ସେଓ ଚାଷ ଦେଲା ନୂଆ ଆଶା

ରାଜକନିକା,୧୫ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡପାଟଣା ଗାଁର ଚାଷୀ ବଳରାମ ଦାଶ(୭୫) ଶ୍ରଦ୍ଧାରେ ସମସ୍ତେ ଝରିଆ ନନା ବୋଲି ଡାକିଥାନ୍ତି। ସେ ବିଦେଶ ଫଳ ସେଓକୁ ଗାଁ ମାଟିରେ ଫଳାଇ ପାରିଛନ୍ତି, ଯାହାକି ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ତାଙ୍କର ଚାଷ ପ୍ରତି ଭଲ ପାଇବା ହିଁ ତାଙ୍କୁ ଏହି ସଫଳତା ଦେଇଛି । ସେ ରାଜକନିକା ଭଳି ଉପକୂଳ ମାଟିରେ ଫଳାଇଛନ୍ତି ବିଦେଶୀ ସେଓ, କିଏ ଥାଇଲାଣ୍ଡ ଆପଲ ତଃ କିଏ ପୁଣି ବେରୀଫ୍ରୁଟ୍‌ ନାମରେ ନାମିତ କରୁଛନ୍ତି। ପୁଣି କେହି କେହି ବିଦେଶୀ କୋଳି ବୋଲି ମଧ୍ୟ ନାମାଙ୍କନ କରୁଛନ୍ତି। ଏହା ଅତ୍ୟନ୍ତ ମିଠା, ସୁସ୍ବାଦୁ। ଲମ୍ବା ସାଇଜ ଆକାରରେ ଫଳୁଥିବା ଏହି ଫଳର ରଙ୍ଗ ଲାଲ-ଈଷତ ସବୁଜ। ବିଦେଶୀ ଫଳକୁ ଦେଖିବାକୁ ନିଇତି ତାଙ୍କ ବାଡିରେ ଭିଡ଼ ପରିଲକ୍ଷିତ ହେଉଛି। ଏହି ଫଳ ଚାଷ କରି ଦାଶ ଜିଲାରେ ସୁକ୍ଷାତି ଅର୍ଜନ କରିପାରିଛନ୍ତି। ପନିପରିବା ଚାଷ ସାଙ୍ଗକୁ ଧାନ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ନୂଆ ପ୍ରଜାତିର ଫଳ ଭାରତର କଶ୍ମୀର ଓ ବିଦେଶ (ଥାଇଲାଣ୍ଡ)ରେ ମୁଖ୍ୟତଃ ବେରୀ ପ୍ରଜାତିର ଚାଷ ହୋଇଥାଏ। ୟୁଟ୍ୟୁବ୍‌ରେ ଏହି ଚାଷ ସମ୍ବନ୍ଧରେ ଜାଣି ଆପଲ ଚାଷ ପାଇଁ ସେ ମନ ବଳାଇଥିଲେ। ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜଣେ ଚାଷୀଙ୍କ ସହଯୋଗରେ ସେ ଏହି ଚାଷ ରାଜକନିକାରେ ପ୍ରଥମଥର ପାଇଁ ଚାଷ କରିଛନ୍ତି। ପରୀକ୍ଷା ସ୍ବରୂପ ୨୦୨୩ ଜାନୁଆରୀରେ ନିଜର ୫୦ ଡେସିମିଲ ଜମିରେ ମାତ୍ର ୨ ଶହ ଗଛ ଲଗାଇଥିଲେ। ଗଛଟି ଦେଶୀ କୋଳି ଗଛ ପରି ଦେଖାଯାଉଛି। ଗଛରେ ସେଓ ଖୁବ୍‌ ସୁନ୍ଦର ମନୋରମ ହୋଇଛି। କେହି କେହି ମୋବାଇଲରେ ସେଲ୍ଫି ବି ନେଉଛନ୍ତି। ତାଙ୍କର କହିବା କଥା, ମାଟିର ଉର୍ବରତା ଏତେ ଅଛି ଫଳରେ ଭର୍ତ୍ତି ଯୋଗୁ ଗଛର ପତ୍ର ଦେଖାଯାଉନାହିଁ। ଗଛଗୁଡ଼ିକ ଓହଳି ପଡୁଥିବାରୁ ବାଉଁଶ ଢିରା ସାହାଯ୍ୟରେ ସଳଖ ରଖାଯାଇଛି। ଗଛ ଲାଗିବାଠାରୁ ବର୍ଷେ ଅନ୍ତରାଳରେ ଫଳ ଅମଳ ହେବାକୁ ଥିବାବେଳେ ନିଜ ଗାଁ ସମେତ ଆଖପାଖ ଗାଁର ଲୋକମାନେ ଏହି ସୁସ୍ବାଦୁ ଫଳ କିଣି କରି ଖାଉଛନ୍ତି। ଏପର୍ଯ୍ୟନ୍ତ ପାଖାପାଖି ୫୦ କିଲୋରୁ ଅଧିକ ଫଳ ବିକ୍ରି ହୋଇଥିବା ସେ କହିଛନ୍ତି। ବଜାରର ଚାହିଦା ଅନୁଯାୟୀ ସେଓ ମୂଲ୍ୟ ଅନୁସାରେ ବିକ୍ରି ହେଉଛି। ପ୍ରଥମ ବର୍ଷରେ ଗଛ ପିଛା ୨୦ କିଲୋରୁ ଊର୍ଦ୍ଧ୍ୱ ଫଳ ଫଳିବାକୁ ଆଶା ରଖିଥିବା ବେଳେ, ଦ୍ୱିତୀୟ ବର୍ଷରେ ଗଛ ପିଛା ୬୦ରୁ ୮୦ କିଲୋ ପର୍ଯ୍ୟନ୍ତ ଫଳ ଫଳିବା ନେଇ ଆଶାବାଦୀ ଅଛି। ତେବେ ପନିପରିବା ଓ ଧାନ ଚାଷଠାରୁ ଏହି ଫଳ ଚାଷ ପରିଶ୍ରମ ତୁଳନାରେ କମ୍‌ ଏବଂ ଅପେକ୍ଷାକୃତ ଅଧିକ ଲାଭଜନକ ଚାଷ ହୋଇପାରିବ ବୋଲି ସେ କହିଥିଲେ। ବହୁ ଘାତ ପ୍ରତିଘାତକୁ ସାମ୍ନା କରି ଚ୍ୟାଲେଞ୍ଜ ଭାବେ ନେଇଥିବା ଏହି ଚାଷ ତାଙ୍କୁ ସ୍ବାବଲମ୍ବୀ କରିବା ସହ ସଫଳ ଚାଷୀର ମାନ୍ୟତା ଦେଇପାରିଛି। ସେଥିପାଇଁ ସେ ଖୁବ୍‌ ଆନନ୍ଦିତ। ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଗାମୀ ବର୍ଷ ଅଧିକରୁ ଅଧିକ ଚାଷ କରିବାକୁ ମନ ବଳାଇଛନ୍ତି। ଯଦି ଏହି ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ମିଳିପାରନ୍ତା, ତେବେ ଚାଷୀମାନେ ଲାଭାନ୍ବିତ ହୋଇପାରନ୍ତେ। ଏହି ଫଳ ଚାଷକରି ଆତ୍ମସନ୍ତୋଷ ଲାଭ କରିଛି ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri