ସେଓ ଚାଷ ଦେଲା ନୂଆ ଆଶା

ରାଜକନିକା,୧୫ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡପାଟଣା ଗାଁର ଚାଷୀ ବଳରାମ ଦାଶ(୭୫) ଶ୍ରଦ୍ଧାରେ ସମସ୍ତେ ଝରିଆ ନନା ବୋଲି ଡାକିଥାନ୍ତି। ସେ ବିଦେଶ ଫଳ ସେଓକୁ ଗାଁ ମାଟିରେ ଫଳାଇ ପାରିଛନ୍ତି, ଯାହାକି ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ତାଙ୍କର ଚାଷ ପ୍ରତି ଭଲ ପାଇବା ହିଁ ତାଙ୍କୁ ଏହି ସଫଳତା ଦେଇଛି । ସେ ରାଜକନିକା ଭଳି ଉପକୂଳ ମାଟିରେ ଫଳାଇଛନ୍ତି ବିଦେଶୀ ସେଓ, କିଏ ଥାଇଲାଣ୍ଡ ଆପଲ ତଃ କିଏ ପୁଣି ବେରୀଫ୍ରୁଟ୍‌ ନାମରେ ନାମିତ କରୁଛନ୍ତି। ପୁଣି କେହି କେହି ବିଦେଶୀ କୋଳି ବୋଲି ମଧ୍ୟ ନାମାଙ୍କନ କରୁଛନ୍ତି। ଏହା ଅତ୍ୟନ୍ତ ମିଠା, ସୁସ୍ବାଦୁ। ଲମ୍ବା ସାଇଜ ଆକାରରେ ଫଳୁଥିବା ଏହି ଫଳର ରଙ୍ଗ ଲାଲ-ଈଷତ ସବୁଜ। ବିଦେଶୀ ଫଳକୁ ଦେଖିବାକୁ ନିଇତି ତାଙ୍କ ବାଡିରେ ଭିଡ଼ ପରିଲକ୍ଷିତ ହେଉଛି। ଏହି ଫଳ ଚାଷ କରି ଦାଶ ଜିଲାରେ ସୁକ୍ଷାତି ଅର୍ଜନ କରିପାରିଛନ୍ତି। ପନିପରିବା ଚାଷ ସାଙ୍ଗକୁ ଧାନ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ନୂଆ ପ୍ରଜାତିର ଫଳ ଭାରତର କଶ୍ମୀର ଓ ବିଦେଶ (ଥାଇଲାଣ୍ଡ)ରେ ମୁଖ୍ୟତଃ ବେରୀ ପ୍ରଜାତିର ଚାଷ ହୋଇଥାଏ। ୟୁଟ୍ୟୁବ୍‌ରେ ଏହି ଚାଷ ସମ୍ବନ୍ଧରେ ଜାଣି ଆପଲ ଚାଷ ପାଇଁ ସେ ମନ ବଳାଇଥିଲେ। ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜଣେ ଚାଷୀଙ୍କ ସହଯୋଗରେ ସେ ଏହି ଚାଷ ରାଜକନିକାରେ ପ୍ରଥମଥର ପାଇଁ ଚାଷ କରିଛନ୍ତି। ପରୀକ୍ଷା ସ୍ବରୂପ ୨୦୨୩ ଜାନୁଆରୀରେ ନିଜର ୫୦ ଡେସିମିଲ ଜମିରେ ମାତ୍ର ୨ ଶହ ଗଛ ଲଗାଇଥିଲେ। ଗଛଟି ଦେଶୀ କୋଳି ଗଛ ପରି ଦେଖାଯାଉଛି। ଗଛରେ ସେଓ ଖୁବ୍‌ ସୁନ୍ଦର ମନୋରମ ହୋଇଛି। କେହି କେହି ମୋବାଇଲରେ ସେଲ୍ଫି ବି ନେଉଛନ୍ତି। ତାଙ୍କର କହିବା କଥା, ମାଟିର ଉର୍ବରତା ଏତେ ଅଛି ଫଳରେ ଭର୍ତ୍ତି ଯୋଗୁ ଗଛର ପତ୍ର ଦେଖାଯାଉନାହିଁ। ଗଛଗୁଡ଼ିକ ଓହଳି ପଡୁଥିବାରୁ ବାଉଁଶ ଢିରା ସାହାଯ୍ୟରେ ସଳଖ ରଖାଯାଇଛି। ଗଛ ଲାଗିବାଠାରୁ ବର୍ଷେ ଅନ୍ତରାଳରେ ଫଳ ଅମଳ ହେବାକୁ ଥିବାବେଳେ ନିଜ ଗାଁ ସମେତ ଆଖପାଖ ଗାଁର ଲୋକମାନେ ଏହି ସୁସ୍ବାଦୁ ଫଳ କିଣି କରି ଖାଉଛନ୍ତି। ଏପର୍ଯ୍ୟନ୍ତ ପାଖାପାଖି ୫୦ କିଲୋରୁ ଅଧିକ ଫଳ ବିକ୍ରି ହୋଇଥିବା ସେ କହିଛନ୍ତି। ବଜାରର ଚାହିଦା ଅନୁଯାୟୀ ସେଓ ମୂଲ୍ୟ ଅନୁସାରେ ବିକ୍ରି ହେଉଛି। ପ୍ରଥମ ବର୍ଷରେ ଗଛ ପିଛା ୨୦ କିଲୋରୁ ଊର୍ଦ୍ଧ୍ୱ ଫଳ ଫଳିବାକୁ ଆଶା ରଖିଥିବା ବେଳେ, ଦ୍ୱିତୀୟ ବର୍ଷରେ ଗଛ ପିଛା ୬୦ରୁ ୮୦ କିଲୋ ପର୍ଯ୍ୟନ୍ତ ଫଳ ଫଳିବା ନେଇ ଆଶାବାଦୀ ଅଛି। ତେବେ ପନିପରିବା ଓ ଧାନ ଚାଷଠାରୁ ଏହି ଫଳ ଚାଷ ପରିଶ୍ରମ ତୁଳନାରେ କମ୍‌ ଏବଂ ଅପେକ୍ଷାକୃତ ଅଧିକ ଲାଭଜନକ ଚାଷ ହୋଇପାରିବ ବୋଲି ସେ କହିଥିଲେ। ବହୁ ଘାତ ପ୍ରତିଘାତକୁ ସାମ୍ନା କରି ଚ୍ୟାଲେଞ୍ଜ ଭାବେ ନେଇଥିବା ଏହି ଚାଷ ତାଙ୍କୁ ସ୍ବାବଲମ୍ବୀ କରିବା ସହ ସଫଳ ଚାଷୀର ମାନ୍ୟତା ଦେଇପାରିଛି। ସେଥିପାଇଁ ସେ ଖୁବ୍‌ ଆନନ୍ଦିତ। ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆଗାମୀ ବର୍ଷ ଅଧିକରୁ ଅଧିକ ଚାଷ କରିବାକୁ ମନ ବଳାଇଛନ୍ତି। ଯଦି ଏହି ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ମିଳିପାରନ୍ତା, ତେବେ ଚାଷୀମାନେ ଲାଭାନ୍ବିତ ହୋଇପାରନ୍ତେ। ଏହି ଫଳ ଚାଷକରି ଆତ୍ମସନ୍ତୋଷ ଲାଭ କରିଛି ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri