ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ: କହିଲେ ନବୀନଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର,୮।୪: ଓ୍ବକ୍‌ଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳର ଅଧେ ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି। ଅନ୍ୟପକ୍ଷେ ପାଣ୍ଡିଆନଙ୍କ ସପକ୍ଷରେ ପୋଷ୍ଟ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା। ଯାହା ସବୁ ହେଉଛି ଦଳ ପାଇଁ କ୍ଷତିକାରକ, ଏହାର ଯବନିକା ପଡ଼ିବା ଉଚିତ। ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କୁ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି। ଶୀଘ୍ର ସଭାପତି ଏହା ଉପରେ ପୂର୍ଣ୍ଣଛେଦ ପକାଇବା ଉଚିତ। ଅଧିକ ବିଳମ୍ବ କରିବା ଠିକ ହେଉନି ବୋଲି ପଦ୍ମନାଭ କହିଛନ୍ତି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି। ରାଜ୍ୟ ସଭା ଏମ୍‌ପି ମୁନା ଖାନ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ଭେଟିଛନ୍ତି। ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ହେବ ସୁପ୍ରିମୋ କହିଥିବା ସେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଗଣେଶ୍ୱର ବେହେରା, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ଘଡେଇ ଆଦି ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ସେମାନେ ଦଳରେ କାହାର ପତିଆରା ଚାଲିଛି ତାହା ପ୍ରକାଶ କରିବା ସହିତ ନବୀନଙ୍କୁ ସାମ୍ନାକୁ ଆସିବାକୁ କହିଛନ୍ତି।

ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସପକ୍ଷ ଆସିଛନ୍ତି ରାଜ୍ୟସଭା ଏମ୍‌ପି ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ଏବଂ ସୁଭାଶିଷ ଖୁଣ୍ଟିଆ, ସୁବାଷ ସିଂହ। ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଛନ୍ତି ଏମ୍‌ପି ନିରଞ୍ଜନ ବିଶି। ଦେବାଶିଷଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ବୋଲି ସେ ଲେଖିଛନ୍ତି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କରିଥିବା ସେ କହିଛନ୍ତି।

ସେହିପରି ଦେବାଶିଷଙ୍କ ମନ୍ତବ୍ୟକୁ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ରାଜନୀତିରୁ ୧୦ ମାସ ହେଲା ଅବସର ନେଇ ସାରିଛନ୍ତି ପାଣ୍ଡିଆନ। କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଛନ୍ତି। ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସେ ଉଲ୍ଳେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri