ବ୍ୟାଙ୍କରେ ପୁଣି ୧୪ ଶହ କୋଟିର ଠକେଇ;ସିବିଆଇର ତନାଘନା

ନୂଆଦିଲ୍ଲୀ: ବ୍ୟାଙ୍କରେ ଦିନକୁ ଦିନ ଠକେଇ ଘଟଣା ବଢ଼ି ଚାଲିଛି। ଲକ୍‌ଡାଉନରେ ମଧ୍ୟ ଠକେଇ ମାମଲା ସାମ୍ନାକୁ ଆସିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୨୦ହଜାର ଠକେଇ ଘଟଣା ରବିବାର ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଥିଲା। ସୋମବାର ବ୍ୟାଙ୍କରେ ଆଉ ଏକ ବଡ ଠକେଇ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ଭିତ୍ତିକ ଡେରୀ ଫାର୍ମ କ୍ୱାଲିଟି ଲିମିଟେଡ୍‌ କନସୋର୍ଟିଅମ ବ୍ୟାଙ୍କଗୁଡିକୁ ୧୪୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛିା ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦେଶର ୮ ସ୍ଥାନରେ ଚଢାଉ କରିଥିବା ଜଣେ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।
କ୍ୱାଲିଟି ଲିମିଟେଡ୍‌ ଏବଂ ଏହାର ନିର୍ଦ୍ଦେଶକ ସଞ୍ଜୟ ଢିଙ୍ଗ୍ରା, ସିଦ୍ଧାନ୍ତ ଗୁପ୍ତା, ଅରୁଣ ଶ୍ରୀବାସ୍ତବଙ୍କ ସମେତ ଅନ୍ୟ କେତେଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ବ୍ୟକ୍ତିବିଶେଷ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ନେତୃତ୍ୱାଧୀନ କନର୍ସୋଟିୟମ ବ୍ୟାଙ୍କ ଯଥା: କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଆନ୍ଧ୍ର ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ, ଆଇଡିବିଆଇ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଧନଲକ୍ଷ୍ମୀ ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କକୁ ପ୍ରାୟ ୧୪୦୦.୬୨ କୋଟି ଟଙ୍କା ଠକେଇ କରିଥିବା ସିବିଆଇ ମୁଖପାତ୍ର ଆର୍‌.କେ. ଗୌର ସୂଚନା ଦେଇଛନ୍ତି।
ଅଭିଯୋଗ ମୁତାବକ ଏମାନେ ବ୍ୟାଙ୍କରୁ ଋଣ ଲାଭ କରିବା ଲାଗି ମିଥ୍ୟା ଦସ୍ତାବିଜ, ରସିଦ, ଜାଲ୍‌ ଆକାଉଣ୍ଟ ବୁକ୍‌ସ, ନକଲି ସମ୍ପତ୍ତି ଏବଂ ଲାଏବିଲିଟି ସୃଷ୍ଟି କରିଥିଲେ। ବ୍ୟାଙ୍କରୁ ଲାଭ କରିଥିବା ଅର୍ଥକୁ ଅନ୍ୟତ୍ର ପଠାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ମାମଲାରେ ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ପ୍ରାୟ ୮ଟି ସ୍ଥାନରେ ସିବିଆଇ ସର୍ଚ୍ଚ ଅପରେଶନ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri