Posted inଖେଳ

ମା’ବାପାଙ୍କୁ ସ୍ମାର୍ଟଫୋନ୍‌ ଉପହାର ଦେବେ ଅନୁ

ନୂଆଦିଲ୍ଳୀ, ୧୪ା୬(ପି.ଟି): ଜୁନିୟର ମହିଳା ଏସିଆ କପ୍‌ ହକି ଚାମ୍ପିୟନ ଭାରତୀୟ ଦଳର ଫରଓ୍ବାର୍ଡ ଅନୁ ନିଜ ମାତାପିତାଙ୍କୁ ସ୍ମାର୍ଟଫୋନ୍‌ ଗିଫ୍ଟ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ଡବଲ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ଅନୁ ୯ଟି ଗୋଲ ଦେଇ ଭାରତ ପାଇଁ ସର୍ବାଧିକ ସ୍କୋରର ରହିଥିଲେ। ଏପରିକି ଫାଇନାଲ ମ୍ୟାଚରେ ମଧ୍ୟ ସେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ତେବେ ଅନୁଙ୍କ ମାତାପିତା ମ୍ୟାଚ୍‌ ଦେଖିବାରେ ସମର୍ଥ ହୋଇ ନ ଥିଲେ। ମ୍ୟାଚ୍‌ଟି ଟିଭି ପରିବର୍ତ୍ତେ ଏକ ଓ୍ବେବ୍‌ସାଇଟ୍‌ରେ ପ୍ରସାରିତ ହେଉଥିଲା, ଯାହାଫଳରେ ସ୍ମାର୍ଟଫୋନ ଠାରୁ ଦୂରରେ ଥିବା ଅନୁଙ୍କ ମାତାପିତା ମ୍ୟାଚ୍‌ ଦେଖି ପାରି ନ ଥିଲେ। ଏପରିକି ଅନୁ ଚାମ୍ପିୟନ ହୋଇ ଫେରିଛନ୍ତି ବୋଲି ଘରଲୋକଙ୍କୁ ମଧ୍ୟ ଜଣା ନ ଥିଲା। ବର୍ତ୍ତମାନ ସ୍ମାର୍ଟଫୋନ୍‌ କିଣି ଉପହାର ଭାବରେ ମାତାପିତାଙ୍କୁ ପ୍ରଦାନ କରିବି, ଯାହା ଦ୍ୱାରା ଭବିଷ୍ୟତରେ କୌଣସି ମ୍ୟାଚ୍‌ ଦେଖିବାରୁ ସେମାନେ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଅନୁ।
ଭାରତରେ ଆଥ୍‌ଲେଟମାନେ ସର୍ବଦା ଦାରିଦ୍ର୍ୟର କଷାଘାତ ମଧ୍ୟରୁ ଉପରକୁ ଉଠିଥାନ୍ତି। ଅନୁଙ୍କ କାହାଣୀ ମଧ୍ୟ ଏହାଠାରୁ ଭିନ୍ନ ନୁହେଁ। ହରିୟାଣାର ଜିନ୍ଦ ଜିଲା ଅନ୍ତର୍ଗତ ରୋଜ ଖେରା ଅଞ୍ଚଳରୁ ଆରମ୍ଭ ତାଙ୍କର ଯାତ୍ରା। ପିତା ରାଜ ପାଲ ଜଣେ କୃଷି ଶ୍ରମିକ ଭାବରେ କାମ କରନ୍ତି ଏବଂ ସମୟ ସମୟରେ ଇଟାଭାଟିରେ ମଧ୍ୟ କାମ କରନ୍ତି। ସ୍ବଳ୍ପ ମଜୁରିରେ ପରିବାର ପ୍ରତିପୋଷଣ କରିବା କଷ୍ଟ ହେଉଥିବା ବେଳେ ଅନେକ ସମୟରେ ଖାଲି ପେଟରେ ଶୋଇବାକୁ ପଡିଥାଏ। ଅନୁଙ୍କ ମା’ ମେରୁଦଣ୍ଡଜନିତ ସମସ୍ୟାରେ ପୀଡିତ। ଅନୁଙ୍କୁ ଜଣେ ହକି ଖେଳାଳି ଭାବରେ ଗଢି ତୋଳିବା ପାଇଁ ମାତାପିତାଙ୍କ ଅବଦାନ ଅତୁଳନୀୟ ବୋଲି ଅନୁ କହିଛନ୍ତି। ଭାରତୀୟ ଦଳର ଖେଳାଳି ରାଣୀ ରାମପାଲ୍‌ ଓ ସବିତା ପୁନିଆଙ୍କ ପରି ସଂଘର୍ଷର କଷାଘାତରୁ ଆସିଥିବା ଅନୁ ମଧ୍ୟ ଆଗାମୀ ଦିନରେ ଭାରତୀୟ ସିନିୟର ଦଳ ପାଇଁ ଲକ୍ଷ୍ୟ ରଖିଛନ୍ତି।
ଆରମ୍ଭରୁ ମୋର ଦୁଇଟି ଲକ୍ଷ୍ୟ ରହିଛି। ପରିବାର ତଥା ମାତାପିତାଙ୍କୁ ଏକ ଉତ୍ତମ ଜୀବନଶୈଳୀ ପ୍ରଦାନ କରିବା ସହିତ ଦେଶର ପ୍ରତିନିଧିତ୍ୱ କରିବା ମୋର ଏକମାତ୍ର ଲକ୍ଷ୍ୟ। ଅନୁ ଯେକୌଣସି ଟୁର୍ନାମେଣ୍ଟରୁ ଆର୍ଥିକ ପୁରସ୍କାର ପାଇଥାଆନ୍ତି ଏହା ଘରର ଋଣ ଶୁଝିବାରେ ଲାଗିଥାଏ ବୋଲି କହିଛନ୍ତି ମାତାପିତା । ହରିୟାଣା ରାଜ୍ୟ ଦଳରେ ସ୍ଥାନ ପାଇବା ପରଠାରୁ ଅର୍ଥସଙ୍କଟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ବୋଲି କହିଛନ୍ତି ଅନୁ।
ଚତୁର୍ଥ ଶ୍ରେଣୀରୁ ହକି ଖେଳିବା ଆରମ୍ଭ କରିଥିବା ବେଳେ ମାତାପିତାଙ୍କୁ ନାନା କଥା ଶୁଣିବାକୁ ମିଳୁଥିଲା। ତେବେ ଏଥିପ୍ରତି କର୍ଣ୍ଣପାତ ନ କରି ଉଭୟେ ଅନୁଙ୍କୁ ସମର୍ଥନ କରିଥିଲେ। ଖେଳିବା ପାଇଁ ପିତା ମୋତେ ବିଭିନ୍ନ ସ୍ଥାନକୁ ନେଇ ଯାଉଥିବା ବେଳେ ଏହାକୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଥିଲା। ତେବେ ବର୍ତ୍ତମାନ ପୂରା ଗାଁ ଉତ୍ସବମୁଖର ହୋଇ ଉଠିଛି। ଆରମ୍ଭରୁ ମୋ ପିତା ମୋ ଉପରେ ଦେଖାଇଥିବା ବିଶ୍ୱାସର ଏହା ବିଜୟ ବୋଲି କହିଛନ୍ତି ଅନୁ।
ଅନୁଙ୍କ କ୍ୟାରିୟରରେ ହିସାରସ୍ଥିତ ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)ର ମୁଖ୍ୟ କୋଚ୍‌ ଆଜାଦ ସିଂଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୋ ପରିବାରର ସମସ୍ୟା ସମ୍ପର୍କରେ ଆଜାଦ ସାର ସବୁ କିଛି ଜାଣିଥିବା ବେଳେ ଆବଶ୍ୟକ ସମୟରେ ସହଯୋଗ କରିଥାନ୍ତି ବୋଲି କହିଛନ୍ତି ଅନୁ। ଅନୁଙ୍କ ଭାଇ ବର୍ତ୍ତମାନ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଜାନେକ୍‌ ଶପ୍‌ମ୍ୟାନଙ୍କ ଉପଦେଶ ତାଙ୍କ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଅନୁ କହିଛନ୍ତି। ଭାରତ ପରି କ୍ରିକେଟ ପାଗଳ ଦେଶରେ ହକି ତଥା ଜୁନିୟର ମହିଳା ହକିକୁ ଏତେ ଆଦୃତି ମିଳିବା ଏକ ବଡ କଥା ବୋଲି ଅନୁ କହିଛନ୍ତି। ପ୍ରଥମେ ଜୁନିୟର ପୁରୁଷ ଓ ପରେ ଜୁନିୟର ମହିଳା ଦଳ ଚାମ୍ପିୟନ ହୋଇଥିବା ବେଳେ ଏହା ଆଗାମୀ ଦିନରେ ହକି ଖେଳକୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri