କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ୩ ବଡ଼ ଦାବି କଲେ ଅପରାଜିତା: ମିଳିଲା ଅନୁମୋଦନ, ୧୧୧ କୋଟିରେ ହେବ…

ଭୁବନେଶ୍ୱର,୭।୧: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ  ଅପରାଜିତା ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ୩ଟି ମୁଖ୍ୟ ଦାବି ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେଗୁଡିକ ହେଲା ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ ନିର୍ମାଣ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ କରିବା, ଏନଏଚ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ ନିର୍ମାଣ ପାଇଁ ଦାବି କରିଛନ୍ତି। ୩ଟି ବାଇପାସ ଓ ଅଣ୍ଡରପାସ ନିର୍ମାଣକୁ ଅନୁମୋଦନ ମିଳିଛି ବୋଲି ଅପରାଜିତା କହିଛନ୍ତି। ପ୍ରାୟ ୧୧୧ କୋଟି ଟଙ୍କାରେ ତିଆରି ହେବ ବାଇପାସ ଓ ଅଣ୍ଡରପାସ। ଖୋର୍ଦ୍ଧା-ନୟାଗଡ଼ ରାସ୍ତା ୪ ଲେନ ଯଥାବିଧି ପ୍ରକ୍ରିୟା ଅନୁସାରେ କରାଯିବ ସାଂସଦ କହିଛନ୍ତି।

Dharitri – The Largest & Most Trusted Odia Daily

Share