କଲେଜ, ବିଶ୍ୱବିଦ୍ୟାଳୟ ଖାଲି ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୮ା୯(ଅନିଲ ଦାସ)ରାଜ୍ୟର ବିଶ୍ୱବିଦ୍ୟାଳୟ, ବିଇଡି କଲେଜଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ବହୁ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ସରକାର ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। କେବିକେ ଜିଲାରେ ଅବସ୍ଥା ଆହୁରି ଖରାପ। ଶିକ୍ଷକ ଓ ଅଣଶିକ୍ଷକ ଖାଲି ପଦବୀକୁ ନେଇ ବିରୋଧୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ। ବୁଧବାର ପ୍ରଶ୍ନକାଳରେ ବିଧାନସଭାରେ ୯୨ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନକର୍ତ୍ତା କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପଚାରିଥିଲେ ଯେ ରାଜ୍ୟରେ କେତେ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି। ସେଥିରେ ମଞ୍ଜୁରୀପ୍ରାପ୍ତ ପଦବୀ କେତେ ଓ କେତେ ପଦବୀ ଖାଲି ପଡ଼ିଛି। ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ମୋଟ ୪୮ଟି ସରକାରୀ ଡିଗ୍ରୀ କଲେଜ, ୧୬ଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ୨୯୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି। ସରକାରୀ କଲେଜରେ ମୋଟ ୨୩୭୩ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୩୮୫ ପଦବୀ ଖାଲି ପଡ଼ିଛି। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ମୋଟ ୭୧୧୦ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୧୦୬୫ ପଦବୀ ଖାଲି ପଡିଛି। ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ସରକାର ଏସ୍‌ଏସ୍‌ବି ଦ୍ୱାରା ବିଜ୍ଞାପନ ପ୍ରକାଶ କରିଛନ୍ତି। ତାରା ଅଭିଯୋଗ କରିଥିଲେ ଯେ କୋରାପୁଟରେ ଥିବା ବିଇଡି କଲେଜ ଗତ ୩ ବର୍ଷ ହେବ ବନ୍ଦ ହୋଇ ପଡ଼ିଛି। ବିକ୍ରମ ଦେବ କଲେଜରେ ବହୁ ପଦବୀ ଖାଲି ରହିଛି। ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଲେ, ବଲାଙ୍ଗୀର ଜିଲାରେ ଥିବା ରାଜେନ୍ଦ୍ର କଲେଜରେ ୧୨୮ ଅଧ୍ୟାପକ ପଦବୀରୁ ୧୦୮ ଖାଲି ପଡ଼ିଛି। ସେହିପରି ୧୫୮ଟି ଅଣଶିକ୍ଷକ ପଦବୀରୁ ୧୪୫ଟି ପଦବୀ ଖାଲିପଡ଼ିଛି।
ସରକାର ସେହିସବୁ କଲେଜ ବନ୍ଦ କରି ଦିଅନ୍ତୁ ନଚେତ୍‌ ଖାଲି ପଦବୀ ପୂରଣ କରନ୍ତୁ । ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ବିଶ୍ୱବିଦ୍ୟାଳୟରେ ଆଇନଗତ ସମସ୍ୟା ଯୋଗୁ ନିଯୁକ୍ତି ହୋଇପାରୁ ନାହିଁ। ଯେଉଁଠି ଆବଶ୍ୟକ ହେଉଛି ସେଠାରେ ଗେଷ୍ଟ ଫାକ୍‌ଲଟି ନିଯୁକ୍ତି ଦିଆଯାଉଛି। ଆଇନଗତ ପ୍ରତିବନ୍ଧକ ହଟାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ୧ ହଜାର ଅଧ୍ୟାପକ ପଦବୀ ପୂରଣ ହୋଇଛି । ଆହୁରି ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ବିଜ୍ଞାପନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ

ବିରୋଧୀ ଦଳ ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ଏହି ନୋଟିସ ଦେଇଛନ୍ତି। ବିଧାନସଭା ଶୂନ୍ୟକାଳରେ ମୋହନ ସ୍ବାଧିକାର ଭଙ୍ଗ ପ୍ରସଙ୍ଗ ଉଠାଇ କହିଥିଲେ, ବିରୋଧୀ ଦଳ କିଛି ବିବୃତି ମାଗି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଗତ ୨୫ ତାରିଖରେ ନିଜଆଡୁ ଗୃହରେ ବିବୃତି ରଖିଥିଲେ। ପୂର୍ବରୁ ଗୃହରେ କୌଣସି ବିଷୟରେ ବିରୋଧୀ ଦଳ ବିବୃତି ଦାବି କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇ ନ ଥାଆନ୍ତି। ୫-ଟି ସଚିବଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ। ଜନସାଧାରଣ ଖୁସି, ଜନପ୍ରତିନିଧି ଖୁସି। ବିରୋଧୀ ଦଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରୁଛନ୍ତି। ବିରୋଧୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ ବୋଲି କହିଥିଲେ। ଆମେ ଜନପ୍ରତିନିଧିମାନେ ଲକ୍ଷାଧିକ ଭୋଟ ପାଇ ବିଧାନସଭା ଆସିଛୁ। ଆମେ ଲୋକମାନଙ୍କର କାମ କରୁଛୁ। କିଏ ଜନବିରୋଧୀ ବୋଲି ମୋହନ ପ୍ରଶ୍ନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବିଧାନସଭା ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ପୂର୍ତ୍ତ ବିଭାଗ ତଥ୍ୟରେ ବହୁ ଅସତ୍ୟ ତଥ୍ୟ ରହୁଥିବାବେଳେ ଖାମଖିଆଲି ଭାବେ ଉତ୍ତର ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସେ ସ୍ବାଧିକାର ଭଙ୍ଗ ନୋଟିସ ଆଣି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ପ୍ରିଭିଲେଜ କମିଟି ଗଠନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହାର ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ବାଚସ୍ପତିି ସୁଯୋଗ ନ ଦେବାରୁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲାକୁ ଦେଖି ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୪୨ରୁ ୧୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ ୧୨ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ସମାନ ଅଭିଯୋଗ ଆଣି ପୁଣି ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୨ଟା ୪ ମିନିଟରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ମଧ୍ୟ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରି ନ ଥିଲା। ଉଭୟ କଂଗ୍ରେସ ଓ ଭାଜପା ନିଜ ନିଜ ପ୍ରସଙ୍ଗକୁ ନେଇ ପୁଣି ହଟ୍ଟଗୋଳ କରିଥିଲେ। ବିରୋଧୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବାଚସ୍ପତି ବାଧ୍ୟ ହୋଇ ବିଭିନ୍ନ ସମୟରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ୍‌ ମାରିଥିଲା। ଅପରାହ୍ନ ୫ଟା ୧୭ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ୟରେ ସହଯୋଗ ନ କରି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। କହିବାକୁ ସୁଯୋଗ ଦେଉ ନ ଥିବା ଅଭିଯୋଗ ଆଣି କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ଭାଜପା ସଦସ୍ୟମାନେ ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri