ଭୁବନେଶ୍ୱର,୧୯।୩: ବର୍ଷ ବର୍ଷ ଧରି ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। ବର୍ତ୍ତମାନ ମାମଲା ହାଇକୋର୍ଟରେ ପହଞ୍ଚିଛି। ତେବେ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ ସରକାର। ଏନେଇ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ।
ସୂଚନାଥାଉ କି, ଫେବୃଆରୀ ୧୭ ପୂର୍ବରୁ ର୍ନିମିତ ଆପାର୍ଟମେଣ୍ଟ ପଞ୍ଜୀରକଣ ପାଇଁ ବିଜ୍ଞପ୍ତି ହୋଇଥିଲା। ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଗୃହ ଓ ନଗର ର୍ନିମାଣ ବିଭାଗର ଆଣିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଥିଲେ ହାଇକୋର୍ଟ । ଗତ ଫେବୃଆରୀ ପହିଲାରେ ବିଭାଗ ପକ୍ଷରୁ ଜାରି ହୋଇଥିଲା ଏହି ବିଜ୍ଞପ୍ତି ।
୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଥିଲେ।