Posted inରାଜ୍ୟ

୨୫ରେ ଆଉ ଏକ ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା

ଭୁବନେଶ୍ୱର,୨୨ା୮: ଆସନ୍ତା ୨୫ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସେହିପରି ଶୁକ୍ରବାର ଏବଂ ଶନିବାର ବଜ୍ରପାତ ଆଶଙ୍କାରେ ୨୦ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!

ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା…

ଛାଡପତ୍ର ପରେ ଅନୁଭବଙ୍କୁ ପାନେ ଦେଲେ ବର୍ଷା, ଯୌତୁକ ପାଇଁ …

ଭୁବନେଶ୍ୱର,୩୦।୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢିଛି । ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…

ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ…

Featured Video Play Icon

‘ପାଠ ନ ପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍: ବି-ଏଡ଼୍ ବିଭାଗର ପ୍ରିନ୍ସପାଲ…

ଉତ୍କଳ ବିଶ୍ବଦିଦୟାଳୟ ‘ପାଠ ନପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍ । ଏମିତି କିଛି ଅଭିଯୋଗ ଉତ୍କଳ ବିଶ୍ବବିଦ୍ୟାଳୟ ବି-ଏଡ଼୍ ବିଭାଗର ପ୍ରିନ୍ସପାଲ ସରୋଜ ସାହୁଙ୍କ…

Featured Video Play Icon

ମହାତ୍ମା ଗାନ୍ଧୀ: ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା

ସତ୍ୟ ଓ ଅହିଂସାର ଶକ୍ତିରେ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଅତି ସରଳ। ତାଙ୍କ ହାତରେ ନା ଥିଲା ଅସ୍ତ୍ର,…

ମହୁଲରୁ ହେବ ମୃଦୁପାନୀୟ, ଏନ୍‌ଆଇଟି-ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ

ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ…

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri