କ୍ଷମା ମାଗ, ନଚେତ୍‌ ନବୀନ ନିବାସ ଘେରିବୁ : ଭକ୍ତ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ବିଜେଡି ପକ୍ଷରୁ ପଣ୍ଡିତ ଜବାହର ଲାଲ୍‌ ନେହେରୁଙ୍କ ସହ ଭି.କେ. ପାଣ୍ଡିଆନଙ୍କୁ ତୁଳନା କରାଯିବାକୁ ନେଇ କଂଗ୍ରେସ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଷମାପ୍ରାର୍ଥନା ନ କଲେ ନବୀନ ନିବାସ ଘେରାଉ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ଭବାନୀପାଟଣାଠାରେ ଖବରଦାତାଙ୍କ ଏକ କାର୍ଯ୍ୟକ୍ରମରେ ଭକ୍ତ କହିଛନ୍ତି, ବିଜେଡିର କଟକ ଲୋକ ସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଜଣେ କମ୍ପାନୀ ଚାକିରିଆ। ତାଙ୍କ ମୁହଁରେ ନବୀନବାବୁ ପାଣ୍ଡିଆନଙ୍କ ପ୍ରଶଂସା କରାଉଛନ୍ତି, ଯିଏକି ଦଳରେ ନାହାନ୍ତି। ନେହେରୁଙ୍କ ସହ ବିଜୁ ପଟ୍ଟନାୟକ କାମ କରିଥିଲେ। ହାତକୁ ହାତ ମିଶାଇ ସେ ବହୁତ ବଡ଼ ବଡ଼ କାର୍ଯ୍ୟ କରିଛନ୍ତି। ଆଜି ତାଙ୍କ ପୁଅ ନବୀନବାବୁ ସନ୍ତୃପ୍ତ ମିଶ୍ରଙ୍କ ଜରିଆରେ କେବଳ ଯେ ନେହେରୁଙ୍କୁ ଅପମାନିତ କରିଛନ୍ତି ତା’ ନୁହେଁ, ବିଜୁବାବୁଙ୍କୁ ମଧ୍ୟ ଅପମାନିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସଂତୃପ୍ତ କହିଥିଲେ ନେହେରୁ ଯେଭଳି ରାଷ୍ଟ୍ରର ହିତ କରି ମଧ୍ୟ ସମାଲୋଚିତ ହୋଇଥିଲେ ସେହିଭଳି ପାଣ୍ଡିଆନ୍‌ ରାଜ୍ୟର ବିକାଶ କରିଥିବା ସତ୍ତ୍ୱେ ତାଙ୍କୁ ସମାଲୋଚନା କରାଯାଉଛି। ତେଣୁ ରାଜ୍ୟବାସୀଙ୍କ ସାମ୍ନାରେ ନବୀନବାବୁ କ୍ଷମା ମାଗନ୍ତୁ, ଜବାବ ଦିଅନ୍ତୁ, ନଚେତ୍‌ ପ୍ରତିଧ୍ୱନି ଶୁଣିବେ। ନବୀନ ନିବାସ ଘେରାଉ କରାଯିବ ବୋଲି ଭକ୍ତ ଚେତାଇ ଦେଇଛନ୍ତି।
ପୁଣି କହିଛନ୍ତି, ପୂର୍ବର ବିଜେଡି ସରକାର ଯେଭଳି ଗଣମାଧ୍ୟମର କଣ୍ଠରୋଧ କରିଥିଲା, ଠିକ୍‌ ସେହିପରି ଭାଜପା ସରକାର ଖବରଦାତାଙ୍କ ଉପରେ ଅଙ୍କୁଶ ଲଗାଇଛି, ଯାହାଫଳରେ ଖବରଦାତାଙ୍କୁ ସେମାନଙ୍କ ଉଚିତ୍‌ ହକ୍‌ ମିଳିପାରୁନାହିଁ। ମାତ୍ର କଂଗ୍ରେସ ସେମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲା। ଯଦି ରାଜ୍ୟ ସରକାର ତୁରନ୍ତ ଖବରଦାତାଙ୍କ ଦାବି ପୂରଣ ନ କରନ୍ତି ତେବେ କଂଗ୍ରେସ ଏଥିପାଇଁ ଲଢ଼େଇ କରିବ।
କହିଥିଲେ ଯେ, ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହେଲା ବିଜେଡି। ହେଲେ ସେମାନେ ଭାଜପାର ତୋଷାମଦ କରୁଛନ୍ତି। ବିଜେଡି ଯେଭଳି ଖବରଦାତାଙ୍କ ଅଧିକାରକୁ ବିଧାନସଭାରେ ନିୟନ୍ତ୍ରଣରେ ରଖିଥିଲା, ଭାଜପା ମଧ୍ୟ ସମାନ ନୀତି ଅନୁସରଣ କରୁଛି। ଓ୍ବକ୍‌ଫ ବିଲ୍‌କୁ ନେଇ ନବୀନବାବୁ ପ୍ରଥମେ ବିରୋଧ କରିବାକୁ ନିଷ୍ପତ୍ତି ନେଲେ ଏବଂ ବିଜୁବାବୁଙ୍କ ଏହା ସ୍ବର ବୋଲି କହିଲେ, ହେଲେ ପରେ ସେ ସ୍ବର ବଦଳାଇଦେଲେ। ଏହି ପ୍ରସଙ୍ଗରେ ଏତେ ତଳକୁ ନବୀନବାବୁ ଚାଲିଯାଇଛନ୍ତି ଯେ, ତାଙ୍କ ଦଳର ଲୋକେ ଏବେ ତାଙ୍କ ବିରୋଧରେ କହିବାକୁ ଜଣକ ପରେ ଜଣେ ଖୋଲାଖୋଲି ବାହାରୁଛନ୍ତି। ଏଥିରୁ ନବୀନଙ୍କ ଡରୁଆପଣ ସ୍ପଷ୍ଟ ହେଉଛି। ନବୀନ ରାଜନୀତିର ମାନ ରଖନ୍ତୁ ବୋଲି ଭକ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri