ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…

ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି ଅଧିକାର ରହିଛି। ଇରାନୀଙ୍କ କହିବାନୁସାରେ, ତାଙ୍କର ଯୋଜନା ହେଉଛି ତାଙ୍କ ଦେଶର ପତାକା ଉତ୍ତୋଳନ କରିବା ଏବଂ ସାମରିକ ଏବଂ ବୈଜ୍ଞାନିକ ଗବେଷଣା କାର୍ଯ୍ୟ କରିବା। ଇରାନ ଏହା ମଧ୍ୟ କହିଛି ଦକ୍ଷିଣ ଗୋଲାର୍ଦ୍ଧରେ ନୌସେନା ଭିତ୍ତିଭୂମି ନିର୍ମାଣ ପାଇଁ ଆମେ ପ୍ରସ୍ତୁତ ହେଊଛୁ। ଏହି ସମୟରେ ପ୍ରଶ୍ନ ଉଠିଛି ତେହେରାନ ଆଣ୍ଟାର୍କଟିକାକୁ କାହିଁକି ଦାବି କରୁଛି ଏବଂ ବିଶ୍ୱ ସଙ୍କଟ ଉପରେ ଏହାର କି ପ୍ରଭାବ ପଡ଼ିବ?

ଆଣ୍ଟାର୍କଟିକା ହେଉଛି ଦକ୍ଷିଣରେ ଥିବା ବିଶ୍ୱର ପଞ୍ଚମ ବୃହତ୍ତମ ମହାଦ୍ୱୀପ । ସମୟ ସହିତ ଅନେକ ଦେଶ ଆଣ୍ଟାର୍କଟିକାକୁ ଅଭିଯାନ ଚଳାଇ ନିଜର ଅଞ୍ଚଳ ଦାବି କରିଛନ୍ତି। କିନ୍ତୁ, ୧ ଡିସେମ୍ବର ୧୯୫୯ ରେ, ଏକ ଡଜନ ଦେଶ ଆଣ୍ଟାର୍କଟିକ ଚୁକ୍ତି ସ୍ବାକ୍ଷର କରିଥିଲେ। ମହାଦ୍ୱୀପରେ ବିବାଦକୁ ରୋକିବା ପାଇଁ ପରିକଳ୍ପିତ ଏହି ଚୁକ୍ତି ସମ୍ବନ୍ଧରେ ୱାଶିଂଟନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଏହି ଆଣ୍ଟାର୍କଟିକ ଚୁକ୍ତିରେ ସ୍ବାକ୍ଷର କରିଥିବା ଦେଶଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ବ୍ରିଟେନ, ଚିଲି, ଫ୍ରାନ୍ସ, ଜାପାନ, ନ୍ୟୁଜିଲାଣ୍ଡ, ନରୱେ, ଦକ୍ଷିଣ ଆଫ୍ରିକା, ଆମେରିକା ଏବଂ ସୋଭିଏତ ୟୁନିଅନ (ବର୍ତ୍ତମାନ ରୁଷିଆ) ଅନ୍ତର୍ଭୁକ୍ତ ଥିଲେ।

ଯଦିଓ ଏହି ଚୁକ୍ତିରେ ଆଞ୍ଚଳିକ ସାର୍ବଭୌମତ୍ୱ ଦାବିକୁ ସମାଧାନ କରାଯାଇ ନ ଥିଲା, ତଥାପି ଏହା ଦେଶମାନଙ୍କୁ ସାମରିକ ବେସ ନିର୍ମାଣ, ଅସ୍ତ୍ରଶସ୍ତ୍ର ପରୀକ୍ଷା ଏବଂ ଆଣ୍ଟାର୍କଟିକାରେ ରେଡିଓଆକ୍ଟିଭ ବର୍ଜ୍ୟବସ୍ତୁ ପକାଇବାକୁ ବାରଣ କରିଥିଲା। ଏହି ଚୁକ୍ତିର ଏକ ବିଶେଷ ବୈଶିଷ୍ଟ୍ୟ ଥିଲା ଏହାର ଶେଷ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନ ଥିଲା। ଏହା ପରିବର୍ତ୍ତେ, ୩୦ ବର୍ଷ ମଧ୍ୟରେ ଏକ ସମ୍ଭାବ୍ୟ ସମୀକ୍ଷା ପାଇଁ କୁହାଯାଇଥିଲା। ୧୯୯୧ ରେ, ଦେଶଗୁଡିକ ଏହି ଚୁକ୍ତିନାମା ପାଇଁ ଏକ ପ୍ରୋଟୋକଲ ସ୍ବାକ୍ଷର କରିଥିଲେ। ଏହି ପ୍ରୋଟୋକଲ ଅନୁଯାୟୀ ଆଣ୍ଟାର୍କଟିକାରେ ଖଣିଜ ଏବଂ ତୈଳ ଅନୁସନ୍ଧାନକୁ ପାଞ୍ଚ ଦଶନ୍ଧି ପର୍ଯ୍ୟନ୍ତ ନିଷେଧ କରାଯାଇଥିଲା।

ଖବର ଅନୁଯାୟୀ, ଇରାନର ନୌସେନାର ସେନାଧ୍ୟକ୍ଷ ରିୟର ଆଡମିରାଲ ଶାହରାମ ଇରାନୀ କହିଛନ୍ତି ସେ ଆଣ୍ଟାର୍କଟିକାରେ ଇରାନ ପତାକା ଉତ୍ତୋଳନ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ପ୍ରଥମେ ଏକ ଅନୁସନ୍ଧାନକାରୀ ଦଳ ପଠାଯିବ। ପରିବେଶ ଅଧ୍ୟୟନ ପାଇଁ ଏକ ଗୋଷ୍ଠୀ ପଠାଇବାକୁ ପ୍ରୟାସ କରାଯାଉଛି।

ଇରାନର ଏହି ଦାବିକୁ ନେଇ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହା ଏକ ଚିନ୍ତାର ବିଷୟ। ସେମାନଙ୍କ କହିବାନୁସାରେ, ଆଣ୍ଟାର୍କଟିକା ସମ୍ବନ୍ଧରେ ଇରାନର ଭବିଷ୍ୟତ ଯୋଜନା କେବଳ ବହୁପକ୍ଷୀୟ ସମ୍ମିଳନୀକୁ ଉଲ୍ଲଂଘନ କରିବ ନାହିଁ ବରଂ ଏହାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବାରେ ମଧ୍ୟ ସହାୟକ ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ତେହେରାନ ବିସ୍ତାର ହେଲେ ଏହା ନିୟମ ଆଧାରିତ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ।

 

https://twitter.com/TheFlatEartherr/status/1756923034680570275?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1756923034680570275%7Ctwgr%5E716caa11e58175bfa59d1321d6222ba74f5386b4%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fworld%2Firan-claimed-antarctica-planning-building-naval-base-global-tension%2F586383%2F

 

 


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri