ପ୍ରତିରୋଧକ ଶକ୍ତି ବଢ଼ାଇବ ‘ଆଣ୍ଟି କରୋନା ଟି’

ଓ୍ବାରାଙ୍ଗାଲ,୨୨।୭: ସାରା ଦେଶରେ ମହାମାରୀ କରୋନା ସଙ୍କଟ ଦିନକୁ ଦିନ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। କରୋନା କାଳରେ ଯେଉଁଠି ଲୋକମାନେ ରାସ୍ତା ଉପରେ ଥିବା ଠେଲା ଦୋକନକୁ ଯିବା ପାଇଁ କି ସେଠାରୁ କିଛି ଖାଇବାକୁ ଡରୁଛନ୍ତି। ସେଇଠି ତେଲେଙ୍ଗାନାର ଓ୍ବାରାଙ୍ଗାଲରେ ଏକ ଚା’ ଦୋକାନରେ ଦିନସାରା ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ଓ୍ବାରାଙ୍ଗାଲରେ ଶିବ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ଚା’ ବିକ୍ରି କରନ୍ତି। ତାଙ୍କ ଚା’ ଅନ୍ୟ ଦୋକାନଠାରୁ ପୁରା ଭିନ୍ନ। କାରଣ ସେ ତିଆରି କରୁଥିବା ଚା’ରେ ଅଦା, ଗୋଲମରିଚ ଗୁଣ୍ଡ, ଡାଲଚିନି ଗୁଣ୍ଡ ଆଦି ମିଶାଇ ଏହାକୁ ତିଆରି କରିଥାନ୍ତି। ଯାହା ପ୍ରାକୃତିକ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ସେ ଏହି ଚା’କୁ ‘ଆଣ୍ଟି କରୋନା ଟି’ ନାମରେ ନାମିତ କରିଛନ୍ତି। ଯାହା ଏବେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏନେଇ ଜଣେ ଗ୍ରାହକଙ୍କ କହିବା କଥା ଚା’ରେ ବ୍ୟବହୃତ ହେଉଥିବା ଉପାଦାନଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ କରୋନା ଭାଇରସ୍‌ ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଅନ୍ୟପଟେ ଶିବଙ୍କ ଏହି ଚା’ ଏବେ ପପୁଲାର ହେବା ସହ ବେଶ୍‌ ଚର୍ଚ୍ଚା ସାଉଁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଟ୍‌ କ୍ଲବ୍‌ରେ ରାହୁଲ ଗାନ୍ଧୀ: ଭିଡିଓ ଶେୟାର କରି ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୩।୫: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜିକାଲି ବ୍ୟକ୍ତିଗତ ଭାବେ ନେପାଳ ଗସ୍ତରେ ଅଛନ୍ତି। ରାହୁଲଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ...

୭ ରାଜ୍ୟ ପାଲଟିଛି କରୋନା ହଟସ୍ପଟ୍‌: ଦେଶର ଜିଡ଼ିପିରେ ରହିଛି ଅଧିକ ଯୋଗଦାନ

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ଥମିବାର ନାଁ ଧରୁନି। ବିଶେଷଜ୍ଞଙ୍କ ଅନୁସାରେ ସଂକ୍ରମଣ ଶୀର୍ଷ ଛୁଇଁବା ପରେ କମିବ। ଏଥିପାଇଁ ଆଉ କିଛି ସପ୍ତାହ ସମୟ ଲାଗିବ...

ଯେଉଁ ଦେଶରେ ସର୍ବସମ୍ମୁଖରେ ହାତୀକୁ ଦିଆଯାଇଥିଲା ଫାଶୀ

କୌଣସି ଗୁରୁତର ଅପରାଧ ପାଇଁ ମଣିଷକୁ ଫାଶୀ ଦିଆଯିବା କଥା ସମସ୍ତେ ଶୁଣିଥିବେ। ହେଲେ ହାତୀକୁ ଫାଶୀ ଦିଆଯିବା କଥା ଶୁଣିଲେ ଟିକେ ଅଡୁଆ ଲାଗେ।...

ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ...

ଡମ୍ପିଂୟାର୍ଡରୁ ୮୦ ଲକ୍ଷ ଟଙ୍କାରେ ବିମାନ କିଣି ସେଥିରେ ଖର୍ଚ୍ଚ କଲେ ଆଉ ୧୫ ଲକ୍ଷ, କାରଣ ଜାଣିଲେ…

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ। ଏମିତି କି କିଏ ଦାମୀ ଘର କିଣିବାକୁ ପସନ୍ଦ କରନ୍ତି ତ ଆଉ କିଏ ଦାମୀ ଗାଡ଼ି...

ଭୂତ ବାହାଘର

ପ୍ରତି ଦେଶ, ଧର୍ମ, ସମୁଦାୟର ନିଜ ନିଜର ପ୍ରଥା, ପରମ୍ପରା ଓ ଲୋକ ମାନ୍ୟତା ଥାଏ। ଆଉ ତାକୁ ସମସ୍ତେ ବେଶ୍‌ ଆଗ୍ରହ ଓ ଉତ୍ସାହର...

ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ: କୃଷକ ନେତା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କୃଷକ ସଂଘ (ବି.କେ.ୟୁ) ନେତା ରାକେଶ ଟିକାଏତ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଜାନୁଆରୀ ୨୬ରେ ସାରା ଦେଶରେ ଟ୍ରାକ୍ଟର ମାର୍ଚ୍ଚ...

୨୦୨୫ ସୁଦ୍ଧା ଦେଶବ୍ୟାପୀ ସ୍ଥାପନ ହେବ ଡୋପଲର ପାଣିପାଗ ରାଡାର…

ନୂଆଦିଲ୍ଲୀ,୧୬।୧ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଗତ ଆଠରୁ ନଅ ବର୍ଷ ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନର ସଠିକତା ପ୍ରାୟ ୪୦...

Advertisement
Archives

Model This Week