଂ ହୋଇ ପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ରିଲାଏନ୍ସ ଡିଜିଟାଲ ଡଟ୍‌ ଇନ୍‌ରେ ନିର୍ଦ୍ଧିଷ୍ଟ ବ୍ୟାଙ୍କଗୁଡିକର କାର୍ଡ ଉପରେ ଚଳିତ ମାସ ୩୦ ତାରିଖ ଯାଏ ଆକର୍ଷଣୀୟ କ୍ୟାଶବ୍ୟାକ୍‌ ସୁବିଧା ମଧ୍ୟ ରହିଛି। ଅକ୍ଟୋବର ୧ରୁ ଆପଲ ଓ୍ବାଚ୍‌ ୬ ସିରିଜ ଏବଂ ଆପଲ୍‌ ଓ୍ବାଚ୍‌ ଏସ୍‌ଇର ରିଟେଲ ବିକ୍ରି ଆରମ୍ଭ ହେବ। ଆପ୍‌ଲ ଓ୍ବାଚ୍‌ ଏସ୍‌ଇର ବଜାର ଦର ୨୯,୯୦୦ ଟଙ୍କା ରହିଥିବା ବେଳେ ଆପଲ ଓ୍ବାଚ୍‌ ସିରିଜ ୬ର ବଜାର ଦର ୪୦,୯୦୦ ଟଙ୍କା ରହିଥିବା ସୂଚନା ରହିଛି। ଷ୍ଟୋରରେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉଠାଇବାକୁ ଗ୍ରାହକଙ୍କୁ ରିଲାଏନ୍ସ ଡିଜିଟାଲ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ଲାଗି ସରକାର,ଆର୍‌ବିଆଇ ସମନ୍ବୟ ଜରୁରୀ:ଶକ୍ତିକାନ୍ତ ଦାସ

ମୁମ୍ବାଇ,୨୮-୬: ଦେଶର ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଲାଗି ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମନ୍ବୟ ରଖି କାର୍ଯ୍ୟ କରିବା ରଆବଶ୍ୟକତା ରହିଛି। ସେହିଭଳି ବ୍ୟବସ୍ଥାଗତ...

ଜାନୁୟାରୀରୁ ଯାନ ଦର ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୧୪-୧୨: ଆସନ୍ତା ଜାନୁୟାରୀରୁ ଯାନ ଦର ବଢାଇବା ନେଇ ହିରୋମୋଟୋକର୍ପ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲଗୁଡିକ ପ୍ରାୟ ୨୦୦୦ ଟଙ୍କା...

ଟେଲିକମ୍‌ର ବିକାଶ ପାଇଁ ୫ବର୍ଷିଆ ଯୋଜନା

ନୂଆଦିଲ୍ଲୀ,୨୧।୨: ଦେଶକୁ ଆଧୁନିକ ଓ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଦେଶର ଆବଶ୍ୟକତା ପୂରଣ ହୋଇପାରୁଥିବା ପରିମାଣର...

ସବ୍‌ସିଡି ବିଲ୍‌ ୩.୦୧ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ଖାଦ୍ୟ ସାମଗ୍ରୀ, ସାର ଏବଂ ତୈଳ ବାବଦରେ ସରକାର ୨୦୧୯-୨୦ ଆର୍ଥତ୍କ ବର୍ଷରେ ସବସିଡି ବାବଦକୁ ୩.୦୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ।...

ଏଲ୍‌ଆଣ୍ଡଟିକୁ ୨୫ ହଜାର କୋଟିର ବୁଲେଟ ଟ୍ରେନ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ,୨୮।୧୧: ଦେଶ ମଧ୍ୟରେ ବୁଲେଟ ଟ୍ରେନ ଚଳାଚଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ଏଲ୍‌ଆଣ୍ଡଟି ୨୫ ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ଲାଭ କରିଛି। ନ୍ୟାଶନାଲ...

୧୦ ଲକ୍ଷ କୋଟି ଛୁଇଁପାରେ ଏନ୍‌ପିଏ

ନୂଆଦିଲ୍ଲୀ,୨୫।୪: କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଘଟି ୧୦ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆଶଙ୍କା କରାଯାଇଛି।...

ଷ୍ଟାର୍ଟଅପ୍‌ଗୁଡିକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୬-୭: ଦେଶ ମଧ୍ୟରେ ଷ୍ଟାର୍ଟଅପଗୁଡିକୁ ସରକାର ପ୍ରୋତ୍ସାହିତ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି। ଏଥି ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯିବାର କାର୍ଯ୍ୟକ୍ରମ...

କମୁନି ଦର, ଖାଲି ହେଉଛି ପକେଟ

ନୂଆଦିଲ୍ଲୀ,୧୫।୮:  ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଗତ କିଛିମାସ ହେଲା କ୍ରମାଗତ ହ୍ରାସ ପାଇଚାଲିଛି। ହେଲେ ତା’ର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁନାହିଁ। ଯାହାକୁ...

Advertisement


Archives

Model This Week