Posted inଜାତୀୟ

ମଣିପୁରରେ ପୁଣି ହିଂସାକାଣ୍ଡ: ୨ ମୃତ, ୫୦ ଆହତ

ଗୁଆହାଟୀ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳୁ ପେଲଲ ସହରରେ ଆସାମ ରାଇଫଲ୍ସର ଯବାନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଅଞ୍ଚଳରେ ମହିଳାମାନେ ରାସ୍ତା ଅବରୋଧ କରିଥିବାବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଶୁକ୍ରବାର ଅପରାହ୍ନ ୧୨ଟାରୁ କଫ୍ୟୁ ଜାରି କରିଛି। ସୂଚନାନୁସାରେ ମେଇତି ସମ୍ପ୍ରଦାୟର କିଛି ବ୍ୟକ୍ତି ପ୍ରଥମେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି କୁକି ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସର ଜଣେ ଯବାନଙ୍କ ସମେତ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଇଣ୍ଡିଜେନସ ଟ୍ରାଇବାଲ ଲିଡର୍ସ ଫୋରମ(ଆଇଟିଏଲ୍‌ଏଫ୍‌) ମୁଖପାତ୍ର ଗିଞ୍ଜା ଭୁଆଲଜଙ୍ଗ କହିଛନ୍ତି, ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଚୁକ୍ତିନାମା ହୋଇଥିଲା। କିନ୍ତୁ ଶୁକ୍ରବାରର ଗୁଳିକାଣ୍ଡ ପରେ ଏହା ଭଙ୍ଗ ହୋଇଛି। ଅପରପକ୍ଷେ ମେଇତି ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି, ଆଦିବାସୀ ସମ୍ପ୍ରଦାୟ ପ୍ରଥମେ ଗୁଳିକାଣ୍ଡ ଘଟାଇଥିଲେ। ସେହିପରି କୁକି ସମ୍ପଦାୟ ସେମାନଙ୍କ ଦୁଇଟି ଘରକୁ ଜାଳି ଦେଇଥିଲେ। ଫଳରେ ଏହି ହିଂସାକାଣ୍ଡ ଘଟିଥିଲା। ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଆରମ୍ଭ ହୋଇଥିବାବେଳେ ପୂର୍ବ ଯୋଜନା ମୁତାବକ ଏହି ହିଂସାକାଣ୍ଡ ଘଟାଯାଉଛି ବୋଲି ମଣିପୁର ଇଣ୍ଟିଗ୍ରିଟି କମିିଟି ମୁଖ୍ୟ ଅତୌବା ଖୁରାଇଜାମ କହିଛନ୍ତି।
ବୁଧବାର ହଜାର ହଜାର ବିକ୍ଷୋଭକାରୀ ବିଷ୍ଣୁପୁର ଜିଲାର ଫୋଉଗାଚୋ ଅଞ୍ଚଳରେ ବିକ୍ଷୋଭ କରିବା ସହ ସୁରକ୍ଷାକର୍ମୀଙ୍କ ବ୍ୟାରିକେଡ ହଟାଇ ନିଜ ନିଜ ଘରକୁ ଫେରିବାକୁ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀ ବିକ୍ଷୋଭକାରିଙ୍କୁ ପ୍ରତିରୋଧ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାପରେ ରାଜ୍ୟର ୫ଟି ଜିଲାରେ କର୍ଫ୍ୟୁ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri