UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳତା

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ ହୋଇ ସିରିଏଲ ନଂ ୨୧୨ ର଼୍ୟାଙ୍କ ରଖି ସର୍ବ ଭାରତୀୟ ପ୍ରଶାସନିକ ସେବା ଲାଗି ମନୋନୀତ ହୋଇଛନ୍ତି। ତାଙ୍କର ଆଇଏଏସ୍‌ ପାଇବା ସଫଳତା ନେଇ କେନ୍ଦୁଝର ଜିଲାରେ ଖୁସିର ମାହୋଲ ଖେଳି ଯାଇଛି। ତାଙ୍କ ପରିବାର କେନ୍ଦୁଝର ସହର ମାଇନିଂ ଅଞ୍ଚଳରେ ରହୁଥିବା ଜଣାଯାଇଛି। ବାପା ଅମ୍ବରିଶ ନାୟକ ଏବେ ଭାରତ ସରକାରଙ୍କ ଗଙ୍ଗା ନଦୀ ବନ୍ୟା ପରିଚାଳନା ବିଭାଗର ଚେୟରମ୍ୟାନ ରୂପେ ପାଟଣା,ବିହାର ଠାରେ ଅବସ୍ଥାପିତ ହୋଇଛନ୍ତି ମାଆ ନୀଳିମା ନାୟକ ତାଙ୍କର ଗୃହିଣୀ ବୋଲି ଜଣାଯାଏ। ତାଙ୍କର ମୂଳ ଘର ଘଟଗାଁ ବ୍ଲକ ଅନ୍ତର୍ଗତ ସାନ ବରବେଡ଼ା ଗ୍ରାମରେ ବୋଲି ଜଣାଯାଇଛି। ଅନୁପ ପିଲା ବେଳେ ମେଧାବୀ ଛାତ୍ର ଥିଲେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରି ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ପାଇ ଲକ୍ଷ୍ନୌରେ କାର୍ଯ୍ୟରତ ଅଛନ୍ତି। ଏଥିସହ ସେ ଆଇଏଫଏସ ( ଇଣ୍ଡିଆନ ଫରେଷ୍ଟ ସର୍ଭିସ) କ୍ଲିୟର କରିଛନ୍ତି। ପୂର୍ବତନ ଅବକାରୀ ବିଭାଗ ଅଧୀକ୍ଷକ ଧନନ୍ତ୍ୱରୀ ନାୟକ ତାଙ୍କର ଜେଜେ ବାପା ହୋଇଥିବା ବେଳେ ଦମୟନ୍ତୀ ନାୟକ ତାଙ୍କର ଜେଜେ ମାଆ ବୋଲି ଜଣାଯାଇଛି। ନାତିର ସଫଳତା ସେମାନେ ମଧ୍ୟ ଅତି ଖୁସି ହୋଇଛନ୍ତି।

Share