ମାତୃତ୍ୱ ସମୟରେ ପିନ୍ଧିଥିବା ଡ୍ରେସ୍‌କୁ ନିଲାମ କରିବେ ଅନୁଷ୍କା: କାରଣ ଜାଣିଲେ କରିବେ ବାଃ ବାଃ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ସେ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏବେ ସେ ଏକ ଭଲ କାରଣ ପାଇଁ ମାତୃତ୍ୱ ସମୟରେ ପିନ୍ଧିଥିବା ପୋଷାକକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି, ଅନୁଷ୍କା ଏହି ପୋଷାକ ନିଲାମରୁ ପ୍ରାପ୍ତ ଅର୍ଥକୁ ମାତୃ ସ୍ବାସ୍ଥ୍ୟକୁ ସମର୍ଥନ କରିବା ଏବଂ ୨.୫ ଲକ୍ଷ ଲିଟର ଜଳ ସଞ୍ଚୟ କରିବାକୁ ଦାନ କରିବେ।
‘ସର୍କୁଲାର ଇକୋନୋମି’କୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍କା ଶର୍ମା ନିଜର ମାତୃତ୍ୱ ପୋଷାକ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ସାକ୍ଷାତକାରରେ ଅନୁଷ୍କା ଶର୍ମା କହିଛନ୍ତି- ଏହା ଏକ ଅତି ସରଳ ଉପାୟ, ଯାହା ଦ୍ୱାରା ଆମ ମଧ୍ୟରୁ ଜଣେ ଦୟା ପୂର୍ବକ ଜୀବନ ବିତାଇ ପାରିବେ। ଏହି ଡ୍ରେସ୍‌ଗୁଡ଼ିକୁ ସର୍କୁଲାର୍‌ ଫ୍ୟାଶନ୍‌ରେ ପୁନଃ ବିକ୍ରୟ କରିବା ଦ୍ୱାରା ପରିବେଶ ଉପରେ ଆମର ବହୁତ ସକରାତ୍ମକ ପ୍ରଭାବ ପଡିଥାଏ। ମୋର ଗର୍ଭଧାରଣ ସମୟରେ, ମୁଁ ଅନୁଭବ କଲି ଯେ ଆମ ଜୀବନର ଏହି ପର୍ଯ୍ୟାୟ ସର୍କୁଲାର ଇକୋନୋମିରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଉପଯୋଗୀ ।
ସର୍କୁଲାର୍‌ ଫ୍ୟାଶନ ହେଉଛି ଏକ ପ୍ରଣାଳୀ ଯେଉଁଥିରେ ଏକ ର୍ନିଦ୍ଦିଷ୍ଟ ମଡେଲ ଅନୁଯାୟୀ ପୋଷାକ ତିଆରି କରାଯାଏ ଏବଂ ଏହାର ଗୁଣ ଏବଂ ସ୍ଥାୟୀତ୍ୱ ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏହିପରି ପୋଷାକ ତିଆରି କରିବା ସମୟରେ ପରିବେଶର ସମ୍ପୂର୍ଣ୍ଣ ଯତ୍ନ ମଧ୍ୟ ନିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri