ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ସେ ଦାୟିତ୍ବ ନେଇଛନ୍ତି । ଆଜି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଦାୟିତ୍ବ ନେଇଥିଲେ ଅନୁଗର୍ଗ ।

ତେବେ କାର୍ଯ୍ୟକାଳ ସରିବା ପରେ ଅନୁ ଗର୍ଗଙ୍କୁ ଦାୟିତ୍ବ ଦେଇ ସେ କହିଛନ୍ତି, ନୂଆ ସରକାର ଆସିବା ପରେ ନୂଆ ଚାଲେଞ୍ଜ ରହିଥିଲା । ଶାସନ ଏବଂ ପ୍ରଶାସନ ଏକାଠି ହୋଇ କିପରି କାମ କରିବେ ତାହା ନୂଆ ସରକାରଙ୍କ ଲକ୍ଷ୍ୟ ଥିଲା । ସରକାର ଅନେକ ପ୍ରକାର ନୂଆ ଯୋଜନା ଆଣିଥିଲେ ସେ ଉପରେ ନୂଆ ନୂଆ କାର୍ଯ୍ୟ ହୋଇଛି । ମୁଁ ଏହି ସବୁ କାର୍ଯ୍ୟ କରି ଅନେକ ଖୁସି । ଓଡ଼ିଶାବାସୀଙ୍କ ଠାରୁ ଭଲ ପାଇବା ପାଇଛି, ତେଣୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି । ନୂଆ ସରକାରରେ ଚାଲେଞ୍ଜ ଥିଲେ ମଧ୍ୟ ଗୁରୁତ୍ବ ଦେଇ ସବୁ କାର୍ଯ୍ୟ କରିଥିବା ନେଇ ମନୋଜ ଆହୁଜା କହିଛନ୍ତି ।

ତେବେ ଦାୟିତ୍ବ ନେବା ପରେ ଅନୁ ଗର୍ଗ କହିଛନ୍ତି, ନୂଆ ସରକାରରେ ବଡ଼ ଦାୟିତ୍ବ ଦିଆଯାଇଛି । ରାଜ୍ୟର ଉନ୍ନତି ଏବଂ ପ୍ରଗତି ଆଣିବା ମୂଳ ଲକ୍ଷ୍ୟ । ଆମେ ନୂଆ ଭିଜନ ନେଇ କାର୍ଯ୍ୟ କରିବୁ । ସ୍ବପ୍ନର ଓଡ଼ିଶା ଗଠନ ଆମ ପାଇଁ ଚାଲେଞ୍ଜ ରହିଥିଲେ ହେଁ ଆମେ ସବୁ ମିଶି କାର୍ଯ୍ୟ କରିବୁ ବୋଲି କହିଛନ୍ତି ।

Share