Posted inଜାତୀୟ

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ କହିଛନ୍ତି। ସେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି ଏବଂ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। କେରଳର ରାଜ୍ୟ ସଭା ଏମ୍‌ପି ୮୧ ବର୍ଷ ବୟସ୍କ ଆଣ୍ଟୋନ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି ଯେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଏପ୍ରିଲ ୨ ରେ ଶେଷ ହେଉଛି । ସେ ଏହା ପରେ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚାହୁଁନାହାଁନ୍ତି। ଏ.କେ ଆଣ୍ଟୋନି ଏହା ମଧ୍ୟ କହିଛନ୍ତି ଯେ ସେ ଆଉ ଦିଲ୍ଲୀରେ ରହିବେ ନାହିଁ। ଖୁବ ଶୀଘ୍ର ସେ ଥିରୁଭାନନ୍ତପୁରମକୁ ଯିବେ। ସେ ୫୨ ବର୍ଷ ଧରି ରାଜନୀତିରେ ଅଛନ୍ତି।

୧୯୭୦ରେ ପ୍ରଥମ ଥର ପାଇଁ ସେ କେରଳର ଜଣେ ବିଧାୟକ ହୋଇଥିଲେ। ସେ କଂଗ୍ରେସ ଯୁବ ଓ ଛାତ୍ର ସଂଗଠନର ନେତା ଥିଲେ। ଆଣ୍ଟୋନି କେରଳର ତିନିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୩୭ ବର୍ଷ ବୟସରେ ସେ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହିତ ସେ ତିନିଥର କେନ୍ଦ୍ର ମନ୍ତ୍ରୀ ହୋଇଥିବାବେଳେ ୫ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଆଣ୍ଟୋନି ୧୦ ବର୍ଷ ଧରି କଂଗ୍ରେସ ସଂସଦୀୟ କମିଟିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି।

ଦଳ ମୋତେ ଅନେକ ସୁଯୋଗ ଦେଇଛି ଏବଂ ମୁଁ କଂଗ୍ରେସ ପ୍ରତି ସର୍ବଦା କୃତଜ୍ଞ ରହିବି ବୋଲି ସେ କହିଛନ୍ତି। ଏ.କେ ଆଣ୍ଟୋନିଙ୍କୁ ’ଆନ୍ଥୋନି ଅଫ କଂଗ୍ରେସ’ ମଧ୍ୟ କୁହାଯାଉଥିଲା। ସେ କେରଳ ରାଜନୀତିରେ କଂଗ୍ରେସର ପ୍ରମୁଖ ଯୋଗଦାନକାରୀ ବୋଲି ବିବେଚନା କରାଯାଏ। ସେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ।

୨୦୦୪ରେ ସେ ଦିଲ୍ଲୀ ରାଜନୀତିରେ ଯୋଗଦେବା ଆରମ୍ଭ କରିଥିଲେ। ଡକ୍ଟର ମନମୋହନ ସିଂଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri