ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ଅପରାଜିତା ଏହାର ପ୍ରମାଣ ମାଗିଛନ୍ତି।

ଅପରାଜିତା କହିଛନ୍ତି, ଲିଙ୍ଗରାଜ ମନ୍ଦିରର କାମ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି, ତା’ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ଏନେଇ ତାଙ୍କ ପାଖରେ କିଛି ଲିଖିତ ପ୍ରମାଣ ଅଛି କି? ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ତାଙ୍କ ପାଖରେ ପ୍ରମାଣ ନାହିଁ। ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ଏଏସଆଇ ତରଫରୁ ବହୁତ ଟଙ୍କା ଅଣାଯାଇ ବିଭିନ୍ନ ଦିଗରେ କାର୍ଯ୍ୟ କରାଯାଇଛି। ଯେତିକି ଲେଖିକି ଦିଆଯାଉଛି, ମୁଖ୍ୟମନ୍ତ୍ରୀ କେବଳ ସେତିକି କହି ଦେଉଛନ୍ତି। ପ୍ରମାଣ ଦେଖାଇବା କଥା। ତେଣୁ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଭିତ୍ତିହୀନ, ଆଧାରହୀନ ଓ ପୂରା ଭୁଲ।

ସେହିଭଳି ଗତ ୫ ବର୍ଷରେ ଅପରାଜିତା ସେମିତି କିଛି ବ କାମ କରି ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର ଜବାବ ରଖି ସେ କହିଛନ୍ତି, ମୁଁ ଯାହା କାମ କରିଛି, ପ୍ରତ୍ୟେକ ବର୍ଷ ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସାର୍ବଜଜନୀନ କରିଛି। ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ ତାକୁ ପଢି ମୁଁ କ’ଣ କରିଛି, ତାହା ଜାଣିପାରିବେ। ବିଜେଡିର ୧୨ ଜଣ ଏମପି ଗତ ୫ ବର୍ଷରେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri