ଆଇନଗତ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ ପାଇଁ ଏଡିଏମ୍‌ଙ୍କୁ ନିବେଦନ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): ସୂଚନା ଅଧିକାର ଆଇନ ଅନୁସାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ଏକ ସୂଚନା ସମ୍ପର୍କରେ ତଥ୍ୟ ପାଇବା ପାଇଁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରେ ୧୦.୧୦.୨୦୨୩ରେ ଆବେଦନ କରିଥିଲେ। ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ୩୦ ପୃଷ୍ଠା ସମ୍ବଳିତ ତଥ୍ୟ ପ୍ରଦାନ ପାଇଁ ଜେରକ୍ସ ଖର୍ଚ୍ଚ ବାବଦରେ ୬୦ ଟଙ୍କା ଡେପୁଟି କଲେକ୍ଟର ଏମର୍ଜନି୍ସଙ୍କ ଠାରେ ଜମା କରିବାକୁ ଜଣାଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନକାରୀ ଉକ୍ତ ଟଙ୍କା ଜମା କରିଥିଲେ। ଟଙ୍କା ଜମା ହୋଇ ନ ଥିବା ଦର୍ଶାଇ ୨୦ ଦିନ ପରେ ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣ ଆବେଦନ ପତ୍ରକୁ ନାକଚ କରିଦେଇଥିଲେ। ଫଳରେ ପ୍ରଥମ ଅପିଲେଟ ଅଧିକାରୀ ତଥା ଏଡିଏମଙ୍କ ନିକଟରେ ଆବେଦନକାରୀ ଅପିଲ କରିଥିଲେ। ଅପିଲ କେସ୍‌ ନଂ ୧୮/୨୦୨୩ ଅଟେ l ୨୦୨୩ ଡିସେମ୍ବର ୨୨ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ୨୦୨୪ ଫେବୃଆରୀ ୨ରେ ଅର୍ଡର ପ୍ରକାଶ ହୋଇଥିଲା। ଅର୍ଡରରେ ଦର୍ଶାଯାଇଛି ଯେ, ଶୁଣାଣି ସମୟରେ ଉକ୍ତ ୬୦ ଟଙ୍କା ଜମା ହୋଇଥିବା ସ୍ପଷ୍ଟ ହୋଇଥିଲା। ଜମା ହୋଇଥିବା ଟଙ୍କା ବାବଦରେ ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣ ଜାଣି ନ ଥିବା ଶୁଣାଣିରେ କହିଥିଲେ। ବିନା ମୂଲ୍ୟରେ ସୂଚନା ପ୍ରଦାନ ପାଇଁ ଅପିଲେଟ ଅଧିକାରୀ ତଥା ଏଡିଏମ ଯଦୁମଣି ମହଲା ଜନ ସୂଚନା ଅଧିକାରୀ ପ୍ରଭୁ କଲ୍ୟାଣଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିର୍ଦ୍ଦେଶ ପରେ ଅସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା ଏବଂ ପୂର୍ବରୁ ଜମା ହୋଇଥିବା ୬୦ ଟଙ୍କା ଆବେଦନକାରୀଙ୍କୁ ଫେରସ୍ତ ହୋଇ ନ ଥିଲା। ଫଳରେ ଏ ନେଇ ଆବେଦନକାରୀ ୧.୭.୨୦୨୪ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ପ୍ରଦାନ ନିମନ୍ତେ ଅପିଲେଟ ଅଧିକାରୀ ତଥା ଏଡିଏମଙ୍କୁ ଲିଖିତ ଭାବେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?