ଓସିଏସ୍‌ ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)-୨୦୨୦ ପରୀକ୍ଷାରୁ ବଞ୍ଚତ୍ତ ଆଶାୟୀଙ୍କ ପାଇଁ ଖୁସି ଖବର। ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। ଯେଉଁ ଛାତ୍ରୀଛାତ୍ରମାନେ ଓସିଏସ୍‌-୨୦୧୮ କିମ୍ବା ଓସିଏସ୍‌-୨୦୧୯ ପରୀକ୍ଷା ଦେଇଛନ୍ତି, କିନ୍ତୁ ବୟସ ସୀମା ଯୋଗୁ ଓସିଏସ୍‌-୨୦୨୦ ପରୀକ୍ଷା ଦେଇପାରି ନାହାନ୍ତି, ସେମାନଙ୍କୁ ଓସିଏସ୍‌- ୨୦୨୦ ପରୀକ୍ଷା ଦେବା ଲାଗି ସୁଯୋଗ ମିଳିବ। ୟୁପିଏସ୍‌ସି ପାର୍ଟନରେ ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷା ହେବାପରେ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଏଭଳି ସୁବିଧା ଯୋଗାଇ ଦିଆଯାଇଥିଲା। ତେବେ ପରୀକ୍ଷାର୍ଥୀଙ୍କ ଅନୁରୋଧକ୍ରମେ ପୁଣି ସରକାର ଏପରି ସୁଯୋଗ ଦେଇଛନ୍ତି।