ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି ।

ନିକଟରେ ଏକ ରିପୋର୍ଟ ପ୍ରକାଠଶ ପାଇଛି ଯେଉଁଠି ଟିମ କୁକଙ୍କର ଦରମା ସମ୍ପର୍କରେ ଜଣାପଡିଛି। କୁକ ୨୦୨୩ରେ ପ୍ରତି ଘଣ୍ଟାରେ ୬ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଏହି ଆଇଫୋନ ମେକର କମ୍ପାନୀ ଆମେରିକାର ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ ସହ ପ୍ରୋକ୍ସି ଫାଇଲିଂ ବେଳେ ୬୩.୨୧ ମିଲିୟନ ଡଲାର ଆୟ କରିଛି। ଆପଲ ନିଜର ପ୍ରୋକ୍ସି ଫାଇଲିଂବେଳେ ରିପୋର୍ଟରେ କହିଛି ଯେ, ୨୦୨୩ରେ କୁକଙ୍କ ଦରମା ବେସିକ ୩ମିଲିୟନ ଡଲାର ଅର୍ଥାତ୍‌ ୨୫କୋଟି ଟଙ୍କା ଥିଲା। ୪୭ ମିଲିୟନ ଡଲାର ଷ୍ଟକ ଆୱାର୍ଡ, ୧୦.୭ ମିଲିୟନ ଡଲାର ନନ-ଇକ୍ୱିଟି ଇନ୍ସେଟିଭ, ୨.୫ ମିଲିୟନ ଡଲାର ଅନ୍ୟ ଅର୍ଥ ମିଳିଛି। ଏହା ଅନୁସାରେ ୨୦୨୨ରେ ଟିମ କୁକଙ୍କୁ ମୋଟ ୯୯.୪ ମିଲିୟନ ଡଲାର ମିଳିଥିଲା । ତେବେ ୨୦୨୩ରେ କୁକଙ୍କୁ ୫୨୩.୮୩କୋଟି ଟଙ୍କା ଦରମା ମିଳିଛି। ଏହା ଅନୁସାରେ ସେ ପ୍ରତି ଘଣ୍ଟାରେ ୬ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।

ସେହିପରି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ୨୦୨୩ରେ ୪୮.୫ ମିଲିୟନ ଡଲାର ଦରମା ପାଇଛନ୍ତି । ଅନ୍ୟପଟେ ଗୁଗଲ ସିଇଓ ସୁନ୍ଦର ପିଚାଇ ୨୦୨୨ରେ ୨୨୬ମିଲିୟନ ଡଲାର ଆୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri