ବିବାଦୀୟ ପରିସ୍ଥିତିରେ ଲୋକାର୍ପଣ ହେଲା ଅନ୍ତ୍ୟୋଦ୍ୱୟଯୋଜନା

ଆନନ୍ଦପୁର,୧।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆବାସୀ ମାଧ୍ୟମରେ ଅନ୍ତ୍ୟୋଦ୍ୱୟ ଯୋଜନାର ଆବାସ  ଲୋକାର୍ପଣ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ପର୍ବରେ ଅସୁସ୍ଥତା କାରଣରୁ ବିଡିଓ ଅନୁପସ୍ଥିତ ଥିବାବେଳେ ଏବିଡିଓ ବିଚିତ୍ର କୁମାର କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତେବେ ସରକାରୀ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାତଗଣତି ଲୋକପ୍ରତିନିଧିଙ୍କ ଉପସ୍ଥିତ ଚର୍ଚ୍ଚାକୁ ଆସିଥିଲା। ଆନନ୍ଦପୁର ବ୍ଲକ ଅଧିନରେ ୩ଗୋଟି ଜିଲା ପରିଷଦ ଜୋନ୍‌ ରହିଥିବାବେଳେ କେବଳ ୩ ନଂ ଜୋନ୍‌ ଜିଲାପରିଷଦଙ୍କ ବ୍ୟତୀତ  ଦୁଇ ଜଣ ଅନୁପସ୍ଥିତ ଥିଲେ।
ସେହିପରି ୧୮ ପଞ୍ଚାୟତ ବିଶିଷ୍ଟ ଆନନ୍ଦପୁର ବ୍ଲକରେ ହାତ ଗଣତି କେତେକ ପଞ୍ଚାୟତର ଲୋକପ୍ରତିନିଧିଙ୍କ ଛାଡିଦେଲେ ବହୁ ସଂଖ୍ୟାରେ ଲୋକ ପ୍ରତିନିଧିଙ୍କ ଅନୁପସ୍ଥିତ ପରିଲକ୍ଷିତ ହୋଇଥିଲା। ଏପରିକି ଆୟୋଜିତ ସଭାରେ ଏମ୍‌ପି ପ୍ରତିନିଧିଙ୍କ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା। ନିର୍ଦ୍ଧିଷ୍ଟ କାଠକଟା ପଞ୍ଚାୟତରେ ଜନୈକ ହିତାଧିକାରୀଙ୍କ ଚୟନକୁ ନେଇ ଏମ୍‌ପି ପ୍ରତିନିଧି ଆୟୋଜିତ ସଭାରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅକ୍ଷେପମୂଳକ ମନ୍ତବ୍ୟ ପ୍ରଦାନ କରିବା ଭଳି ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟାନିର୍ବାହୀ ଅଧିକାରୀମାନେ ଏପ୍ରିଲ୍‌ ୨ ରୁ କଲମ ଛାଡ ଅନ୍ଦୋଳନ କରିବାକୁ ନିଷ୍ପତି ନେବା ଏବଂ ଏନେଇ ବିଡିଓଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରାଯିବା ଭଳି ଘଟଣା ଆଲୋଚନାକୁ ଆସିଥିଲା। ପରିବର୍ତ୍ତୀ ସମୟରେ ଏବିଡିଓଙ୍କ ହସ୍ତକ୍ଷେପ ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସେମାନଙ୍କ କଲମ ଛାଡ ଅନ୍ଦୋଳନ ନିଷ୍ପତ୍ତିିରୁ ମଧ୍ୟ ଓହରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଖୋଦ ସାଂସଦ ପ୍ରତିନିଧି ସଭାରେ ଭୁଲରେ କହିଦେଇଛି ବୋଲି କହିବା ବେଶ ଚର୍ଚ୍ଚାକୁ ଆସିଥିଲା। ବିଡିଓଙ୍କ ଅନୁପସ୍ଥିତିରେ ସଭାପରିଚାଳନା ଦାୟିତ୍ୱ ତୁଲାଇଥିବା ଏବିଡିଓ ବିଚିତ୍ର କୁମାର କରଙ୍କୁ ପଚାରାଯିବାରେ ଘଟଣାର ସତ୍ୟତା  ଥିବା ସ୍ବୀକାର କରିଥିଲେ।
ସୂଚନାଯୋ୍ଯଯ, ଆନନ୍ଦପୁର ବ୍ଲକ କାଠକଟା ପଂଚାୟତ ଚମ୍ପା ଜେନା ନାମକ ଜଣେ ହିତାଧିକାରୀଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯାଇଥିଲା। ଚମ୍ପା ପାରାଲାଇଜ ରୋଗୀ ଭାବେ ଜୀବନ ଧାରଣ କରିଆସୁଥିବାବେଳେ ଅସହାୟ ଅବସ୍ଥାରେ ଜୀବନ ଯାପନ କରିଆସୁଥିଲେ। ପଞ୍ଚାୟତର କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଚମ୍ପାଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ଆବାସ ହିତାଧିକାରୀ ଭାବେ ଚୟନ କରିଥିଲେ। ଯାହାକୁ ଏମ୍‌ପି ପ୍ରତିନିଧି ବିରୋଧ କରିଥିଲେ। ପୂର୍ବରୁ ତାଙ୍କ ପରିବାରକୁ ଆବାସ ଯୋଜନାରେ ଗୃହ ଦିଆଯାଇଥିବା ଦାବି କରି ଏମ୍‌ପତ ପ୍ରତିନିଧି ଚମ୍ପାଙ୍କୁ ଅଯୋଗ୍ୟ ହିତାଧିକାରୀ ଭାବେ ଦାବି କରିବାରୁ ଘଟଣାକୁ ନେଇ ବ୍ଲକ ବିଡିଓ ଏବଂ ଏବିଡିଓ ତଦନ୍ତ କରି ହିତାଧିକାରୀଙ୍କ ଚୟନକୁ ଭ୍ୟାଲିଡ ବୋଲି ଦର୍ଶାଇଥିଲେ। ଫଳରେ ଚମ୍ପାଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯାଇଥିଲା। ଏହା ସତ୍ତ୍ୱେ ଏମ୍‌ପି ପ୍ରତିନିଧି ହିତାଧିକାରୀଙ୍କ ଚୟନକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୋଷାରୋପ କରିବା ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିଲା। ତେବେ ଆୟୋଜିତ ସଭାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେବା ପରବର୍ତ୍ତୀ ସମୟରେ ଭୁଲ ହୋଇଯାଇଛି ବୋଲି କହିବା ଘଟଣା ସମ୍ପର୍କରେ ଏମ୍‌ପି ପ୍ରତିନିଧି ଟୁକୁନା ମହାନ୍ତଙ୍କୁ ପଚାରାଯିବାରେ କ୍ଷମା ମାଗିବା ଘଟଣାକୁ ଅସ୍ବିକାର କରିଥିଲେ। ଏପରିକି ସରକାରୀ ଗାଇଡଲାଇନ୍‌ ଆନୁଯାୟୀ ହିତାଧିକାରୀ ଚୟନ ହେବା ଆବଶ୍ୟକ ବୋଲି କହିଥିବା ପ୍ରକାଶ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri