ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ ନେଇ ଜଣେ ଏମପିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ପୁରୀ ଶ୍ରୀମନ୍ଦିର ଏବଂ ଏକାମ୍ର ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ମେଗା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ଜଣେ ଏମପି ଚେଷ୍ଟା କରିଛନ୍ତି। ଯାହାକୁ ନେଇ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ଏମପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରମାଣ ମାଗିଛନ୍ତି।

ଗଣମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ୫ ବର୍ଷରେ କେତେ ବିକାଶ କରିଛି ଓ କ’ଣ କରିଛି, ଏହାର ଟିକନିଖ ପ୍ରମାଣ ଦେବାକୁ ବିତର୍କ ପାଇଁ ଡାକୁଛି ବୋଲି କହିଛନ୍ତି ଅପରାଜିତା। ସେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ସ୍ଥାନ ଓ ସମୟ ପଚାରଛନ୍ତି। ଆପଣ ସ୍ଥାନ ଓ ସମୟ କୁହନ୍ତୁ ମୁଁ ପହଞ୍ଚି ଯିବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଜଣେ ପ୍ରଥମଥରର ଏମପିଙ୍କୁ ଅଙ୍ଗୁଠି ଉଠାଉଛନ୍ତି। ଯାହା ମୋତେ ଆଶ୍ଚର୍ଯ୍ୟ କରିଛି, ଦୁଃଖ ଦେଇଛି। ପ୍ରତିବର୍ଷ ରିପୋର୍ଟ କାର୍ଡ ଦେଉଛି, କୋଟେରୀରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ପହଞ୍ଚୁନି। ଐତିହ୍ୟ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ଟି ଚିଠି ଲେଖିଥିଲି, ଏଯାଏଁ ଉତ୍ତର ମିଳିଲାନି। ଲିଙ୍ଗରାଜ ବାଇ ଲ’କୁ ମୁଁ ବିରୋଧ କରିଥିବା କହୁଛନ୍ତି ତା’ହେଲେ ପ୍ରମାଣ ଥିଲେ ଦିଅନ୍ତୁ। ୪୮ ଘଣ୍ଟା ଭିତରେ ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି କହିଛନ୍ତି ଅପରାଜିତା।


Enter your email to get our daily news in your inbox.

All Right Reserved By Dharitri.Com

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri