ବ୍ୟାଙ୍କରେ ପୁଣି ୧୪ ଶହ କୋଟିର ଠକେଇ;ସିବିଆଇର ତନାଘନା

ନୂଆଦିଲ୍ଲୀ: ବ୍ୟାଙ୍କରେ ଦିନକୁ ଦିନ ଠକେଇ ଘଟଣା ବଢ଼ି ଚାଲିଛି। ଲକ୍‌ଡାଉନରେ ମଧ୍ୟ ଠକେଇ ମାମଲା ସାମ୍ନାକୁ ଆସିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୨୦ହଜାର ଠକେଇ ଘଟଣା ରବିବାର ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଥିଲା। ସୋମବାର ବ୍ୟାଙ୍କରେ ଆଉ ଏକ ବଡ ଠକେଇ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ଭିତ୍ତିକ ଡେରୀ ଫାର୍ମ କ୍ୱାଲିଟି ଲିମିଟେଡ୍‌ କନସୋର୍ଟିଅମ ବ୍ୟାଙ୍କଗୁଡିକୁ ୧୪୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛିା ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦେଶର ୮ ସ୍ଥାନରେ ଚଢାଉ କରିଥିବା ଜଣେ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।
କ୍ୱାଲିଟି ଲିମିଟେଡ୍‌ ଏବଂ ଏହାର ନିର୍ଦ୍ଦେଶକ ସଞ୍ଜୟ ଢିଙ୍ଗ୍ରା, ସିଦ୍ଧାନ୍ତ ଗୁପ୍ତା, ଅରୁଣ ଶ୍ରୀବାସ୍ତବଙ୍କ ସମେତ ଅନ୍ୟ କେତେଜଣ ବ୍ୟକ୍ତିବିଶେଷଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ବ୍ୟକ୍ତିବିଶେଷ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ନେତୃତ୍ୱାଧୀନ କନର୍ସୋଟିୟମ ବ୍ୟାଙ୍କ ଯଥା: କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ଆନ୍ଧ୍ର ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ, ଆଇଡିବିଆଇ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଧନଲକ୍ଷ୍ମୀ ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କକୁ ପ୍ରାୟ ୧୪୦୦.୬୨ କୋଟି ଟଙ୍କା ଠକେଇ କରିଥିବା ସିବିଆଇ ମୁଖପାତ୍ର ଆର୍‌.କେ. ଗୌର ସୂଚନା ଦେଇଛନ୍ତି।
ଅଭିଯୋଗ ମୁତାବକ ଏମାନେ ବ୍ୟାଙ୍କରୁ ଋଣ ଲାଭ କରିବା ଲାଗି ମିଥ୍ୟା ଦସ୍ତାବିଜ, ରସିଦ, ଜାଲ୍‌ ଆକାଉଣ୍ଟ ବୁକ୍‌ସ, ନକଲି ସମ୍ପତ୍ତି ଏବଂ ଲାଏବିଲିଟି ସୃଷ୍ଟି କରିଥିଲେ। ବ୍ୟାଙ୍କରୁ ଲାଭ କରିଥିବା ଅର୍ଥକୁ ଅନ୍ୟତ୍ର ପଠାଇ ଦିଆଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ମାମଲାରେ ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ପ୍ରାୟ ୮ଟି ସ୍ଥାନରେ ସିବିଆଇ ସର୍ଚ୍ଚ ଅପରେଶନ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ ଟ୍ରେଣ୍ଡରେ ଦିଭମଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ,୮।୧୦: ଉଦୀୟମାନ ଯୁବ କଳାକାର ଦିଭମ ଜୁନେଜା ଗୁଗଲ ଟ୍ରେଣ୍ଡରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏପରିକି ସେ ଗୁଗଲ ଟ୍ରେଣ୍ଡରେ ଦେଶର ପ୍ରମୁଖ...

‘ପ୍ରତି ଜିଲାରେ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ’

ଭୁବନେଶ୍ୱର,୨୯।୮: ରାଜ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ) ସ୍ଥାପନ ନିମନ୍ତେ ଥିବା ଭିତ୍ତିଭୂମିକୁ ଆଧାର କରି ଓଡ଼ିଶା ସରକାର ପ୍ରତି ଜିଲାରେ ଏମ୍‌ଏସ୍‌ଏମ୍‌ଇ...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

ଏସ୍‌ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ...

ଶିଳ୍ପ ଶ୍ରମିକଙ୍କ ନୂଆ ଖାଉଟି ମୂଲ୍ୟ ସୂଚୀ ସିରିଜ

ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର...

୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍‌ଲାଇନ୍‌ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍‌ ଏହାର ୟୁଜରମାନଙ୍କ ପାଇଁ...

ଗୋଟିଏ ଦିନରେ ଟଙ୍କା ୧୧୩ ପଇସା ଖସିଲା

ମୁମ୍ବାଇ,୬-୮: ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ସୁବିଧା ପ୍ରତ୍ୟାହାର ପ୍ରଭାବ ଦେଶର ମୁଦ୍ରା ବଜାରରେ ପଡିଛି। ସୋମବାର ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୧୧୩ ପଇସା ହ୍ରାସ ପାଇଛି,...

ନୀରବ ମୋଦିଙ୍କ ପ୍ରତ୍ୟପଣ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ,୧୨।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩,୦୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତି ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲା ଲଣ୍ଡନରେ ଶୀଘ୍ର ଆରମ୍ଭ...

Advertisement
Archives

Model This Week