ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହତ ଛାତ୍ରଙ୍କ ବଡ଼ବାପା । ଆହତ ଜଣକ ହେଲେ କୋଲନରା ବ୍ଲକ ଥେରୁବାଲି ଡିପି କ୍ୟାମ୍ପ ଅଂଚଳର କାମଦେବ ଗୌଡ଼ଙ୍କ ପୁତୁରା ତଥା ତାଙ୍କ ସାନ ଭାଇ ସ୍ୱର୍ଗତ ଉଦ୍ଧବ ଗୌଡ଼ଙ୍କ ମନୋଜ ଗୌଡ଼(୧୬) ।

କାମଦେବଙ୍କ ଲିଖିତ ଅଭିଯୋଗ ଅନୁସାରେ ମନୋଜ ସରକାରୀ ଆଇଟିଆଇରେ ୱେଲଡର ଟ୍ରେଡ଼ରେ ପଢ଼ୁଛନ୍ତି । ତେବେ ସେଠାରେ ପଢ଼ୁଥିବା ଜଣେ ଛାତ୍ର ଭୁବନ ଲିମା କାମଦେବଙ୍କ ପୁତୁରା ମନୋଜଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ମାରି ରକ୍ତାକ୍ତ କରିଦେଇଥିବା ନେଇ ଅଭିଯୋଗ ହୋଇଛି । ମନୋଜ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ପୁତୁରା ଆହତ ହୋଇଥିବା ନେଇ କାମଦେବ ଖବର ପାଇବା ପରେ ଗ୍ରାମବାସୀଙ୍କ ସହିତ ଆସି ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁତୁରା ମନୋଜକୁ ଭେଟିଥିଲେ । ପୁତୁରା ଓ ସହପାଠୀମାନଙ୍କ ଠାରୁ ବିଷୟ ବୁଝିବା ପରେ ଏନେଇ କାମଦେବ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share