ଅନୁଷ୍କା ଶେଟ୍ଟୀଙ୍କୁ ‘ହସ ରୋଗ’

ହାଇଦ୍ରାବାଦ, ୨୩।୬: ‘ବାହୁବଲୀ’ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସ୍ୟୁଡୋବୁଲ୍‌ବାର ଆଫେକ୍ଟ(ପିବିଏ) ନାମକ ଏକ ବିରଳ ‘ହସ ରୋଗ’ରେ ପୀଡ଼ିତ ଅଛନ୍ତି। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଅନୁଷ୍କା ଏନେଇ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ସେ ଏକ ବିରଳ ହସ ରୋଗରେ ପୀଡ଼ିତ ଥିବା କହିଛନ୍ତି। ତାଙ୍କ ପାଇଁ ହସିବା ଏବେ ଏକ ବିରାଟ ସମସ୍ୟାରେ ପରିଣତ ହୋଇଛି। ଯେତେବେଳେ ଥରେ ସେ ହସିବା ଆରମ୍ଭ କରନ୍ତି, ଏହାପରେ ତାଙ୍କପାଇଁ ହସ ବନ୍ଦ କରିବା କଷ୍ଟସାଧ୍ୟ ହୋଇ ପଡ଼ୁଥିବା ଅନୁଷ୍କା କହିଛନ୍ତି। କ୍ରମାଗତ ୧୫ରୁ ୨୦ ମିନିଟ ଧରି ସେ ହସି ରହୁଥିବା ସହ ଏହାକୁ ନିୟନ୍ତ୍ରଣ କରିବା ତାଙ୍କପାଇଁ କଷ୍ଟସାଧ୍ୟ ହୋଇପଡ଼ୁଛି। ତେଣୁ ଫିଲ୍ସ ଶୁଟିଂ ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅନୁଷ୍କା କହିଛନ୍ତି। ଖାସ୍‌କରି ବିଭିନ୍ନ କମେଡି ଦୃଶ୍ୟର ଶୁଟିଂ ସମୟରେ ତାଙ୍କୁ ସର୍ବାଧିକ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି। କମେଡି ଦୃଶ୍ୟ ଶୁଟିଂ କରିବା ସମୟରେ ତାଙ୍କ ହସ ଯୋଗୁ ଅନେକଥର ଶୁଟିଂ ବନ୍ଦ କରିବାକୁ ପଡ଼ିଥିଲା ବୋଲି ଅନୁଷ୍କା କହିଛନ୍ତି।
ତେବେ ଏହି ବିରଳ ରୋଗ ମଣିଷର ତ୍ରୁଟିପୂର୍ଣ୍ଣ ସ୍ନାୟୁଗତ ଅବସ୍ଥା ଯୋଗୁ ହୋଇଥାଏ। ଡାକ୍ତରୀ ଭାଷାରେ ଏହାକୁ ସ୍ୟୁଡୋବୁଲବାର ପ୍ରଭାବ(ପିବିଏ) କୁହନ୍ତି। ଅଧିକାଂଶ ଲୋକ ଏହି ବିରଳ ରୋଗକୁ ନେଇ ଅବଗତ ନ ଥିବା ଅନୁଷ୍କା କହିଛନ୍ତି। ଏହି ରୋଗ ଯୋଗୁ ଜଣେ ବ୍ୟକ୍ତି ଅନେକଥର କିମ୍ବା ବେଶି ମାତ୍ରାରେ ହସିବା ଆରମ୍ଭ କରିଥାଏ। ଉଭୟ କ୍ଷେତ୍ରରେ ହସକୁ ନିୟନ୍ତ୍ରଣ କରିବା ଉକ୍ତ ବ୍ୟକ୍ତିପାଇଁ କଷ୍ଟସାଧ୍ୟ ହୋଇଥାଏ।

ସାଧାରଣତଃ ଏହି ରୋଗରେ ପୀଡ଼ିତ ବ୍ୟକ୍ତି ମାନେ ସାମାଜିକ ସ୍ତରରେ ବିଚ୍ଛିନ୍ନ ହେବା ସହ ଏକାନ୍ତ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି। ସେହିପରି ଏହି ରୋଗୀମାନଙ୍କ ସହ ସମାଜରେ ବିଭିନ୍ନ ଲଜ୍ଜାଜନକ ଘଟଣା ଘଟିବାର ଆଶଙ୍କା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri