ବିବାଦୀୟ ପରିସ୍ଥିତିରେ ଲୋକାର୍ପଣ ହେଲା ଅନ୍ତ୍ୟୋଦ୍ୱୟଯୋଜନା

ଆନନ୍ଦପୁର,୧।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆବାସୀ ମାଧ୍ୟମରେ ଅନ୍ତ୍ୟୋଦ୍ୱୟ ଯୋଜନାର ଆବାସ  ଲୋକାର୍ପଣ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ଅସୁସ୍ଥତା କାରଣରୁ ବିଡିଓ ଅନୁପସ୍ଥିତ ଥିବାବେଳେ ଏବିଡିଓ ବିଚିତ୍ର କୁମାର କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତେବେ ସରକାରୀ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାତଗଣତି ଲୋକପ୍ରତିନିଧିଙ୍କ ଉପସ୍ଥିତ ଚର୍ଚ୍ଚାକୁ ଆସିଥିଲା। ଆନନ୍ଦପୁର ବ୍ଲକ ଅଧିନରେ ୩ଗୋଟି ଜିଲା ପରିଷଦ ଜୋନ୍‌ ରହିଥିବାବେଳେ କେବଳ ୩ ନଂ ଜୋନ୍‌ ଜିଲାପରିଷଦଙ୍କ ବ୍ୟତୀତ  ଦୁଇ ଜଣ ଅନୁପସ୍ଥିତ ଥିଲେ।
ସେହିପରି ୧୮ ପଞ୍ଚାୟତ ବିଶିଷ୍ଟ ଆନନ୍ଦପୁର ବ୍ଲକରେ ହାତ ଗଣତି କେତେକ ପଞ୍ଚାୟତର ଲୋକପ୍ରତିନିଧିଙ୍କ ଛାଡିଦେଲେ ବହୁ ସଂଖ୍ୟାରେ ଲୋକ ପ୍ରତିନିଧିଙ୍କ ଅନୁପସ୍ଥିତ ପରିଲକ୍ଷିତ ହୋଇଥିଲା। ଏପରିକି ଆୟୋଜିତ ସଭାରେ ଏମ୍‌ପି ପ୍ରତିନିଧିଙ୍କ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା। ନିର୍ଦ୍ଧିଷ୍ଟ କାଠକଟା ପଞ୍ଚାୟତରେ ଜନୈକ ହିତାଧିକାରୀଙ୍କ ଚୟନକୁ ନେଇ ଏମ୍‌ପି ପ୍ରତିନିଧି ଆୟୋଜିତ ସଭାରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅକ୍ଷେପମୂଳକ ମନ୍ତବ୍ୟ ପ୍ରଦାନ କରିବା ଭଳି ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟାନିର୍ବାହୀ ଅଧିକାରୀମାନେ ଏପ୍ରିଲ୍‌ ୨ ରୁ କଲମ ଛାଡ ଅନ୍ଦୋଳନ କରିବାକୁ ନିଷ୍ପତି ନେବା ଏବଂ ଏନେଇ ବିଡିଓଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରାଯିବା ଭଳି ଘଟଣା ଆଲୋଚନାକୁ ଆସିଥିଲା। ପରିବର୍ତ୍ତୀ ସମୟରେ ଏବିଡିଓଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସେମାନଙ୍କ କଲମ ଛାଡ ଅନ୍ଦୋଳନ ନିଷ୍ପତ୍ତିିରୁ ମଧ୍ୟ ଓହରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଖୋଦ ସାଂସଦ ପ୍ରତିନିଧି ସଭାରେ ଭୁଲରେ କହିଦେଇଛି ବୋଲି କହିବା ବେଶ ଚର୍ଚ୍ଚାକୁ ଆସିଥିଲା। ବିଡିଓଙ୍କ ଅନୁପସ୍ଥିତିରେ ସଭାପରିଚାଳନା ଦାୟିତ୍ୱ ତୁଲାଇଥିବା ଏବିଡିଓ ବିଚିତ୍ର କୁମାର କରଙ୍କୁ ପଚାରାଯିବାରେ ଘଟଣାର ସତ୍ୟତା  ଥିବା ସ୍ବୀକାର କରିଥିଲେ।
ସୂଚନାଯୋ୍ଯଯ, ଆନନ୍ଦପୁର ବ୍ଲକ କାଠକଟା ପଂଚାୟତ ଚମ୍ପା ଜେନା ନାମକ ଜଣେ ହିତାଧିକାରୀଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯାଇଥିଲା। ଚମ୍ପା ପାରାଲାଇଜ ରୋଗୀ ଭାବେ ଜୀବନ ଧାରଣ କରିଆସୁଥିବାବେଳେ ଅସହାୟ ଅବସ୍ଥାରେ ଜୀବନ ଯାପନ କରିଆସୁଥିଲେ। ପଞ୍ଚାୟତର କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଚମ୍ପାଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ଆବାସ ହିତାଧିକାରୀ ଭାବେ ଚୟନ କରିଥିଲେ। ଯାହାକୁ ଏମ୍‌ପି ପ୍ରତିନିଧି ବିରୋଧ କରିଥିଲେ। ପୂର୍ବରୁ ତାଙ୍କ ପରିବାରକୁ ଆବାସ ଯୋଜନାରେ ଗୃହ ଦିଆଯାଇଥିବା ଦାବି କରି ଏମ୍‌ପତ ପ୍ରତିନିଧି ଚମ୍ପାଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଦାବି କରିବାରୁ ଘଟଣାକୁ ନେଇ ବ୍ଲକ ବିଡିଓ ଏବଂ ଏବିଡିଓ ତଦନ୍ତ କରି ହିତାଧିକାରୀଙ୍କ ଚୟନକୁ ଭ୍ୟାଲିଡ ବୋଲି ଦର୍ଶାଇଥିଲେ। ଫଳରେ ଚମ୍ପାଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯାଇଥିଲା। ଏହା ସତ୍ତ୍ୱେ ଏମ୍‌ପି ପ୍ରତିନିଧି ହିତାଧିକାରୀଙ୍କ ଚୟନକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୋଷାରୋପ କରିବା ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିଲା। ତେବେ ଆୟୋଜିତ ସଭାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେବା ପରବର୍ତ୍ତୀ ସମୟରେ ଭୁଲ ହୋଇଯାଇଛି ବୋଲି କହିବା ଘଟଣା ସମ୍ପର୍କରେ ଏମ୍‌ପି ପ୍ରତିନିଧି ଟୁକୁନା ମହାନ୍ତଙ୍କୁ ପଚାରାଯିବାରେ କ୍ଷମା ମାଗିବା ଘଟଣାକୁ ଅସ୍ବିକାର କରିଥିଲେ। ଏପରିକି ସରକାରୀ ଗାଇଡଲାଇନ୍‌ ଆନୁଯାୟୀ ହିତାଧିକାରୀ ଚୟନ ହେବା ଆବଶ୍ୟକ ବୋଲି କହିଥିବା ପ୍ରକାଶ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?